Posted inଜାତୀୟ

ଶାହା-ମମତା ବାକ୍‌ଯୁଦ୍ଧ

କୋଲକାତା, ୧୦ା୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଶାହା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ଜୋର୍‌ଦାର ବର୍ଷିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଭାଜପା ଲୋକଙ୍କ ମନରୁ ଭୟ ଦୂରକରିବା ଲାଗି ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି। ଏଠାରେ ପ୍ରତିହିଂସାମୂଳକ ରାଜନୀତି ଦେଖିବାକୁ ମିଳୁଛି। ଭାଜପାର ଭର୍ଚୁଆଲ ଜନ ସମ୍ବାଦ ରାଲିରେ ଶାହା କହିଛନ୍ତି, ପଶ୍ଚିମବଙ୍ଗରେ ଗରିବଙ୍କ ଲାଗି ଉଦ୍ଦିଷ୍ଟ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରାଯାଉନାହିଁ। ଏଠାକାର ସରକାର ନାଗରିକତ୍ୱ ସଂଶୋଧନ ବିଲ୍‌କୁ ବିରୋଧ କରି ଲୋକମାନଙ୍କୁ ରାଜନୈତିକ ଶରଣାର୍ଥୀ ଭାବେ ଦେଖିବାକୁ ଚାହୁଁଛି। ମୋଦି ସରକାର ଦେଶ ଲାଗି ବଡ଼ ବଡ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦେଶର ସୁରକ୍ଷା ଓ ଲୋକଙ୍କ ହିତ ଲାଗି ବିଭିନ୍ନ ଯୋଜନା କରିଛନ୍ତି। ହେଲେ ଏଠାକାର ସରକାର ଦୁର୍ନୀତିକୁ ପ୍ରଶ୍ରୟ ଦେଇ ଚାଲିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଉଦ୍ଧାର ଲାଗି ସେମାନଙ୍କୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଅଣାଯାଇଥିବା ବେଳେ ମମତା ସେମାନଙ୍କୁ ଅପମାନିତ କରିଛନ୍ତି, ସେଇମାନେ ହିଁ ତାଙ୍କୁ ବାହାରିଯିବାର ରାସ୍ତା ଦେଖାଇବେ ବୋଲି ଶାହା କହିଛନ୍ତି।
ଅପରପକ୍ଷରେ ମମତା ଏହାର ଜବାବରେ ଶାହାଙ୍କୁ ସମାଲୋଚନା କରି ଭାରତକୁ ବିପଦରେ ପକାଇଥିବା କହିଛନ୍ତି। ଭାଜପା ସମର୍ଥକ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ବେଳେ ଆମେ ଏହାକୁ ପୁନଃ ଅବସ୍ଥାପିତ କରିଛୁ। ଲୋକଙ୍କମାନଙ୍କ ବିକାଶକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ଶାନ୍ତି ଓ ସୌହାର୍ଦ୍ଦ୍ୟ ମଧ୍ୟରେ ସମସ୍ତଙ୍କ ରହିବାର ଅଧିକାର ଅଛି। ରାଜନୀତି ନାଁରେ ଲୋକଙ୍କ ଅସୁବିଧାକୁ ଅଣଦେଖା କରାଯାଇ ପାରିବନାହିଁ କି ଦେଶକୁ ବିପଦ ମୁହଁକୁ ଠେଲାଯାଇପାରିବ ନାହିଁ ବୋଲି ମମତା ଟୁଇଟ୍‌ କରି ଜଣାଇଛନ୍ତି। ପ୍ରକାଶଥାଉ କି, ପୂର୍ବରୁ ମଧ୍ୟ ଶାହା-ମମତାଙ୍କ ରାଜନୈତିକ ବାକ୍‌ଯୁଦ୍ଧ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଗତ ନିର୍ବାଚନରେ ପଶ୍ଚିମବଙ୍ଗରେ ଭାଜପା ଶକ୍ତିବୃଦ୍ଧି କରିଥିବା ବେଳେ ଟିଏମ୍‌ସି ସରକାରକୁ ଶାହାଙ୍କ ସମାଲୋଚନା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?