ବ୍ରହ୍ମପୁର ଅଫିସ,୭ା୨-ଗଞ୍ଜାମ ଜିଲା ବେଳାଭୂମି ସହର ଗୋପାଳପୁରରୁ ଶିଳ୍ପ ସହର ରାୟଗଡ଼ା ପର୍ଯ୍ୟନ୍ତ ନୂଆ ରେଳପଥ ନିର୍ମାଣ ପାଇଁ ହୋଇଥିବା ସର୍ଭେର ୧୦ ବର୍ଷ ପୂରିଛି। କେନ୍ଦ୍ର ଦ୍ୱିତୀୟ ଉପା ସରକାର ଏବଂ ଏନ୍ଡିଏ ସରକାରଙ୍କ ପ୍ରଥମ ପାଳିରେ ଅଣଦେଖା କରାଯାଇଥିଲା। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୨୦୨୦-୨୧ ବର୍ଷର ବଜେଟରେ ମଧ୍ୟ ଏଥିପାଇଁ ବରାଦ ହୋଇନାହିଁ। ତେଣୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ରାୟଗଡ଼ା ଜିଲା ପ୍ରତି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅବହେଳା ସ୍ପଷ୍ଟ ହୋଇଛି। ଗଜପତି ଓ ଗଞ୍ଜାମ ଜିଲାରେ ରେଳ ବିକାଶ ପ୍ରତି ଆଖି ବୁଜି ଦିଆଯାଇଥିବାରୁ ଉଦ୍ବେଗ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଲୋକ ସଭା ଆସନରୁ ୨୦୦୪ ନିର୍ବାଚନରେ କଂଗ୍ରେସରୁ ଏମ୍ପି ହୋଇଥିଲେ ଚନ୍ଦ୍ରଶେଖର ସାହୁ। ପ୍ରଥମ ଉପା ସରକାରରେ ସେ ମନ୍ତ୍ରୀ ପଦ ପାଇଥିଲେ। ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରଭାବିତ କରାଇ ୨୫୮ କିଲୋମିଟର ଦୈର୍ଘ୍ୟ ଏହି ନୂଆ ରେଳପଥ ନିର୍ମାଣ ପାଇଁ ପ୍ରୟାସ କରିଥିଲେ। ୨୦୦୯ ଫେବୃୟାରୀ ୨୮ରେ ସର୍ଭେ କାର୍ଯ୍ୟ ନିମନ୍ତେ ଗୋପାଳପୁର ସମୁଦ୍ର ବେଳାଭୂମି ପାର୍ଶ୍ୱରେ ସେ ଶୁଭ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତକତ୍ାଳୀନ ପୂର୍ବତଟ ରେଲବାଇ ମୁଖ୍ୟ ପ୍ରଶାସନିକ ଅଫିସର ଏସ୍କେ ବାହମନିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଦେଶର ଏକ ନାମିଦାମୀ ଘରୋଇ ଉଦ୍ୟୋଗ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ସର୍ଭେ ଶେଷ ହୋଇ ରେଳପଥ ବୋର୍ଡକୁ ରିପୋର୍ଟ ଦିଆଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ ସର୍ଭେ ବାବଦରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିଲା। ୨୦୦୯ ନିର୍ବାଚନ ପ୍ରକ୍ରିୟା ଯୋଗୁ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରି ନ ଥିଲା। ସେହି ନିର୍ବାଚନରେ ସାହୁ ପରାସ୍ତ ହେବାରୁ ଯୋଜନା ଅଗ୍ରସର ନ ହୋଇ ସର୍ଭେ ରିପୋର୍ଟକୁ ପକାଇ ଦିଆଗଲା। ୨୦୧୪ ଲୋକ ସଭା ନିର୍ବାଚନରେ ମଧ୍ୟ ଚନ୍ଦ୍ରଶେଖର ପରାଜିତ ହେବାରୁ ରେଳପଥ ନିର୍ମାଣ ପ୍ରତି ଆଗ୍ରହ ପ୍ରକାଶ କରି ନ ଥିଲେ। ୨୦୧୯ ନିର୍ବାଚନରେ ସେ ଦଳ ବଦଳ କରି ବିଜେଡିରୁ ଏମ୍ପି ହୋଇଛନ୍ତି। କେନ୍ଦ୍ର ବଜେଟ ପୂର୍ବରୁ ସେ ଚାପ ପକାଇ ବରାଦ କରିବାର ସଚେତନ ମହଲ ଆଶା କରିଥିଲେ। ତଥାପି ୨୦୧୯-୨୦ ଏବଂ ୨୦୨୦-୨୧ ବଜେଟରେ ଏହି ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇନାହାନ୍ତି। ତେଣୁ ବହୁ ପ୍ରତୀକ୍ଷିତ ଏହି ନୂଆ ରେଳପଥ ନିର୍ମାଣ ଅନିଶ୍ଚିତତା ହୋଇଯାଇଛି। ଅପରପକ୍ଷରେ ୨୦୧୮ ଜୁନ ୨୨ରେ ଗୋପାଳପୁରରେ ଅନୁଷ୍ଠିତ ଗଞ୍ଜାମ ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ଏହି ରେଳପଥ ନିର୍ମାଣ ପାଇଁ ଦାବି ପ୍ରସ୍ତାବ ଗୃହୀତ ହୋଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତିଙ୍କ ନିକଟକୁ ପଠାଯାଇଥିଲା। ଏହାର ଦେଢ଼ ବର୍ଷ ବିତିଛି । ବିଜେଡି ପକ୍ଷରୁ ମଧ୍ୟ ସ୍ବର ଉତ୍ତୋଳନ କରାଯାଉ ନ ଥିବା ରହସ୍ୟ ଘେରକୁ ଆସିଛି।
ସୂଚନାଯୋଗ୍ୟ, ଏହି ରେଳପଥ ଗୋପାଳପୁର ବେଳାଭୂମିରୁ ଆର୍ଯ୍ୟପଲ୍ଲୀ ବନ୍ଦର ପାଖ ଦେଇ କୁକୁଡ଼ାଖଣ୍ଡି, ଦିଗପହଣ୍ଡି, ମୋହନା ଆଦି ବ୍ଲକ ଅଞ୍ଚଳର ଅନେକ ଗ୍ରାମ ଦେଇ ରାୟଗଡ଼ା ଯିବ। ଫଳରେ ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମବାସୀ ଉପକୃତ ହେବେ। ଜଙ୍ଗଲଜାତ ପଦାର୍ଥ ଓ ନାଲକୋର ଉପତ୍ାଦିତ କଞ୍ଚାମାଲ ଗୋପାଳପୁର ବନ୍ଦରକୁ ଆସି ଦେଶ ବିଦେଶକୁ ରପତ୍ାନି ହୋଇପାରିବ। ଏହାଦ୍ୱାରା ବନ୍ଦର ରାଜସ୍ବ ବୃଦ୍ଧିରେ ସହାୟକ ହେବ ଏବଂ ମାଳ ଅଞ୍ଚଳବାସୀଙ୍କୁ ରେଳସେବା ମିଳିପାରିବ। ୨୦୧୨ରେ ସେତେବେଳର କେନ୍ଦ୍ର ଯୋଜନା କମିଶନ ଓ ବର୍ତ୍ତମାନର ନୀତି ଆୟୋଗ ୧୩୯୨ କୋଟି ଟଙ୍କା ବ୍ୟୟ ଅଟକଳକୁ ମଧ୍ୟ ମୋହର ଲଗାଇଥିଲେ। ତଥାପି ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଇତିମଧ୍ୟରେ ହୋଇଥିବା ୭ ବଜେଟରେ ବରାଦ କରାଯାଉନାହିଁ। ଆଲୋଚନା ପ୍ରସଙ୍ଗରେ ଚନ୍ଦ୍ରଶେଖର କହିଛନ୍ତି, ଏହା କାର୍ଯ୍ୟକାରୀ କରିବା ପାଇଁ ପୁନର୍ବାର ପ୍ରୟାସ କରାଯିବ। କେନ୍ଦ୍ର ଉପରେ ଚାପ ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରାଯିବ।
Posted inଆମ ଜିଲା ଖବର, ଗଞ୍ଜାମ View All
ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…
ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…
ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ
ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…
ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା
ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…
ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା
ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…
ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା
ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…
୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…
କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…
ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ
ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…
ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…
ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…
Archives

