ସମ୍ପାଦକୀୟ/ ଅରୁଚିକର

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯ରେ ବାକ୍‌ ସ୍ବାଧୀନତା ବିଷୟରେ ଉଲ୍ଲେଖ କରାଯାଇଛି। ଜଣେ ବ୍ୟକ୍ତି ବିନା ଭୟରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିପାରିବେ। କିନ୍ତୁ ନିର୍ଦ୍ଦିଷ୍ଟ ସୀମା ବାହାରକୁ ଗଲେ ତାହା ଦଣ୍ଡନୀୟ। ଏବେ ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗୀ ସୋସିଆଲ ମିଡିଆରେ ନେହେରୁ-ଗାନ୍ଧୀ ପରିବାର ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଛନ୍ତି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପିତା ମୋତିଲାଲ ନେହେରୁଙ୍କ ଉପରେ ଏକ ଭିଡିଓ ପ୍ରସ୍ତୁତ କରି ତାହାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ସେଥିରେ ସେ ଜବାହରଲାଲଙ୍କୁ ମୋତିଲାଲଙ୍କ ପୁଅ ବୋଲି ଦର୍ଶାଇ ନାହାନ୍ତି। ମୋତିଲାଲଙ୍କୁ ଜବାହରଙ୍କ ପାଳିତ ପିତା ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋତିଲାଲଙ୍କ ୫ ସ୍ତ୍ରୀ ଥିଲେ। ଜବାହରଙ୍କ ପ୍ରକୃତ ପିତା ଥିଲେ ମୁବାରକ୍‌ ଅଲ୍ଲୀ। ସେହିପରି ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ସଞ୍ଜୟ ଗାନ୍ଧୀଙ୍କ ପ୍ରକୃତ ପିତା ଓ ମାତାଙ୍କ ବିଷୟରେ ପାୟଲ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓ ଦେଖିଲେ ମନେହେଉଛି ଯେପରି ସେହି ପରିବାରର ସବୁ ମୃତବ୍ୟକ୍ତି ଜାରଜ ସନ୍ତାନ ଥିଲେ। ତେବେ ପାୟଲ ଏସବୁ ତଥ୍ୟ ଜବାହରଲାଲଙ୍କ ବ୍ୟକ୍ତିଗତ ସହାୟକ ଥିବା ଏମ୍‌.ଓ (ମୁଣ୍ଡାପାଲିଲ୍‌ ଓମେନ୍‌)ଙ୍କ ଜୀବନୀରୁ ସଂଗ୍ରହ କରିଥିବା କହିଛନ୍ତି। ଏହା ଏବେ ମଧ୍ୟ ସୋସିଆଲ ମିଡିଆରେ ଉପଲବ୍‌ଧ ହେଉଛି। ଏହିପରି ବହୁ ବିବାଦୀୟ କଥା ନେହେରୁ-ଗାନ୍ଧୀ ପରିବାର ଉପରେ କହିଥିବାରୁ ରାଜସ୍ଥାନର ବୁନ୍ଦି କୋର୍ଟ ପାୟଲଙ୍କୁ ବୁନ୍ଦି କେନ୍ଦ୍ରୀୟ ଜେଲ୍‌କୁ ୯ ଦିନିଆ ରିମାଣ୍ଡରେ ପଠାଇ ଦେଇଥିଲେ। ତେବେ ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, ଏମ୍‌.ଓଙ୍କ ଜୀବନୀରୁ ପାୟଲ ତଥ୍ୟ ଉଦ୍ଧୃତ କରି ଭିଡିଓ ପ୍ରସ୍ତୁତ କରିଥିବାରୁ ତାହା ବାକ୍‌ ସ୍ବାଧୀନତା ଅଧୀନରେ ଆସୁଛି। ତେଣୁ ତାଙ୍କୁ ଛଡ଼ାଯିବା ଦରକାର। ବାକ୍‌ ସ୍ବାଧୀନତା ମୌଳିକ ଅଧିକାରଭୁକ୍ତ ହୋଇଥିବାରୁ ସେହି ଆଧାରରେ ପାୟଲଙ୍କୁ ୧୭ ଡିସେମ୍ବରରେ ଜାମିନ ମିଳିପାରିଛି।
ବାସ୍ତବରେ ଯେଉଁମାନେ ପାୟଲଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓ ଦେଖିଥିବେ, ସେମାନେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ସେ ଡଗଡଗ ହୋଇ ଯେଭଳି ନେହେରୁ-ଗାନ୍ଧୀ ପରିବାରର କୁତ୍ସାରଟନା କରୁଛନ୍ତି, ସେଥିରୁ ଯେକେହି ଭାବିବେ ଯେ ପାୟଲ ସେହି ପରିବାର ବିଷୟରେ ସତେଯେମିତି ସବୁକିଛି ଜାଣିଛନ୍ତି। ଉକ୍ତ ପରିବାର ଉପରେ ଗବେଷଣା କରି ତଥ୍ୟ ଉପସ୍ଥାପନା କରୁଛନ୍ତି। ପ୍ରକୃତ ବିଷୟ ହେଉଛି, ଚର୍ଚ୍ଚାରେ ରହିବା ଲାଗି ଏହିଭଳି ବ୍ୟକ୍ତିମାନେ ଆଗଭର ହୋଇଥାଆନ୍ତି। ସାମାଜିକ ପ୍ରତିବଦ୍ଧତା ନ ଥିବା ପାୟଲମାନେ କ୍ଷଣିକ ପ୍ରସିଦ୍ଧି ପାଇବା ସକାଶେ ଅନ୍ୟମାନଙ୍କୁ ନିନ୍ଦା କରିବାକୁ ପଛାଇ ନ ଥାଆନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଏହି ଭିଡିଓ ପ୍ରସ୍ତୁତ କରିବା ଲାଗି ସେ ନିଜଆଡ଼ୁ ପଦକ୍ଷେପ ନେଇଛନ୍ତି ନା ଅନ୍ୟ କାହା ଦ୍ୱାରା ପ୍ରରୋଚିତ ହୋଇଛନ୍ତି। ଏଥିଲାଗି ସେ ଯେଉଁଠାରୁ ଖୋରାକ ପାଇଥିଲେ ମଧ୍ୟ କାହା ବିଷୟରେ ବ୍ୟକ୍ତିଗତ ଭାବେ ନ ଜାଣି ଉପରଠାଉରିଆ ମତ ରଖିବା ଅସୁନ୍ଦର ପରିସ୍ଥିତି ସୃଷ୍ଟି କରୁଛି। ଅବଶ୍ୟ ପାୟଲ ଏବେ ଭାରତରେ ଚାଲିଥିବା ରାଜନୈତିକ ସ୍ଥିତିରୁ ଫାଇଦା ଉଠାଇବାକୁ ଚାହୁଁଛନ୍ତି। ସେହି ଭଦ୍ରମହିଳା ବମ୍ବେ ସିନେମା ଜଗତରେ ସାମିଲ ହେବା ପାଇଁ ଉଦ୍ୟମ କରି ଅସଫଳ ହୋଇଛନ୍ତି। ଏଭଳି ଭିଡିଓ କରିବା ଦ୍ୱାରା ତାଙ୍କୁ ଅଚିହ୍ନା ନାଗରିକତ୍ୱରୁ ଜଣେ ପରିଚିତ ବ୍ୟକ୍ତି କରାଇଦେଉଛି। ଯେତେବେଳେ ଦେଶର ମଙ୍ଗ ଧରିଥିବା ରାଜନୈତିକ ବ୍ୟକ୍ତିମାନେ ଦେଶବାସୀଙ୍କୁ ଭୁଆଁ ବୁଲାଇବା ପାଇଁ କେବଳ ଅତୀତର ତ୍ରୁଟିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି, ସେତେବେଳେ ପାୟଲଙ୍କ ଭଳି ଯୁବତୀ ନିଜର ପରିଚୟ ସୃଷ୍ଟି କରିବାର ଉଦ୍ୟମ କରିବା ଅସ୍ବାଭାବିକ ନୁହେଁ।
ନେହେରୁ-ଗାନ୍ଧୀ ପରିବାରର ପ୍ରଶଂସା କରିବା ଆବଶ୍ୟକତା ନାହିଁ। ପ୍ରତ୍ୟେକ ମଣିଷ ତା’ ଜୀବନ ସମୟର ପରିବେଶ, ଶିକ୍ଷା, ଜ୍ଞାନ ଏବଂ ଅଭିଜ୍ଞତାରୁ କାର୍ଯ୍ୟ କରିଥାଏ। ମଣିଷମାତ୍ରକେ ତ୍ରୁଟି କରିବା ସ୍ବାଭାବିକ। ଆମେ ନିଜେ କ୍ଷୁଦ୍ର ମଣିଷ ହୋଇ ମଧ୍ୟ ଅନେକ ସମୟରେ ଭୁଲ କରି ବସିବା ସହିତ ପଛବୁଦ୍ଧିଆ ହୋଇ ଚିନ୍ତାକରୁ ଯେ, ଅମୁକ କହିଥିଲେ ବା ସମୁକ କରିଥିଲେ ଅଧିକ ଭଲ ହୋଇଥାଆନ୍ତା। ଅର୍ଥାତ୍‌ ଇତିହାସକୁ ସମାଲୋଚନା କରିବା ପୂର୍ବରୁ ଅତୀତର ଜୀବନଶୈଳୀ ଓ ସ୍ଥିତି ସମ୍ପର୍କରେ ଜ୍ଞାନ ଆହରଣ କରିବା ଦରକାର। ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି, ଭବିଷ୍ୟତକୁ କେଉଁଭଳି ଉଜ୍ଜ୍ୱଳ କରିହେବ। ଏହାବ୍ୟତୀତ ଭାରତୀୟ ସଂସ୍କୃତିରେ କେବଳ ନୁହେଁ, ସମଗ୍ର ପୃଥିବୀର ମାନବଜାତି ବିଶ୍ୱାସ କରେ ଯେ ମୃତବ୍ୟକ୍ତିଙ୍କ କୁତ୍ସାରଟନା କରିବା ଅରୁଚିକର। ସେଥିପାଇଁ କେବଳ ପାୟଲ ରୋହତଗୀ ନୁହେଁ, ଆଜିର କ୍ଷମତାସୀନ ନେତୃବୃନ୍ଦ ଦେଶର ନାଗରିକର ଭବିଷ୍ୟତକୁ ପ୍ରାଧାନ୍ୟ ଦେବା ପରିବର୍ତ୍ତେ ଅତୀତରୁ କେବଳ କୁତ୍ସାରଟନା କରୁଥିବା ହେତୁ ଏହା ଆମର ସଂସ୍କୃତି ଓ ପରମ୍ପରା ବିରୋଧୀ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri