ଚିତ୍ରକୋଣ୍ଡା,୨୩ା୧୨(ଡି.ଏନ.ଏ.):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ମିନି ଷ୍ଟାଡିୟମ ଭିତରେ କେହି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ସୋମବାର ସନ୍ଧ୍ୟାରେ ହାଣି ଦେଇଛି। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସେ ହେଲେ ଚିତ୍ରକୋଣ୍ଡା ଢେପସାହିର ବାସିନ୍ଦା ସମରା ତନ୍ତି(୪୧)। ଖବରରୁ ଜଣାପଡିଛି ଦୁର୍ବୃତ୍ତମାନେ ସମରାଙ୍କୁ କୌଶଳକ୍ରମେ ଷ୍ଟାଡିୟମ ଭିତରକୁ ଡାକି ନେଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ କିଛି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ସେମାନେ ସମରାଙ୍କୁ ମାରଣାସ୍ତ୍ରରେ ହାଣି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ଚିତ୍ରକୋଣ୍ଡା ପୋଲିସ ପହଞ୍ଚତ୍ ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
Posted inଆମ ଜିଲା ଖବର, ମାଲକାନଗିରି View All
ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…
ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ
ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…
ଓଡ଼ିଆ-ଅର୍ଥନୀତି ବିଭାଗର ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ଶୃଙ୍ଖଳିତ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ
ଭଞ୍ଜନଗର,୨୩।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଅର୍ଥନୀତି ବିଭାଗ ପକ୍ଷରୁ ଯୁକ୍ତ ୩ ପ୍ରଥମ…
ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ
ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…
୨ ସୁଯୋଗ୍ୟ ସନ୍ତାନ ସରସ୍ବତୀ-ଜିତେନ୍ଦ୍ର ସମ୍ବର୍ଦ୍ଧିତ: ଅଞ୍ଚଳ ପାଇଁ ଆଣିଲେ ଗୌରବ
କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଲା ଗ୍ରାମର ଶ୍ରୀରାମ ମଣ୍ଡପ ପରିସରରେ ମା’ ସୁନାମୁଖୀ ଯୁବ ସଂଗଠନ, ପୌରକେଲା ପକ୍ଷରୁ ମଙ୍ଗଳବାର…
ପାଣିଘେରରେ ଛତ୍ରପୁର ପୌରପରିଷଦର ୩ ଅଞ୍ଚଳ
ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଗଭୀର ଅବପାତଜନିତ ବର୍ଷା ଲାଗିରହିଥିବା ବେଳେ ଛତ୍ରପୁର ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ଆସ୍ତେ ଆସ୍ତେ…
ସମୁଦ୍ର ଅଶାନ୍ତ: ଜେଟିରେ ବୁଡ଼ିଲା ଡଙ୍ଗା, ସ୍ଥାନୀୟ ମତ୍ସ୍ୟଜୀବୀ…
ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ଉପକୁଳ ଜେଟିରେ ବନ୍ଧା ହୋଇଥିବା ମାଛ ଡଙ୍ଗା ବୁଡ଼ିଯିବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ…
ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି
କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

