ସର୍ଭେରେ ଅଟକିଛି ନୂଆ ରେଳପଥ ନିର୍ମାଣ

ବ୍ରହ୍ମପୁର ଅଫିସ,୭ା୨-ଗଞ୍ଜାମ ଜିଲା ବେଳାଭୂମି ସହର ଗୋପାଳପୁରରୁ ଶିଳ୍ପ ସହର ରାୟଗଡ଼ା ପର୍ଯ୍ୟନ୍ତ ନୂଆ ରେଳପଥ ନିର୍ମାଣ ପାଇଁ ହୋଇଥିବା ସର୍ଭେର ୧୦ ବର୍ଷ ପୂରିଛି। କେନ୍ଦ୍ର ଦ୍ୱିତୀୟ ଉପା ସରକାର ଏବଂ ଏନ୍‌ଡିଏ ସରକାରଙ୍କ ପ୍ରଥମ ପାଳିରେ ଅଣଦେଖା କରାଯାଇଥିଲା। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୨୦୨୦-୨୧ ବର୍ଷର ବଜେଟରେ ମଧ୍ୟ ଏଥିପାଇଁ ବରାଦ ହୋଇନାହିଁ। ତେଣୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ରାୟଗଡ଼ା ଜିଲା ପ୍ରତି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅବହେଳା ସ୍ପଷ୍ଟ ହୋଇଛି। ଗଜପତି ଓ ଗଞ୍ଜାମ ଜିଲାରେ ରେଳ ବିକାଶ ପ୍ରତି ଆଖି ବୁଜି ଦିଆଯାଇଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଲୋକ ସଭା ଆସନରୁ ୨୦୦୪ ନିର୍ବାଚନରେ କଂଗ୍ରେସରୁ ଏମ୍‌ପି ହୋଇଥିଲେ ଚନ୍ଦ୍ରଶେଖର ସାହୁ। ପ୍ରଥମ ଉପା ସରକାରରେ ସେ ମନ୍ତ୍ରୀ ପଦ ପାଇଥିଲେ। ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରଭାବିତ କରାଇ ୨୫୮ କିଲୋମିଟର ଦୈର୍ଘ୍ୟ ଏହି ନୂଆ ରେଳପଥ ନିର୍ମାଣ ପାଇଁ ପ୍ରୟାସ କରିଥିଲେ। ୨୦୦୯ ଫେବୃୟାରୀ ୨୮ରେ ସର୍ଭେ କାର୍ଯ୍ୟ ନିମନ୍ତେ ଗୋପାଳପୁର ସମୁଦ୍ର ବେଳାଭୂମି ପାର୍ଶ୍ୱରେ ସେ ଶୁଭ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତକତ୍ାଳୀନ ପୂର୍ବତଟ ରେଲବାଇ ମୁଖ୍ୟ ପ୍ରଶାସନିକ ଅଫିସର ଏସ୍‌କେ ବାହମନିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଦେଶର ଏକ ନାମିଦାମୀ ଘରୋଇ ଉଦ୍ୟୋଗ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ସର୍ଭେ ଶେଷ ହୋଇ ରେଳପଥ ବୋର୍ଡକୁ ରିପୋର୍ଟ ଦିଆଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ ସର୍ଭେ ବାବଦରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିଲା। ୨୦୦୯ ନିର୍ବାଚନ ପ୍ରକ୍ରିୟା ଯୋଗୁ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରି ନ ଥିଲା। ସେହି ନିର୍ବାଚନରେ ସାହୁ ପରାସ୍ତ ହେବାରୁ ଯୋଜନା ଅଗ୍ରସର ନ ହୋଇ ସର୍ଭେ ରିପୋର୍ଟକୁ ପକାଇ ଦିଆଗଲା। ୨୦୧୪ ଲୋକ ସଭା ନିର୍ବାଚନରେ ମଧ୍ୟ ଚନ୍ଦ୍ରଶେଖର ପରାଜିତ ହେବାରୁ ରେଳପଥ ନିର୍ମାଣ ପ୍ରତି ଆଗ୍ରହ ପ୍ରକାଶ କରି ନ ଥିଲେ। ୨୦୧୯ ନିର୍ବାଚନରେ ସେ ଦଳ ବଦଳ କରି ବିଜେଡିରୁ ଏମ୍‌ପି ହୋଇଛନ୍ତି। କେନ୍ଦ୍ର ବଜେଟ ପୂର୍ବରୁ ସେ ଚାପ ପକାଇ ବରାଦ କରିବାର ସଚେତନ ମହଲ ଆଶା କରିଥିଲେ। ତଥାପି ୨୦୧୯-୨୦ ଏବଂ ୨୦୨୦-୨୧ ବଜେଟରେ ଏହି ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇନାହାନ୍ତି। ତେଣୁ ବହୁ ପ୍ରତୀକ୍ଷିତ ଏହି ନୂଆ ରେଳପଥ ନିର୍ମାଣ ଅନିଶ୍ଚିତତା ହୋଇଯାଇଛି। ଅପରପକ୍ଷରେ ୨୦୧୮ ଜୁନ ୨୨ରେ ଗୋପାଳପୁରରେ ଅନୁଷ୍ଠିତ ଗଞ୍ଜାମ ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ଏହି ରେଳପଥ ନିର୍ମାଣ ପାଇଁ ଦାବି ପ୍ରସ୍ତାବ ଗୃହୀତ ହୋଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତିଙ୍କ ନିକଟକୁ ପଠାଯାଇଥିଲା। ଏହାର ଦେଢ଼ ବର୍ଷ ବିତିଛି । ବିଜେଡି ପକ୍ଷରୁ ମଧ୍ୟ ସ୍ବର ଉତ୍ତୋଳନ କରାଯାଉ ନ ଥିବା ରହସ୍ୟ ଘେରକୁ ଆସିଛି।
ସୂଚନାଯୋଗ୍ୟ, ଏହି ରେଳପଥ ଗୋପାଳପୁର ବେଳାଭୂମିରୁ ଆର୍ଯ୍ୟପଲ୍ଲୀ ବନ୍ଦର ପାଖ ଦେଇ କୁକୁଡ଼ାଖଣ୍ଡି, ଦିଗପହଣ୍ଡି, ମୋହନା ଆଦି ବ୍ଲକ ଅଞ୍ଚଳର ଅନେକ ଗ୍ରାମ ଦେଇ ରାୟଗଡ଼ା ଯିବ। ଫଳରେ ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମବାସୀ ଉପକୃତ ହେବେ। ଜଙ୍ଗଲଜାତ ପଦାର୍ଥ ଓ ନାଲକୋର ଉପତ୍ାଦିତ କଞ୍ଚାମାଲ ଗୋପାଳପୁର ବନ୍ଦରକୁ ଆସି ଦେଶ ବିଦେଶକୁ ରପତ୍ାନି ହୋଇପାରିବ। ଏହାଦ୍ୱାରା ବନ୍ଦର ରାଜସ୍ବ ବୃଦ୍ଧିରେ ସହାୟକ ହେବ ଏବଂ ମାଳ ଅଞ୍ଚଳବାସୀଙ୍କୁ ରେଳସେବା ମିଳିପାରିବ। ୨୦୧୨ରେ ସେତେବେଳର କେନ୍ଦ୍ର ଯୋଜନା କମିଶନ ଓ ବର୍ତ୍ତମାନର ନୀତି ଆୟୋଗ ୧୩୯୨ କୋଟି ଟଙ୍କା ବ୍ୟୟ ଅଟକଳକୁ ମଧ୍ୟ ମୋହର ଲଗାଇଥିଲେ। ତଥାପି ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଇତିମଧ୍ୟରେ ହୋଇଥିବା ୭ ବଜେଟରେ ବରାଦ କରାଯାଉନାହିଁ। ଆଲୋଚନା ପ୍ରସଙ୍ଗରେ ଚନ୍ଦ୍ରଶେଖର କହିଛନ୍ତି, ଏହା କାର୍ଯ୍ୟକାରୀ କରିବା ପାଇଁ ପୁନର୍ବାର ପ୍ରୟାସ କରାଯିବ। କେନ୍ଦ୍ର ଉପରେ ଚାପ ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?