Posted inଭଦ୍ରକ

ସର୍ବଭାରତୀୟ ଚରମ୍ପା କପ୍‌ କ୍ରିକେଟ ଉଦ୍‌ଯାପିତ: ଛତିଶଗଡ଼ ଫରେଷ୍ଟ ଚାମ୍ପିୟନ

ଭଦ୍ରକ ଅଫିସ, ୩୧।୧୨- ଭଦ୍ରକ ଚରମ୍ପା ହାଇସ୍କୁଲ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଚରମ୍ପା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ରାଉରକେଲା ଆର୍‌ଏସ୍‌ଏକୁ ପରାସ୍ତ କରି ଛତିଶଗଡ଼ ଫରେଷ୍ଟ ଚାମ୍ପିୟନ ହୋଇଛି। ଟସ୍‌ ଜିତି ଛତିଶଗଡ଼ ଫରେଷ୍ଟ ନିର୍ଦ୍ଧାରିତ ୩୦ଓଭରରେ ୮ ଉଇକେଟ୍‌ ହରାଇ ୩୪୨ ରନ୍‌ କରିଥିଲା। ଆର୍‌ଏସ୍‌ଏ ୨୩.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୫୭ ରନ୍‌ କରି ରନର୍ସଅପ୍‌ ହୋଇଥିଲା। ଛତିଶଗଡ଼ ଫରେଷ୍ଟ ଟିମ୍‌ର ଛବିଲାଲଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ ବ୍ୟବସାୟୀ ଅଶୋକ କୁମାର ମହାନ୍ତି।
ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବ୍ଲକ ଚେୟାରମ୍ୟାନ ରଘୁନାଥ ଧଳ ଓ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ ଯୋଗ ଦେଇଥିଲେ। କମିଟି ପକ୍ଷରୁ ବିଶିଷ୍ଟ କ୍ରୀଡ଼ାପ୍ରେମୀ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ, ପାର୍ଥସାରଥୀ ଗୋଠକର ରାୟ ଏବଂ ଚରମ୍ପା ହାଇସ୍କୁଲର ଶ୍ରୀକାନ୍ତ ପାଢ଼ୀଙ୍କୁ ସମ୍ମାନିତ କରାଯାଇଥିଲା। ଛତିଶଗଡ଼ ଫରେଷ୍ଟକୁ ବିଧାୟକ ମଲ୍ଲିକ ଚାମ୍ପିୟନ ରାଶି ଏବଂ ଆର୍‌ଏସ୍‌ଏକୁ ପ୍ରଫୁଲ୍ଲ ନାୟକ ରନର୍ସଅପ୍‌ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ପୁରସ୍କାର ପ୍ରଦାନ କରିଥିଲେ ବ୍ଲକ ଚେୟାରମ୍ୟାନ ଧଳ। କମିଟି ପକ୍ଷରୁ ମଦନ ମୋହନ ମହାନ୍ତି, ରଜତ ନାୟକ, ବ୍ରଜକିଶୋର ନାୟକ, ପଦ୍ମନାଭ ପଣ୍ଡା, ତପନ ମଲ୍ଲିକ, ଜିତେନ୍ଦ୍ର ପଢ଼ିଆରୀ, ସଂଗ୍ରାମ ପଲ୍ଲାର, କିଶୋର ପୁହାଣ ଏବଂ ଖାନ୍‌ ସ୍ପୋର୍ଟିଂ ଓ ଚରମ୍ପା ୟୁଥ୍‌ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଓସିଏ ପ୍ୟାନେଲ ଅମ୍ପାୟାର ଲଲାଟ କେଶରୀ ନନ୍ଦ ଏବଂ ପ୍ରାଣନାଥ ଜେନା ମ୍ୟାଚ୍‌ ପରିଚାଳନା କରିଥିଲେ। ତୃତୀୟ ଅମ୍ପାୟାର ଭାବେ ଗଗନ ରାଉଳ ଓ ଅରୁଣ ନାୟକ, ସ୍କୋରର ଭାବେ ବିକି ଶର୍ମା ଓ ଶିବଶଙ୍କର ପାଣି କାର୍ଯ୍ୟ ତୁଲାଇଥିଲେ। କମିଟିର ସଲମାନ ଖାନ୍‌, ଇମ୍‌ତିଆଜ୍‌ ଖାନ୍‌, ସାହିଲ ଖାନ୍‌, ଦିଲ୍‌ଜାନ୍‌ ଖାନ୍‌, ସନାତନ ବିଶ୍ୱାଳ, ରୋହିତ ଚୌଧୁରୀ ଓ କମର ଖାନ୍‌ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri