ସର୍ବପ୍ରଥମେ ୨ ଜିଲାରୁ ହଟିବ ଲକ୍‌ଡାଉନ!

ନୂଆଦିଲ୍ଲୀ,୧୮।୪: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ପୂର୍ବରୁ ଏହା ଏପ୍ରିଲ ୧୪ ପର୍ଯ୍ୟନ୍ତ ଥିବା ବେଳେ ପରେ ଏହା ମେ’୩କୁ ବୃଦ୍ଧି କରାଯାଇଛି। ଏବେ ସମସ୍ତଙ୍କର ଅପେକ୍ଷା କେବେ ଖୋଲିବ ଲକ୍‌ଡାଉନ। ତେବେ ଭାରତର ୨ ଜିଲାରେ ପ୍ରଥମେ ଲକ୍‌ଡାଉନ ଖୋଲିବ ବୋଲି କୁହାଯାଉଛି। ଏହି ୨ ଜିଲା ହେଉଛି କେରଳର। କେରଳ ସରକାର ମେ’ ୩ ପୂର୍ବରୁ ୨ଟି ଜିଲାର ଲକ୍‌ଡାଉନକୁ ଖୋଲିଦେବେ ବୋଲି ଶୁକ୍ରବାର ସ୍ଥିର କରିଥିବା ଜଣାପଡିଛି। ତେବେ ଅରେଞ୍ଜ-ଏ ଓ ଅରେଞ୍ଜ-ବି ଜୋନରେ ଥିବା ଜିଲା ଗୁଡିକୁ କ୍ରମଶଃ ଏପ୍ରିଲ ୨୦ ଓ ୨୩ରେ ଲକ୍‌ଡାଉନ ନିୟମରେ କୋହଳ କରାଯିବ ବୋଲି ଜଣାପଡିଛି। କେନ୍ଦ୍ର ସରକାରଙ୍କର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁୟର ଆଧାରରେ କେରଳ ସରକାର ୨ ଜିଲାରେ ୨୦ ଏପ୍ରିଲ ପରେ ଲକ୍‌ଡାଉନ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ତେବେ ଲକ୍‌ଡାଉନ ହଟିବା ପରେ କେଉଁ ସବୁ କାମ ଉପରେ ପ୍ରତିବନ୍ଧକ ରହିବ ତାହା ମଧ୍ୟ ଘୋଷଣା କରାଯିବ। କେରଳ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ଜାନୁୟାରୀ ୨୯ରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ବ୍ୟକ୍ତି ଜଣକ ଚାଇନାର ଉହାନରୁ ଫେରିଥିଲେ। ତେବେ ଏଠାରେ ଏପର୍ଯ୍ୟନ୍ତ ୩୯୬ ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ବେଲେ ମାତ୍ର ୩ ଜଣଙ୍କ ମୃତ୍ୟୁ ହେବା ସହ ଏପର୍ଯ୍ୟନ୍ତ ୨୫୫ ଜଣ ସୁସ୍ଥ ହୋଇଥିବା ଖବର ରହିଛି। ପୁଣି କେରଳର କୌଣସି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଛୁଇଁନାହିଁ। ସବୁଠାରୁ ଅଧିକ ପ୍ରଭାବିତ ଜିଲାକୁ ରେଡ୍‌ ଜୋନ୍‌ରେ ରଖାଯାଇଥିବା ବେଳେ ସେଠାରେ ଲକ୍‌ଡାଉନର ସମୟ ସୀମା ମେ’ ୩ ପର୍ଯ୍ୟନ୍ତ ବଲବତ୍ତର ରହିବ। ସେହିପରି ଅରେଞ୍ଜ-ଏ ଅର୍ଥାତ୍‌ ଯେଉଁ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫-୬ ଥିବ ସେଠାରେ ଏପ୍ରିଲ ୨୪ ପରେ ଲକ୍‌ଡାଉନରେ ଆଉ କିଛିଟା କୋହଳ କରାଯିବ। ସେହିପରି ଯେଉଁ ଜିଲାରେ ୨-୩ ଜଣ ସଂକ୍ରମିତ ରହିଛନ୍ତି ତାକୁ ଅରେଞ୍ଜ-ବି କାଟାଗୋରୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏସବୁ ଜିଲାରେ ଏପ୍ରିଲ ୨୦ପରେ ଲକ୍‌ଡାଉନରେ ସୀମିତ କଟକଣାକୁ ହଟାଇ ଦିଆଯିବ। ତେବେ କେରଳର ୨ ଜିଲା କୋଟ୍ଟୟମ ଓ ଇଦ୍ଦୁକିରେ ଏପର୍ଯ୍ୟନ୍ତ ଜଣେ ହେଲେ କରୋନା ପଜିଟିଭ ଚିହ୍ନଟ ହୋଇ ନ ଥିବାରୁ ଏହାକୁ ଗ୍ରୀନ୍‌ କାଟାଗୋରୀରେ ରଖାଯାଇଛି। ତେଣୁ ୨୦ ଏପ୍ରିଲ ପରେ ଏଠାରେ ଲକ୍‌ଡାଉନକୁ ଖୋଲି ଦିଆଯାଇପାରେ ବୋଲି କେରଳ ସରକାର କହିଛନ୍ତି। ହେଲେ ଏଥିରେ ସମାନ୍ୟ କଟକଣା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri