ସଂକ୍ରମଣ ବାଣ୍ଟୁଛି ମୁମ୍ବାଇ ହସ୍ପିଟାଲ: ପିପିଇ ସୁବିଧା ସତ୍ତ୍ୱେ ୨୦୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ

ନୂଆଦିଲ୍ଲୀ,୨୧।୪(ପିଟି): ଦେଶର ଅର୍ଥନୈତିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି। ମହାରାଷ୍ଟ୍ରରେ ସର୍ବାଧିକ ୪୪୮୩ଜଣ ସଂକ୍ରମିତ ହୋଇଥିବାବେଳେ ୨୨୩ଜଣଙ୍କ ମୃତ୍ୟୁ ଘଟିଲାଣି। ସେଥିରୁ ମୁମ୍ବାଇ ସହରରେ କେବଳ ୨୨୬୮ଜଣ ସଂକ୍ରମିତ ହୋଇଛନ୍ତି। ବିଶେଷକରି ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରୁଥିବା ୨୦୦ରୁ ଊର୍ଦ୍ଧ୍ୱ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେଲେଣି। ମହାରାଷ୍ଟ୍ର ସରକାର ରାଜ୍ୟରେ ଯଥେଷ୍ଟ ପରିମାଣର ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଗଚ୍ଛିତ ଥିବା କହୁଥିବାବେଳେ ଏତେସଂଖ୍ୟକ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୁମ୍ବାଇର ୟଶଲୋକ ହସ୍ପିଟାଲରେ କାମକରୁଥିବା ୩୬ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ସ୍ବାସ୍ଥ୍ୟକର୍ମୀ ପିପିଇ କିଟ୍‌ ଧାରଣ କରୁ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି, ଯାହାକି ଏକ ବଡ଼ ବିଶୃଙ୍ଖଳା ବୋଲି କ୍ଲିନିକାଲ୍‌ ନର୍ସିଂ ରିସର୍ଚ୍ଚ ସୋସାଇଟି(ସିଏନ୍‌ଆର୍‌ଏସ୍‌) ଉପାଧ୍ୟକ୍ଷ ସ୍ବାତୀ ରାଣେ କହିଛନ୍ତି। ବର୍ତ୍ତମାନ ସ୍ଥିତିରେ କୋଭିଡ୍‌-୧୯ ୱାର୍ଡରୁ ସଂକ୍ରମଣ ହେଉ ନାହିଁ ବରଂ ହସ୍ପିଟାଲର ଅନ୍ୟ ସବୁ ୱାର୍ଡ ଯଥା ଅପରେଶନ ଥିଏଟର, ଏମରଜେନ୍ସି(ଆପାତ୍‌କାଳୀନ) ବିଭାଗରୁ ଅଧିକ ସଂକ୍ରମଣ ହେଉଥିବା ଜଣାପଡ଼ିଛି। ଏପରି କି କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ସମୟରେ ଏନ୍‌-୯୫ ମାସ୍କ ପରିଧାନ ଜରୁରୀ ହୋଇଥିବାବେଳେ କେତେଜଣ ସ୍ବାସ୍ଥ୍ୟକର୍ମୀ ମାସ୍କ ନ ପିନ୍ଧି ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଫଳରେ ସେମାନଙ୍କ ଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି। ତେଣୁ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଯଦି ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉପଲବ୍ଧ ହେଉନାହିଁ, ତେବେ ସେମାନଙ୍କୁ ସର୍ବନିମ୍ନ ମାସ୍କ, ଗ୍ଲୋବ୍‌ସ ଏବଂ ଗାଉନ୍ସ ଯୋଗାଇଦେବା ଆବଶ୍ୟକ ବୋଲି ସ୍ବାତୀ କହିଛନ୍ତି।
ଅନ୍ୟପକ୍ଷରେ ଯେଉଁ କରୋନା ସଂକ୍ରମିତମାନେ ନିଜର ପରିଚୟ ଲୁଚାଇ ହସ୍ପିଟାଲ୍‌ର ବିଭିନ୍ନ ୱାର୍ଡରେ ବୁଲାବୁଲି କରୁଛନ୍ତି, ସେଠାରେ ମଧ୍ୟ ସ୍ବାସ୍ଥ୍ୟକର୍ମୀମାନେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି। ବିଶେଷକରି ଯେଉଁ ସଂକ୍ରମିତଙ୍କ ଆଜ୍‌ମା ରହିଛି ସେମାନଙ୍କ ଠାରୁ ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ରହିଛି। ଅନେକ ସ୍ବାସ୍ଥ୍ୟକର୍ମୀ ବା ନର୍ସମାନେ ବିଭିନ୍ନ ହଷ୍ଟେଲରେ ରହୁଛନ୍ତି। ସେଠାରେ ଥିବା ଶାୈଚାଳୟ ସୁବିଧା ଏବଂ ମେସକୁ ସମସ୍ତେ ମିଳିମିଶି ବ୍ୟବହାର କରିଥାନ୍ତି। ଏପରି କି ସେମାନେ ଏକାଠି ବସି ଟିଭି ଦେଖିଥାନ୍ତି। ଯଦି ସେମାନଙ୍କ ମଧ୍ୟରୁ ଜଣେ କେହି କରୋନା ସଂକ୍ରମିତ ହୋଇଥିବେ, ତେବେ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ମୁମ୍ବାଇର ଏକ ହସ୍ପିଟାଲ୍‌ର କାମ କରୁଥିବା ଜଣେ ଡାକ୍ତରଙ୍କ କହିବା ହେଲା ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ପିପିଇ ମିଳୁ ନାହିଁ, ଯାହାକି ଚିକିତ୍ସା କରିବା ସମୟରେ ପରିଧାନ କରିବା ଅତ୍ୟନ୍ତ ଜରୁରୀ। ଏନେଇ ମୁମ୍ବାଇ ମହାନଗର ନିଗମକୁ ଜଣାଯାଇଥିଲେ ସୁଦ୍ଧା ପିିପିଇ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସ୍ବାସ୍ଥ୍ୟକର୍ମୀମାନେ ଚିକିତ୍ସା ସେବା ନ ଯୋଗାଇବାକୁ ଚେତାବନୀ ଦେଇଛନ୍ତି। କୋଭିଡ୍‌-୧୯ ୱାର୍ଡ ଛାଡ଼ି ହସ୍ପିଟାଲର ଅନ୍ୟ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ସ୍ବାସ୍ଥ୍ୟକର୍ମୀଙ୍କ କହିବା ହେଲା ଯେଉଁମାନେ କୋଭିଡ୍‌-୧୯ ୱାର୍ଡରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରଦାନ କରାଯାଉଛି। ମାତ୍ର ଅନ୍ୟ ୱାର୍ଡରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଉ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ହସ୍ପିଟାଲର ସମସ୍ତ ୱାର୍ଡରେ କାର୍ଯ୍ୟ କରୁଥିବା ସବୁ ସ୍ବାସ୍ଥ୍ୟକର୍ମୀଙ୍କୁ ପିପିଇ କିଟ୍‌ ଯୋଗାଇଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri