ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ଦିବ୍ୟାଙ୍ଗ

ବରଗଡ଼ ଅଫିସ୍‌,୧୮।୬- ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅଧୀନ ଲୌଡ଼ିଦରା ପଁଚେତ୍‌ର ଦିବ୍ୟାଙ୍ଗମାନକୁ ସରକାରୀ ସୁବିଧା ସୁଯୋଗ ଅପହଁଚ୍‌ ହେଇଥିବାର ଅଭିଯୋଗ ହେଇଛେ। ଏନ୍‌ତା ଅଭିଯୋଗ କରି ଅଂଚଲର ଦିବ୍ୟାଙ୍ଗମାନେ ଅସନ୍‌ତୋଷ ପରକାଶ କରିଛନ୍‌। ଇଥିରଲାଗି ସୋମବାର ସେମାନେ ବରଗଡ଼ ଜିଲାପାଲକୁଁ ଫେରାଦ ହେଇଥିଲେ। ଜିଲାପାଲ ଇନ୍ଦ୍ରମଣି ତ୍ରିପାଠି କେହେନ୍‌ସି କାରନ୍‌ରୁ ଅନୁପସ୍ଥିତ ଥିଲାରୁ ସେମାନେ ଜିଲାପାଲ ଅଫିସ ଡାକ ସେକ୍ସନରେ ଜିଲାପାଲକଁର ଉଦେଶ୍‌ରେ ଗୁଟେ ସ୍ମାରକପତର ଦେଇଥିଲେ। ସରକାରୀ ଯୋଜନାରେ ଦିବ୍ୟାଙ୍ଗମାନକର ଲାଗି ଯେନ୍‌ସବୁ ସୁବିଧା ସୁଯୋଗ ରିହିଛେ ସେସବୁ ଯୁଗେଇ ଦେବାକେ ସ୍ମାରକପତରରେ ଗୁହାରି କରିଛନ୍‌।
ସେମାନେ ମଧୁବାବୁ ପେନସନ ଯୋଜନାରେ ଭତା ପାଉଛନ୍‌। ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡ଼ିଆ, ବିଜୁ ପକ୍କାଘର ଯୋଜନାରେ ସେମାନକୁ ଆଏଜ୍‌ତକ୍‌ ସାମିଲ ନାଇଁ କରାଯାଇ। ଏନ୍‌ତା ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେବାର ଲାଗି ଦିବ୍ୟାଙ୍ଗମାନେ ବହୁତ୍‌ ହଇରାନ ହରକତ୍‌ ହେଉଥିବାର ସେମାନେ ସ୍ମାରକପତର ଜରିଆରେ ଅଭିଯୋଗ କରିଛନ୍‌। ସେଥିରଲାଗି ଯେତେ ଜଲଦି ହେବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡ଼ିଆ, ବିଜୁ ପକ୍କାଘର ଯୋଜନାରେ ସାମିଲ କରି ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାକେ ସେମାନେ ଜିଲାପାଲକୁଁ ନିବେଦନ କରିଛନ୍‌। ବିଷ୍ଣୁ ପ୍ରଧାନ, କିଶୋରୀ ଭୋଇ, ଓ୍ବାରିସ ଚନ୍ଦ୍ର ଲୁହାର, ଗଣାନନ୍ଦ ଭଏଁସା, ବିଜେ ଭୋଇ ପରମୁଖ ସ୍ମାରକପତର ଦେବାର ଲାଗି ଜିଲାପାଲକଁର ଅଫିସକେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?