ସର୍ଭେରେ ସୀମିତ ଧଉରାଗୋଠ ଜଳସେଚନ ପ୍ରକଳ୍ପ : ପାଣିକୁ ଅନାଇଛନ୍ତି ୨୨ ଗ୍ରାମର ବାସିନ୍ଦା

ଆଠମଲ୍ଲିକ,୨୭।୭(ଡି.ଏନ.ଏ.)- ପ୍ରକଳ୍ପ ହେବ। ଜମିକୁ ମାଡ଼ିବ ପାଣି। ଫଳିବ ସୁନାର ଫସଲ। ଏହି ଆଶାରେ ଦୀର୍ଘ ୩୬ ବର୍ଷ ହେଲା ଅପେକ୍ଷା କରିଛନ୍ତି ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ଅଧୀନ ୨୨ ଖଣ୍ଡ ଗ୍ରାମର ବାସିନ୍ଦା। ହେଲେ ସରକାରୀ ଉଦାସୀନତା ଓ ପ୍ରଶାସନିକ ଅବହେଳା ଯୋଗୁ ଅନିଶ୍ଚିତତାରେ ଝୁଲି ରହିଛି ଧଉରାଗୋଠ ଜଳସେଚନ ପ୍ରକଳ୍ପ। ଅର୍ଥ ବରାଦ ସତ୍ତ୍ୱେ ୩ ଦଶନ୍ଧିର ପ୍ରସ୍ତାବିତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନ ପାରିବା ପରିତାପର ବିଷୟ ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି ଚାଷୀ। ଏ ନେଇ ଗୁରୁବାର ଏକ ପ୍ରତିନିଧି ଦଳ ଆଠମଲ୍ଲିକ ଉପଜିଲାପାଳଙ୍କୁ ଭେଟି ଜଳସେଚନ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଜଳସମ୍ପଦ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଧଉରାଗୋଠ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କିଶୋରନଗର ବ୍ଲକର ଗୋଟିଏ ଏବଂ ଆଠମଲ୍ଲିକ ବ୍ଲକ ଅଧୀନ ୪ ପଞ୍ଚାୟତର ଚାଷୀ ଉପକୃତ ହେବେ। ଏଥିପାଇଁ ୧୯୮୩ରୁ ସର୍ଭେ ଶେଷ ହୋଇଛି। ୨୦୦୭ରେ ପ୍ରକଳ୍ପ ଲାଗି ରାଜ୍ୟ ସରକାର ୬୬କୋଟି ୬୩ଲକ୍ଷ ଟଙ୍କା ବ୍ୟୟ ଅଟକଳ କରିଥିଲେ। ତେବେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଫଳରେ ଧଉରାଗୋଠ, ଦାମୋଦରପୁର, କରଡାବାହାଳି, କୁର୍ତ୍ତିବାସପୁର, ବନମାଳିପୁର, ବାଲିପଟା, ମନ୍ଦରବାହାଳ, ବରପଦା, ତେନ୍ତୁଳିପଦର, ଖଡଗବାହାଳ, ଜରପଡା, ଆମ୍ବଦର, ବରପାଲି, କୁରୁମଟାପ, ଗୁଣ୍ଡୁରିଖୋଳି, ନୂଆବରପାଲି, ଗୁଣ୍ଡୁରି, ଗରୁଡ, ଦାମବାହାଳି, ଫୁଲୁରିବଣିଆ, ପଟାପଥର, ପେଡିପଥର ଗ୍ରାମର ୯ହଜାର ଏକରରୁ ଊର୍ଦ୍ଧ୍ୱ ଚାଷ ଜମିକୁ ପାଣି ସୁବିଧା ହୋଇପାରି ନାହିଁ।
ଏ ସମ୍ପର୍କରେ ମାନଜୋର ଜଳସେଚନ ପ୍ରକଳ୍ପ ନିର୍ବାହୀ ଅଧିକାରୀ ଇଂ. ସନାତନ ପାତ୍ର କହିଛନ୍ତି, ଏହି ପ୍ରକଳ୍ପ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ବିଭାଗ ଅନୁମତି ମିଳିପାରୁ ନାହିଁ। ଏହା ଛଡା ୮ଟି ବିସ୍ଥାପିତ ଗ୍ରାମର ଗ୍ରାମ୍ୟ କମିଟି ମଧ୍ୟ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସହମତି ପ୍ରଦାନ କରୁନାହାନ୍ତି। ଉପଜିଲାପାଳ ସୁବାସ ଚନ୍ଦ୍ର ରାୟ କହିଛନ୍ତି, ଜଳସମ୍ପଦ ବିଭାଗକୁ ଏ ନେଇ ଦାବିପତ୍ର ପ୍ରଦାନ କରାଯିବ। ଏହି ପ୍ରତିନିଧି ଦଳରେ ଉପଦେଷ୍ଟା ତୀର୍ଥବାସୀ ଭୋଇ, ସଭାପତି ନିର୍ମଳ ନାୟକ, ଗୋକୁଳା ସାହୁ, ଦାଶରଥି ନାୟକ, ଅଗସ୍ତି ସାହୁ, ଅନନ୍ତଚରଣ ସାହୁ ପ୍ରମୁଖ ସାମିଲ ଥିଲେ। ତୁରନ୍ତ ପ୍ରକଳ୍ପ କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଧଉରାଗୋଠ ଜଳସେଚନ ଯୋଜନା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri