Posted inଭଦ୍ରକ

ସର୍ବଭାରତୀୟ ଚରମ୍ପା କପ୍‌ କ୍ରିକେଟ ଉଦ୍‌ଯାପିତ: ଛତିଶଗଡ଼ ଫରେଷ୍ଟ ଚାମ୍ପିୟନ

ଭଦ୍ରକ ଅଫିସ, ୩୧।୧୨- ଭଦ୍ରକ ଚରମ୍ପା ହାଇସ୍କୁଲ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଚରମ୍ପା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ରାଉରକେଲା ଆର୍‌ଏସ୍‌ଏକୁ ପରାସ୍ତ କରି ଛତିଶଗଡ଼ ଫରେଷ୍ଟ ଚାମ୍ପିୟନ ହୋଇଛି। ଟସ୍‌ ଜିତି ଛତିଶଗଡ଼ ଫରେଷ୍ଟ ନିର୍ଦ୍ଧାରିତ ୩୦ଓଭରରେ ୮ ଉଇକେଟ୍‌ ହରାଇ ୩୪୨ ରନ୍‌ କରିଥିଲା। ଆର୍‌ଏସ୍‌ଏ ୨୩.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୫୭ ରନ୍‌ କରି ରନର୍ସଅପ୍‌ ହୋଇଥିଲା। ଛତିଶଗଡ଼ ଫରେଷ୍ଟ ଟିମ୍‌ର ଛବିଲାଲଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ ବ୍ୟବସାୟୀ ଅଶୋକ କୁମାର ମହାନ୍ତି।
ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବ୍ଲକ ଚେୟାରମ୍ୟାନ ରଘୁନାଥ ଧଳ ଓ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ ଯୋଗ ଦେଇଥିଲେ। କମିଟି ପକ୍ଷରୁ ବିଶିଷ୍ଟ କ୍ରୀଡ଼ାପ୍ରେମୀ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ, ପାର୍ଥସାରଥୀ ଗୋଠକର ରାୟ ଏବଂ ଚରମ୍ପା ହାଇସ୍କୁଲର ଶ୍ରୀକାନ୍ତ ପାଢ଼ୀଙ୍କୁ ସମ୍ମାନିତ କରାଯାଇଥିଲା। ଛତିଶଗଡ଼ ଫରେଷ୍ଟକୁ ବିଧାୟକ ମଲ୍ଲିକ ଚାମ୍ପିୟନ ରାଶି ଏବଂ ଆର୍‌ଏସ୍‌ଏକୁ ପ୍ରଫୁଲ୍ଲ ନାୟକ ରନର୍ସଅପ୍‌ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ପୁରସ୍କାର ପ୍ରଦାନ କରିଥିଲେ ବ୍ଲକ ଚେୟାରମ୍ୟାନ ଧଳ। କମିଟି ପକ୍ଷରୁ ମଦନ ମୋହନ ମହାନ୍ତି, ରଜତ ନାୟକ, ବ୍ରଜକିଶୋର ନାୟକ, ପଦ୍ମନାଭ ପଣ୍ଡା, ତପନ ମଲ୍ଲିକ, ଜିତେନ୍ଦ୍ର ପଢ଼ିଆରୀ, ସଂଗ୍ରାମ ପଲ୍ଲାର, କିଶୋର ପୁହାଣ ଏବଂ ଖାନ୍‌ ସ୍ପୋର୍ଟିଂ ଓ ଚରମ୍ପା ୟୁଥ୍‌ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଓସିଏ ପ୍ୟାନେଲ ଅମ୍ପାୟାର ଲଲାଟ କେଶରୀ ନନ୍ଦ ଏବଂ ପ୍ରାଣନାଥ ଜେନା ମ୍ୟାଚ୍‌ ପରିଚାଳନା କରିଥିଲେ। ତୃତୀୟ ଅମ୍ପାୟାର ଭାବେ ଗଗନ ରାଉଳ ଓ ଅରୁଣ ନାୟକ, ସ୍କୋରର ଭାବେ ବିକି ଶର୍ମା ଓ ଶିବଶଙ୍କର ପାଣି କାର୍ଯ୍ୟ ତୁଲାଇଥିଲେ। କମିଟିର ସଲମାନ ଖାନ୍‌, ଇମ୍‌ତିଆଜ୍‌ ଖାନ୍‌, ସାହିଲ ଖାନ୍‌, ଦିଲ୍‌ଜାନ୍‌ ଖାନ୍‌, ସନାତନ ବିଶ୍ୱାଳ, ରୋହିତ ଚୌଧୁରୀ ଓ କମର ଖାନ୍‌ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?