ସଙ୍କଟରେ ପାକିସ୍ତାନୀ ମୁଦ୍ରା;ଭାରତ ତୁଳନାରେ ମୂଲ୍ୟ ଅଧା

ନୂଆଦିଲ୍ଲୀ,୧୯-୫: ଭାରତୀୟ ମୁଦ୍ରା ଟଙ୍କା ଏବେ ପଡ଼ୋଶୀ ପାକିସ୍ତାନର ମୁଦ୍ରାଠାରୁ ଅଧିକ ମୂଲ୍ୟବାନ ହୋଇଛି। ଶୁକ୍ରବାର ଭାରତୀୟ ଟଙ୍କା ଡଲାର ତୁଳନାରେ ୭୦ ସ୍ତରରେ ଥିଲା ବେଳେ ପାକିସ୍ତାନ ଟଙ୍କା ୧୫୦ ଟପିଯାଇଛି। ଏପରି ନୁହେଁ ଯେ, ପାକିସ୍ତାନୀ ଟଙ୍କାର ମୂଲ୍ୟ ଏବେ ହ୍ରାସ ପାଇଛି। ଗତ କିଛି ମାସ ହେବ ସେଦେଶର ଟଙ୍କା ବେଶ୍‌ ଚାପରେ ରହିଛି। କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହା ଭାରତୀୟ ମୁଦ୍ରା ତୁଳନାରେ ଅଧା ହୋଇ ନ ଥିଲା। ଚଳିତ ସପ୍ତାହରେ ପାକିସ୍ତାନୀ ଟଙ୍କା ସର୍ବନିମ୍ନ ସ୍ତରରେ ପହଞ୍ଚତ୍ୟାଇଛି। ନିକଟରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପାକିସ୍ତାନକୁ ୬ ବିଲିୟନ ଡଲାର ଋଣ ପ୍ୟାକେଜ ଦେବାକୁ ରାଜି ହୋଇଛି। ଆଇଏମ୍‌ଏଫ୍‌ ୧୯୮୦ରୁ ଅଦ୍ୟାବଧି ପାକିସ୍ତାନକୁ ୧୨ ଥର ସହାୟତା ପ୍ୟାକେଜ ଦେଇସାରିଲାଣି। ଗତ ବର୍ଷକ ଭିତରେ ପାକ୍‌ର ମୁଦ୍ରା ୨୦%ରୁ ଅଧିକ ହ୍ରାସ ପାଇସାରିଛି ଏବଂ ଡଲାର ତୁଳନାରେ ଏହା ଏସିଆରେ ସବୁଠୁ ଖରାପ ପ୍ରଦର୍ଶନ କରିଛି। ଟଙ୍କାର ମୂଲ୍ୟ କମିବା କାରଣରୁ ଏବେ ପଡୋଶୀ ଦେଶର ମୁଦ୍ରାସ୍ଫୀତି ୮% ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ରିଜର୍ଭ ବ୍ୟାଙ୍କ ସୋମବାର ସୁଧ ହାର ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

ପାଗଳ ବିଲୁଆ ଆତଙ୍କ: ଶିକ୍ଷୟିତ୍ରୀଙ୍କ ସହ ଏକାଧିକ ଲୋକ ଓ ପ୍ରାଣୀସମ୍ପଦ ଗୁରୁତର,ବନ ବିଭାଗ ଚୁପ

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳର ଗ୍ରୀନବାଡି ସମେତ ତାର ଆଖପାଖ ଅଞ୍ଚଳରେ ଗତ ୨ ଦିନ ହେଲା ପାଗଳ ବିଲୁଆ କାମୁଡ଼ାରେ ଏକାଧିକ…

ଦିନିକିଆ ବିଶ୍ୱକପ୍ ୨୦୨୭ ଫର୍ମାଟ୍ ବଦଳାଇଲା ICC; ଜୟ ଶାହାଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲେ ୪ ଦେଶର ଅଧିନାୟକ

ନୂଆଦିଲ୍ଲୀ,୧୭।୭: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର ଫର୍ମାଟ୍‌ରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ହଠାତ ବଡ଼…

ଲଘୁଚାପ ବର୍ଷାରେ ଜଳମଗ୍ନ ଧାମନଗର ବ୍ଲକ

ଧାମନଗର, ୧୭।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri