ଆକ୍ରୋଶ: ସଡ଼କରୁ ସଂସଦ

ଅରୁଣ କୁମାର ପଣ୍ଡା
ଆନ୍ଧ୍ରପ୍ରଦେଶର ଚଟ୍ଟନପଲ୍ଲୀଠାରେ ଜଣେ ୨୫ ବର୍ଷ ବୟସ୍କ ମହିଳା ପ୍ରାଣୀ ଡାକ୍ତରଙ୍କୁ ଚାରିଜଣ ଯୁବକ ଗଣବଳାତ୍କାର ପରେ କିରୋସିନ ଢାଳି ନିଆଁ ଲଗାଇ ମାରିଦେବା ଘଟଣା ଦେଶରେ ଯେତିକି ଚାଞ୍ଚଲ୍ୟ ସୃଷ୍ଟି କରି ନ ଥିଲା, ଏହି ଜଘନ୍ୟ ଓ ଅମାନବୀୟ କାଣ୍ଡର ସାତଦିନ ପରେ ଡିସେମ୍ବର ୬ ତାରିଖରେ ଠିକ୍‌ ସେହି ସ୍ଥାନରେ ଅଭିଯୁକ୍ତ ଚାରିଜଣଙ୍କୁ ତଦନ୍ତକାରୀ ପୋଲିସ ଏନ୍‌କାଉଣ୍ଟର କରି ମାରିଦେବା ତତୋଽଧିକ ଚର୍ଚ୍ଚାର ବିଷୟ ହୋଇଛି। ଦୁଇଜଣ ଅଭିଯୁକ୍ତ ପୋଲିସଠାରୁ ପିସ୍ତଲ ଛଡ଼େଇନେଇ ଫାୟାରିଂ କରିବା ଏବଂ ଏଥିରେ ଦୁଇଜଣ ପୋଲିସ ଗୁରୁତର ଆହତ ହେବା ପରେ ପୋଲିସ ଆତ୍ମରକ୍ଷା ପାଇଁ ସେହି ଚାରିଜଣ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରି ମାରିଦେଲା ବୋଲି ପୋଲିସ କହିବା ପରେ ଦେଶର ଅନେଶତ ପ୍ରତିଶତ ଲୋକ ଏହାକୁ ବୀରୋଚିତ କାର୍ଯ୍ୟ କହି ପ୍ରଶଂସା କରୁଥିବା କଲେ। କେବଳ ସାଂସଦ ମାନେକା ଗାନ୍ଧୀଙ୍କ ପରି କେତେଜଣ ଏହା ମାନବିକ ଅଧିକାରର ଉଲ୍ଲଂଘନ ବୋଲି କହିଲେ। ମୋର ଜଣେ ଘନିଷ୍ଠ ସାମ୍ବାଦିକ ବନ୍ଧୁ ତାଙ୍କ ଫେସ୍‌ବୁକ୍‌ରେ ମାନବାଧିକାରର ଦ୍ୱାହି ଦେଉଥିବା ତଥାକଥିତ ବୁଦ୍ଧିଜୀବୀଙ୍କୁ ପ୍ରଶ୍ନ କରିଛନ୍ତି- ମାନବାଧିକାର ସୁରକ୍ଷା ମାନବଙ୍କ ପାଇଁ ଆବଶ୍ୟକ, ପଶୁଙ୍କ ପାଇଁ ନୁହେଁ। ଯେଉଁମାନେ ଗଣବଳାତ୍କାର ପରେ ପିଶାଚଙ୍କ ପରି ନିରୀହ ପୀଡ଼ିତାକୁ ଜିଅନ୍ତା ଜାଳି ମାରିଦେଉଛନ୍ତି ସେମାନେ କ’ଣ ମାନବ ପଦବାଚ୍ୟ। ସେମାନେ ପଶୁଙ୍କଠାରୁ ମଧ୍ୟ ଜଘନ୍ୟ ନରପିଶାଚ। ସେମାନଙ୍କ ପାଇଁ ମାନବାଧିକାର ଶବ୍ଦ ଉଚ୍ଚାରଣ ପାପ।
ମହିଳାଙ୍କୁ ବଳାତ୍କାର ବା ଗଣବଳାତ୍କାର ଘଟଣାରେ ଭାରତର ସ୍ଥାନ ବିଶ୍ୱରେ ସପ୍ତମ। ଉନ୍ନତ ଓ ପ୍ରଗତିଶୀଳ ରାଷ୍ଟ୍ରରେ ମଧ୍ୟ ଗଣବଳାତ୍କାର ବଢ଼ିବାରେ ଲାଗିଛି। ଭାରତର ରାଜଧାନୀ ଦିଲ୍ଲୀରେ ୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ଚଳନ୍ତା ବସ୍‌ ଭିତରେ ପାରାମେଡିକାଲ ଛାତ୍ରୀ ନିର୍ଭୟା (ଛଦ୍ମନାମ) ସହିତ ହୋଇଥିବା ପୈଶାଚିକ କୁକୃତ୍ୟକୁ ନେଇ ସଂସଦରୁ ସଡ଼କ ପର୍ଯ୍ୟନ୍ତ ଯେଭଳି କ୍ରୋଧ ଓ ଆକ୍ରୋଶର ବହ୍ନି ପ୍ରଜ୍ୱଳିତ ହୋଇଥିଲା, ତାହା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା। ଏବେ ହାଇଦ୍ରାବାଦ ଏବଂ ଉନ୍ନାଓରେ ହୋଇଥିବା ନାରକୀୟ କାଣ୍ଡ ଆଗରେ ଦିଲ୍ଲୀ ଗଣବଳାତ୍କାର ଓ ହତ୍ୟା ପ୍ରସଙ୍ଗ ଫିକାପଡ଼ିଯାଇଛି। ହାଇଦ୍ରାବାଦ ମହିଳା ପ୍ରାଣୀ ଡାକ୍ତରଙ୍କ ସହ ଯେଉଁ ଅମାନୁଷିକ କୃତ୍ୟ କଲାଗଲା ତାହା ଏକ ସଭ୍ୟ ସମାଜ ଓ ମାନବିକତା ପ୍ରତି କଳଙ୍କ। ମାନବିକତା ପାଇଁ ଏହା ଏକ ଲଜ୍ଜାଜନକ ଅଧ୍ୟାୟ।
ଦିଲ୍ଲୀରେ ନିର୍ଭୟା ବଳାତ୍କାର ଓ ହତ୍ୟା ପରେ ଇଣ୍ଡିଆ ଗେଟ୍‌ ସାମ୍‌ନାରେ ବିଶାଳ ପ୍ରଦର୍ଶନକାରୀଙ୍କୁ କାବୁକରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। ଅନୁରୂପ ଆକ୍ରୋଶ ଏବେ ଦେଶବ୍ୟାପୀ ଦେଖିବାକୁ ମିଳୁଛି। ମହିଳା ଚିକିତ୍ସକଙ୍କୁ ବଳାତ୍କାର ଓ ହୃଦୟବିଦାରକ ହତ୍ୟା ପରେ ସମ୍ବେଦନାର ଜୁଆର ଏବେ ଦେଶବ୍ୟାପୀ ଉଠିଛି। ବଳାତ୍କାରୀମାନେ ମହିଳା ଡାକ୍ତର ଜଣଙ୍କର ମୁହଁ ବନ୍ଦ କରିଦେଇଥିଲେ ଯେପରିକି ସେ ଚିତ୍କାର କରିପାରିବେ ନାହିଁ। ତାଙ୍କ ମୃତ୍ୟୁ ପରେ ବଳାତ୍କାରୀମାନେ ତାଙ୍କୁ ୨୭ କି.ମି. ଦୂରକୁ ନେଇ ତାଙ୍କ ଦେହରେ ପେଟ୍ରୋଲ ଢାଳି ଜାଳିଦେଲେ। କୁକୃତ୍ୟ ଓ ହତ୍ୟା ବେଳେ ଏହି ପିଶାଚମାନଙ୍କର ହାତ କିପରି ଥରିଲା ନାହିଁ, ତାହା ହିଁ ଆଶ୍ଚର୍ଯ୍ୟର କଥା।
ଏହି ଘଟଣା ପରେ ସବୁଠାରୁ ବଡ଼ ଦାୟିତ୍ୱହୀନ ପ୍ରଦର୍ଶନ ଥିଲା ପୋଲିସର। ଦୁଇଘଣ୍ଟା ପରେ ମଧ୍ୟ ଡାକ୍ତର ଦିଶା ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଟୋଲ୍‌ ପ୍ଲାଜାରେ ଦିଶା ଓ ତାଙ୍କ ସ୍କୁଟିକୁ ନ ଦେଖି ନିକଟସ୍ଥ ସାଇବରାବାଦ ଥାନାରେ ପହଞ୍ଚି ସହାୟତା ମାଗିଥିଲେ ମଧ୍ୟ ଘଟଣାସ୍ଥଳ ତାଙ୍କ ଥାନା ଅଞ୍ଚଳର ନୁହେଁ ବୋଲି କହି ସେମାନଙ୍କୁ ଫେରାଇଦେଇଥିଲେ। ବଳାତ୍କାର ଅଞ୍ଚଳର ଥାନା ଥିଲା ଶମ୍ମାବାଦ। ପରିବାର ଲୋକେ ସେଠାକୁ ଗଲା ପରେ ପୋଲିସ ଟୋଲ୍‌ ପ୍ଲାଜାରେ ସ୍କୁଟି କିମ୍ବା ଦିଶାଙ୍କ ସନ୍ଧାନ ନ କରି ଚୁପ୍‌ ରହିଲେ। ରାତି ପାହିଲା ପରେ ଦିଶାଙ୍କ ଶବ ଠାବହେଲା ଏବଂ ପୋଲିସର ଚେତା ପଶିଲା।
ଡା. ଦିଶାଙ୍କ ପ୍ରତି ହୋଇଥିବା ଗଣବଳାତ୍କାର ଓ ହତ୍ୟା ସମ୍ବନ୍ଧରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସମଗ୍ର ଦେଶରେ ଜନ ଆକ୍ରୋଶ ଦେଖାଦେଇଛି। ହଜାର ହଜାର ଛାତ୍ରୀଛାତ୍ର ଓ ଯୁବଗୋଷ୍ଠୀ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅପରାଧୀଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ କିମ୍ବା ବିଚ୍‌ରାସ୍ତାରେ ଗୁଳିକରି ମାରିଦେବା ପାଇଁ ଏକସ୍ବରରେ କ୍ରମାଗତ ଦାବି ହୋଇ ଆସୁଥିଲା। ସୋସିଆଲ ମିଡିଆ, ଟୁଇଟର ଏବଂ ଫେସ୍‌ବୁକ୍‌ରେ ଏକମାତ୍ର ସ୍ବର ଗୁଞ୍ଜରିତ ହେଲା ପୋଲିସ ଯାହା କରିଛି ଠିକ୍‌ କରିଛି। ଏଭଳି ଅପରାଧ ପାଇଁ କଠୋରତମ ଦଣ୍ଡବିଧାନ ପାଇଁ ସ୍ବୟଂ ବାଚସ୍ପତି ଏବଂ ଉପାଧ୍ୟକ୍ଷ ସଦସ୍ୟଙ୍କ ସହ ଦାବି କଲେ। କାରଣ ଏହି ଅମାନବୀୟ କୃତି ପାଇଁ ବିଶେଷ ଦଣ୍ଡ ବ୍ୟବସ୍ଥା ନ ହେଲେ ଏଭଳି କୁକୃତ୍ୟ ବଢ଼ିବ ଏବଂ ଅପରାଧୀଙ୍କ ସାହସ ମଧ୍ୟ ବୃଦ୍ଧିପାଇବ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହାଇଦ୍ରାବାଦ ଘଟଣା ପରେ ପରେ ୟୁପିର ଉନ୍ନାଓ ପୀଡ଼ିତା କୋର୍ଟକୁ ସାକ୍ଷ୍ୟ ଦେବା ପାଇଁ ଯାଉଥିବା ବେଳେ ବଳାତ୍କାରକାରୀମାନେ ତାଙ୍କୁ ଦିନ ଦ୍ୱିପ୍ରହରରେ ବିଚ୍‌ରାସ୍ତାରେ ନିଆଁ ଲଗାଇ ଜାଳିଦେଲେ, ହସ୍ପିଟାଲରେ ତାଙ୍କର ମୃତ୍ୟୁ ହେଲା।
ଅଶୀ ଦଶକରେ ଓଡ଼ିଶାର ବିଲୁଆଖାଇ ନଈବାଲିରେ ଛବିରାଣୀଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାଠାରୁ ଆହୁରି ଜଘନ୍ୟକାଣ୍ଡ ଘଟିବାରେ ଲାଗିଛି। ସମ୍ବଲପୁରରେ ଗତ ଡିସେମ୍ବର ୭ ତାରିଖ ରାତିରେ ଜଣେ ମହିଳାଙ୍କୁ ଉଠାଇନେଇ ଗଣବଳାତ୍କାର ପରେ ରାସ୍ତାକଡ଼ରେ ଫିଙ୍ଗିଦେଇ ଦୁର୍ବୃତ୍ତମାନେ ଚାଲିଗଲେ। ହୀରାକୁଦ ଥାନା ଅଞ୍ଚଳର ସାପଲହରା ଗ୍ରାମର ୩୦ ବର୍ଷୀୟ ଏହି ଯୁବତୀ ଅଇଁଠାପାଲି ଥାନା ଡେଙ୍ଗସରଗିଠାରୁ ୧ କି.ମି. ଦୂର ଏକ ନିଛାଟିଆ ସ୍ଥାନରେ ଗଣବଳାତ୍କାରର ଶିକାର ହୋଇଥିଲେ। ସେହିପରି ପୁରୀର ଏକ ପୋଲିସ ବାରାକରେ ଜଣେ ନାବାଳିକାଙ୍କୁ ଜଣେ କନଷ୍ଟେବଳଙ୍କ ସମେତ ଅନ୍ୟମାନେ ବଳାତ୍କାର କଲେ। କୁମ୍ଭାରପଡ଼ା ଥାନାରେ ମାମଲା ରୁଜୁହୋଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉତ୍ତରପ୍ରଦେଶର ନୋଇଡ଼ାରେ ଜଣେ ଅଠରବର୍ଷର ଯୁବତୀକୁ ଗତ ଡିସେମ୍ବର ୪ ତାରିଖରେ ୫ ଜଣ ଗଣବଳାତ୍କାର କରିଛନ୍ତି। ଲେଖିବାକୁ ଲଜ୍ଜା ଲାଗୁଛି ଯେ ୟୁପିର ସୋନଭଦ୍ରଠାରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ମଧ୍ୟ ବଳାତ୍କାର କରାଯାଇଛି। ସେହି ଡିସେମ୍ବର ୪ ତାରିଖରେ ଆଗ୍ରା ପଞ୍ଚମରା ଥାନା ଅଞ୍ଚଳରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ, ଗୟାରେ ଜଣେ ୧୬ ବର୍ଷର ଝିଅକୁ ବଳାତ୍କାର ପରେ ମୁଣ୍ଡ କାଟି ମୁହଁରେ ଏସିଡ୍‌ ପକାଇବା ଖବର ମିଳିଛି। ଜୟା ବଚ୍ଚନ, ସୋନାଲ ମାନ୍‌ସିଂଙ୍କ ପରି ମହିଳା ସାଂସଦ ଗୃହରେ ଦାବି କରିଥିଲେ ଯେ ଏହିଭଳି ଜଘନ୍ୟ ଅପରାଧୀମାନଙ୍କୁ ଲୋକେ ପିଟି ପିଟି ମାରିଦେବା ଆବଶ୍ୟକ। କେବଳ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସଂବେଦନା ପ୍ରକଟ କଲେ କିଛି ଲାଭ ହେବ ନାହିଁ। ଦେଶରେ ପ୍ରତି ୬/୭ ଘଣ୍ଟାରେ ଗୋଟିଏ ବଳାତ୍କାର ହେଉଛି। ବଳାତ୍କାରୀ ବେଲ୍‌ରେ ଆସି ଉନ୍ନାଓ ପରି କାଣ୍ଡ କରୁଛନ୍ତି। ଫାଷ୍ଟଟ୍ରାକ୍‌ କୋର୍ଟ ଗଠନ କରି ଦଶବାର ଦିନ ମଧ୍ୟରେ ଅପରାଧୀଙ୍କୁ କଠୋରଦଣ୍ଡ ଦିଆଯିବା ଆବଶ୍ୟକ ବୋଲି ଦଳମତ ନିର୍ବିଶେଷରେ ମତ ପ୍ରକାଶ ପାଉଛି। ପ୍ରବଳ ଇଚ୍ଛାଶକ୍ତି ଦ୍ୱାରା ପ୍ରଚଳିତ ନ୍ୟାୟିକ ବ୍ୟବସ୍ଥାରେ ଅପରାଧୀଙ୍କୁ କଠୋରଦଣ୍ଡ ଦିଆଯିବା ଉଚିତ ବୋଲି ସ୍ବୟଂ ଉପରାଷ୍ଟ୍ରପତି ମତ ଦେଇଛନ୍ତି।
ଦକ୍ଷିଣ ଏବଂ ଉତ୍ତର କୋରିଆରେ ବଳାତ୍କାରୀଙ୍କ ପାଇଁ ଏକମାତ୍ର ଦଣ୍ଡ ହେଲା ମୃତ୍ୟୁ। ଏମାନଙ୍କୁ ବିଚ୍‌ରାସ୍ତାରେ ଛିଡ଼ାକରାଯାଇ ଲୋକଙ୍କ ସମକ୍ଷରେ ଗୁଳିକରି ମାରିଦିଆଯାଏ। ସାଉଦି ଆରବରେ ସରିୟା ଅନୁସାରେ ଅପରାଧୀଙ୍କୁ ଫାଶୀ ସହ ଯୌନାଙ୍ଗ କାଟିବା ବ୍ୟବସ୍ଥା ରହିଛି। ୟୁଏଇରେ ଅପରାଧୀଙ୍କୁ ସାତଦିନ ମଧ୍ୟରେ ଫାଶୀ ଦେବାର ପ୍ରାବଧାନ ରହିଛି। ଇରାକରେ ଅପରାଧୀଙ୍କୁ ପଥର ମାରି ହତ୍ୟା କରିବାର କାନୁନ ଅଛି। ପୋଲାଣ୍ଡରେ ଏଭଳି ଅପରାଧୀଙ୍କୁ ଜଙ୍ଗଲୀ ପଶୁଙ୍କ ଆହାର ହେବା ପାଇଁ ଦିଆଯିବା ପୂର୍ବରୁ ସେମାନଙ୍କୁ ନପୁଂସକ କରାଯାଏ। ଇଣ୍ଡୋନେସିଆରେ ଦୋଷୀଙ୍କୁ ନପୁଂସକ କରାଯିବା ସହ ତାଙ୍କ ଶରୀରରେ ମହିଳାଙ୍କ ହରମୋନ ଛାଡ଼ିଦିଆଯାଏ। ଚାଇନାରେ ଦୋଷୀ ସାବ୍ୟସ୍ତଙ୍କୁ ତୁରନ୍ତ ଫାଶୀ ଦଣ୍ଡାଦେଶ ଦିଆଯାଏ।
ଭାରତରେ ଯୌନ ଅପରାଧୀଙ୍କ କବଳରୁ ଶିଶୁ ଓ ବାଳିକାଙ୍କୁ ରକ୍ଷାକରିବା ପାଇଁ ପୋକ୍ସୋ କାନୁନ ୨୦୧୨ରୁ କରାଯାଇଛି। ଏବେ ନିକଟରେ ଏଥିରେ ସଂଶୋଧନ କରାଯାଇ ୧୨ ବର୍ଷରୁ କମ୍‌ ବୟସରେ ପୁଅ କିମ୍ବା ଝିଅଙ୍କ ସହ କରାଯାଉଥିବା ବଳାତ୍କାର ପାଇଁ ଫାଶୀଦଣ୍ଡର ବ୍ୟବସ୍ଥା ରହିଥିଲେ ମଧ୍ୟ ଦୁର୍ବଳ ନ୍ୟାୟିକ ବ୍ୟବସ୍ଥା ଯୋଗୁ ଏଭଳି ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି। ଶିକ୍ଷାରେ ନୈତିକ ମୂଲ୍ୟବୋଧ ଓ ପରିବାରରେ ସଂସ୍କାରର ଅଭାବ ପାଇଁ ଏହା ହେଉଛି।
୧୩୪୮/୪-ସି, ସକ୍ଟର-୬, ସିଡିଏ, କଟକ-୧୪, ମୋ-୯୪୩୭୨୭୦୬୦୫


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?