Posted inଜାତୀୟ

ସନ୍ନି-ଧର୍ମେନ୍ଦ୍ରଙ୍କ ସହ ସେଲଫି ଦେଖାଇ ଲୋକଙ୍କୁ ଠକୁଥିଲେ ଟେଲର

ଚଣ୍ଡିଗଡ଼,୧୮।୬: ବଡ଼ ବଡ଼ ଫିଲ୍ମ ଷ୍ଟାର ଓ ଅଧିକାରୀଙ୍କ ସହ ସେଲଫି ଦେଖାଇ କିଛି ଲୋକ ଚତୁରତାର ସହ ସାଧାରଣ ଲୋକଙ୍କୁ ନିଜର ଠକେଇର ଶୀକାର କରିଥାନ୍ତି। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହରିୟାଣା ରାଜ୍ୟର ଫତେହାବାଦର ରତିଆ ଅଞ୍ଚଳରେ। ଉକ୍ତ ଅଞ୍ଚଳର ଟେଲର ମହେନ୍ଦ୍ର ପାଲ ଧମେନ୍ଦ୍ର ଓ ସନ୍ନି ଦେଓଲଙ୍କ ଭଳି ବଡ଼ ବଡ଼ ହସ୍ତିଙ୍କ ଫଟୋ ଦେଖାଇ ଲୋକଙ୍କଠାରୁ ଟଙ୍କା ଲୁଟ କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ସ୍ଥାନୀୟ ପୋଲିସ ସୋମବାର ମହେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ମହେନ୍ଦ୍ର କପଡ଼ା ସିଲେଇ ବାହାନାରେ ସେଲେବସ୍‌ଙ୍କ ସହ ସମ୍ପର୍କରେ ଆସି ତାଙ୍କ ସହ ସେଲଫି ନେଇଥାନ୍ତି। ପରେ ଏହାକୁ ଦେଖାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଥାନ୍ତି। ଯଦି କେହି ଟଙ୍କା ଫେରସ୍ତ ପାଇଁ ଆସନ୍ତି ମହନ୍ଦ୍ର ତାଙ୍କୁ ନିଜର ବଡ଼ ବଡ଼ ଲିଙ୍କ୍‌ ଦେଖାଇ ସେମାନଙ୍କ ଧମକ ଚମକ ଦେଇ ଭୟଭୀତ କରିଥାନ୍ତି। କିଛି ଦିନ ତଳେ ଜଣେ ଦୋକାନୀଙ୍କୁ ମହେନ୍ଦ୍ର ୪୦ହଜାର ଟଙ୍କା ଦେବାର ଥିଲା। ହେଲେ ଟଙ୍କା ନ ଦେଇ ଦୋକାନୀଙ୍କୁ ସେ ଧମକ ଦେଇଥିଲେ। ଏନେଇ ଦୋକାନୀ ଜଣଙ୍କ ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ତାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର ଶସ୍ତା ହେଲା ରୂପା; ସୁନା ବି କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୦ା୪: ଅକ୍ଷୟ ତୃତୀୟାରେ ସୋମବାର ବଜାର ଖୋଲିବା ସହିତ, ସୁନା ଏବଂ ରୂପାର ମୂଲ୍ୟରେ ଏକ ତୀବ୍ର ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ୫,୪୦୦ ରୁ ଅଧିକ…

ଢାବାରେ ଚାଲିଥିଲା ଦେହ ବ୍ୟବସାୟ, ମାଡ଼ି ବସିଲା ପୋଲିସ, ପାଖରୁ ମିଳିଲା…

ବରଗଡ଼,୨୦ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଧାଙ୍ଗେର ଆନ୍ଧ୍ରାଟିକ୍ରା ନିକଟ ଜୟ ଦୁର୍ଗା ଢାବାରେ ଦେହ ବ୍ୟବସାୟ ଚାଲିଥିବାବେଳେ ସୋମବାର ପୋଲିସ ଅତର୍କିତ ଚଢ଼ାଉ କରିଥିଲା।…

ବ୍ଲାକଆଉଟ, ଏଲପିଜି ସଙ୍କଟ, ଅନାହାର ସହିତ ସଂଘର୍ଷ କରୁଛି ପାକିସ୍ତାନ…, ଯୁଦ୍ଧ ଆଲୋଚନାକୁ ନେଇ ମୁନିର-ଶେହବାଜଙ୍କ ଯୋଜନା କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୨୦।୪: ପାକିସ୍ତାନ ଆଜିକାଲି ଏକ ଅଦ୍ଭୁତ ପରିସ୍ଥିତିରେ ଅଛି। ଗୋଟିଏ ପଟେ, ଏହା ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସର କେନ୍ଦ୍ରସ୍ଥଳରେ ରହିଛି; ଅନ୍ୟପଟେ, ଏହା…

୧୦ ଘଣ୍ଟାରେ ୩ ଛାତ୍ରୀଛାତ୍ରଙ୍କ ଜୀବନ ଗଲା, ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ଆଣି…

ଭଞ୍ଜନଗର,୨୦ା୪(ବାବୁଲା ପ୍ରଧାନ): ରବିବାର ଅପରାହ୍ନ ୫ ଟା ରୁ ସୋମବାର ଭୋର୍‌ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ୩ ଛାତ୍ରୀଛାତ୍ରଙ୍କ…

୧୦ରୁ ୨୦ ବର୍ଷ ଧରି ପଡ଼ିରହିଛି ୨୭ ବିଭାଗର ଇଣ୍ଟରନାଲ ଅଡିଟ୍‌, ଅନ୍ଧାରରେ ସରକାରଙ୍କ…

ଭୁବନେଶ୍ୱର,୨୦ା୪(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ତାଙ୍କର ୨୭ଟି ବିଭାଗରେ ବହୁ ହଜାର କୋଟି ଟଙ୍କାର ଆର୍ଥିକ ହେର୍‌ଫେର୍‌ ହୋଇଥିବା ତଥ୍ୟ ପ୍ରକାଶ କରିଛନ୍ତି। ଗତ ୨୬ ମାର୍ଚ୍ଚରେ…

ଧାନକିଣାରୁ ବାଦ୍ ପଡିଛନ୍ତି ୧୫୮ ଚାଷୀ, ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ…

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ): ୨୦୨୫-୨୬ ଖରିଫ ଧାନ କ୍ରୟରୁ ବଲାଙ୍ଗୀର ଜିଲାର ୧୫୮ ଜଣ ଚାଷୀ ବାଦ୍ ପଡିଛନ୍ତି । ଏହାର ପ୍ରତିବାଦରେ ସୋମବାର ବଲାଙ୍ଗୀର ଜିଲା ମିଳିତ…

୪୦ ଡିଗ୍ରୀ ଉପରେ ୧୪ ସହର, ଆହୁରି ସପ୍ତାହେ ଶିଝିବ ଓଡ଼ିଶା

ଭୁବନେଶ୍ୱର,୨୦ା୪ (ବନ୍ଦନା ସେଠୀ): ପ୍ରବଳ ଗ୍ରୀଷ୍ମତାପରେ ଶିଝୁଛି ଓଡ଼ିଶା। ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ରବିବାର ମଧ୍ୟ ଅଧା ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଉପରେ…

ଆଜି ଅଖିମୁଠି ଅନୁକୂଳ, ଚାଷୀଙ୍କ ଉତ୍ସାହ ନାହିଁ

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ): ସୋମବାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା। ଚାଷୀମାନେ ଚାଷ ପାଇଁ ପାଗ ଭିଡ଼ିବେ। କେବଳ ସେତିକି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଜିଲାପାଳଙ୍କଠୁ ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri