ସଲାସୁତରାରେ ଚାଲିଛି ଦୋକାନ ଘର ଭଡ଼ା ବେପାର: ପ୍ରମାଣ ପାଉନି ପୌରପାଳିକା

ଅନୁଗୋଳ ଅଫିସ, ୨୨।୮ – ଅନୁଗୋଳ ପୌରପାଳିକା ପକ୍ଷରୁ ସହରରେ ଦୋକାନ ଗୃହ ନିର୍ମାଣ କରାଯାଇ ଭଡ଼ାରେ ଲଗାଯାଇଛି। ହେଲେ ଉକ୍ତ ଘର ନେଇଥିବା ବ୍ୟବସାୟୀମାନଙ୍କ ମଧ୍ୟରୁ କେତେଜଣ ସେଠାରେ ବେପାର ନ କରି ଚଢ଼ା ଦରରେ ଅନ୍ୟ ବ୍ୟବସାୟୀଙ୍କୁ ଭଡ଼ା ଲଗାଇ ଭଲ ରୋଜଗାର କରୁଥିବା ସହରରେ ସର୍ବଦା ଚର୍ଚ୍ଚା ହେଉଛି। କିନ୍ତୁ ପୌର ସଂସ୍ଥା ପ୍ରତି ମାସରେ ଧାର୍ଯ୍ୟ ଭଡ଼ା ପାଇଯାଉଥିବାରୁ ଏହି ବେଆଇନ କାରବାର ଦିଗରେ ମୁଣ୍ଡ ଖେଳାଉ ନ ଥିବା ଚଢ଼ା ଦରରେ ସେଠାରେ ବ୍ୟବସାୟ କରୁଥିବା କେତେଜଣ ବ୍ୟବସାୟୀ ଅଭିଯୋଗ କରୁଛନ୍ତି। ଏଥିଯୋଗୁ ବହୁ ଯୋଗ୍ୟ ବ୍ୟକ୍ତି ଘର ପାଇବାରୁ ବଞ୍ଚିତ ହେଉଥିବା ବେଳେ ସମ୍ପୃକ୍ତ ମୁଷ୍ଟିମେୟ ବ୍ୟବସାୟୀମାନେ କେତେଜଣ କର୍ମଚାରୀଙ୍କୁ ହାତ କରି ସଲାସୁତରାରେ ବର୍ଷ ବର୍ଷ ଧରି ଏପରି ବେପାର ଚଳାଇଥିବାରୁ ପୌରସଂସ୍ଥାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ଦେଉଥିବା କୁହାଯାଉଛି।
ଅନୁଗୋଳ ସହରର ବିଭିନ୍ନ ଅଞ୍ଚଳରେ ପୌରସଂସ୍ଥାର ୭୨୮ଟି ଦୋକାନ ଘର ରହିଛି। ଏହି ସମସ୍ତ ଦୋକାନ ଘର ଲଟେରି ମାଧ୍ୟମରେ ବହୁ ପୂର୍ବରୁ ବଣ୍ଟାଯାଇଛି। ସ୍କୋୟାରଫୁଟ ପ୍ରତି ୫ରୁ ୭ଟଙ୍କା ଧାର୍ଯ୍ୟ କରାଯାଇଥିବାରୁ କେଉଁ ଦୋକାନର ଭଡ଼ା ମାସିକ ୪୦୦ ଟଙ୍କା ଥିବା ବେଳେ କେତେକରୁ ୭୦୦ ଟଙ୍କା ଆଦାୟ ହେଉଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ବ୍ୟବସାୟୀମାନେ ପୌର ସଂସ୍ଥାରୁ ଘର ନେଇଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ନିଜେ ବ୍ୟବସାୟ ନ କରି ଉକ୍ତ ଦୋକାନ ଗୃହକୁ ଚଢ଼ା ଭଡ଼ାରେ ଅନ୍ୟ ବ୍ୟବସାୟୀଙ୍କୁ ଦେଇଛନ୍ତି। ଫଳରେ ପ୍ରତି ମାସରେ ମିଳୁଥିବା ଭଡ଼ାରୁ ସ୍ବଳ୍ପ ଅର୍ଥ ପୌର ସଂସ୍ଥାକୁ ଦେଇ ବଳକା ଅର୍ଥ ସେମାନେ ପକେଟରେ ପୂରାଉଛନ୍ତି। ଏପରି ବେଆଇନ କାରବାର ଯୋଗୁ ପୌର ସଂସ୍ଥାର ରାଜସ୍ବ ହାନି ହେଉଥିବା ବେଳେ ଚଢ଼ା ଭଢ଼ାରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଶୋଷଣର ଶିକାର ହେଉଛନ୍ତି। ଦୋକାନ ଘରର ପ୍ରକୃତ ମାଲିକ ପୌର ସଂସ୍ଥା ମାତ୍ର ୪ଶହରୁ ୭ଶହ ଟଙ୍କା ଭଡ଼ା ନେଉଥିବା ବେଳେ ସମ୍ପୃକ୍ତ ମଧ୍ୟସ୍ଥମାନେ କାହିଁକି ମାସିକ ହଜାର ହଜାର ଟଙ୍କା ନେବେ ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ନିୟମ ଅନୁସାରେ ଲଟେରି ମାଧ୍ୟମରେ ଘର ନେଇଥିବା ବ୍ୟବସାୟୀମାନେ ସିଧସଳଖ ବା ପୌରସଂସ୍ଥା ଅଜାଣତରେ ଦୋକାନ ଅନ୍ୟ କାହାକୁ ହସ୍ତାନ୍ତର କରିପାରିବେ ନାହିଁ। କିନ୍ତୁ ବହୁ ଦୋକାନ ଗୃହ ଏପରି ବେଆଇନ ଭାବେ ଚଢ଼ା ଭଡ଼ାରେ ଲଗାଯାଇଥିଲେ ବି ପୌରପାଳିକା ପକ୍ଷରୁ କିଛି ବି ପଦକ୍ଷେପ ନିଆଯାଉ ନ ଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି, ଦୋକାନ ଗୃହ ଚଢ଼ା ଭଡ଼ାରେ ଲଗାଯିବା କଥା ବିଭିନ୍ନ ସମୟରେ ଶୁଣିବାକୁ ପାଉଛୁ। କିନ୍ତୁ କୌଣସି ଉପଯୁକ୍ତ ପ୍ରମାଣ ନ ଥିବାରୁ ବାଧ୍ୟ ହୋଇ ଚୁପ୍‌ ରହିବାକୁ ପଡ଼ୁଛି। ଏପରି କି ଯେଉଁ ବ୍ୟକ୍ତିମାନଙ୍କ ନାମରେ ଦୋକାନ ଗୃହ ଆବଣ୍ଟନ କରାଯାଇଛି, ସେମାନେ ତାଙ୍କର ଭଡ଼ା ଓ ଇଲେକ୍ଟ୍ରି ବିଲ୍‌ ଆଣି ପୌରପାଳିକାରେ ପୈଠ କରୁଛନ୍ତି। ଯଦି କୌଣସି ସ୍ଥାନରେ ଏଭଳି ପ୍ରମାଣ ମିଳେ ତା’ହେଲେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଆବଣ୍ଟନ ତାଲିକାରୁ ହଟାଯିବ ବୋଲି ଜେନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri