ଲେପ୍ରୋସି କଲୋନୀରେ ପଙ୍ଖା ବଣ୍ଟନ

ଭଞ୍ଜନଗର,୧୯।୫(ଡି.ଏନ.ଏ.)-ଫନୀ ପରେ ଭଞ୍ଜନଗରରେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ଭଞ୍ଜନଗରରେ ତାପମାତ୍ରା ସର୍ବାଧିକ ୪୨ ଡ଼ିଗ୍ରୀ ଥିବାବେଳେ ସର୍ବନିମ୍ନ ୨୬ ଡ଼ିଗ୍ରୀ ରହିଥିଲା। ଅସହ୍ୟ ଗରମ ଯୋଗୁ ରାସ୍ତାଘାଟ ପୂର୍ବାହ୍ନ ୧୧ଟାରୁ ଶୂନ୍‌ଶାନ ହୋଇଯାଇଥିଲା। ବିଦ୍ୟୁତ୍‌ ସେବା ଥିଲେ ମଧ୍ୟ ପଙ୍ଖା ସୁବିଧା ନଥାଇ ଗରମରେ ରହୁଥିବା ଲେପ୍ରୋସି କଲୋନୀର ୨୦ ଗରିବ ପରିବାରକୁ ଭଞ୍ଜନଗର ଆନ୍ଧ୍ରବ୍ୟାଙ୍କ ଓ ରୋଟାରୀ କ୍ଲବ ସହଯୋଗର ହାତ ବଢ଼ାଇଛି। ଶନିବାର ସନ୍ଧ୍ୟାରେ ସମସ୍ତ ପରିବାରକୁ ଗୋଟିଏ ଲେଖାଏଁ ପଙ୍ଖା ବଣ୍ଟନ କରାଯାଇଥିଲା। ଆନ୍ଧ୍ରବ୍ୟାଙ୍କ ଶାଖା ପରିଚାଳକ ଅଜୟ କୁମାର ଗୁପ୍ତା, ରୋଟାରୀ କ୍ଲବ ସଭାପତି ରବୀନ୍ଦ୍ର ପାଣିଗ୍ରାହୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ପଙ୍ଖା ବଣ୍ଟନ ସମୟରେ ଦିବ୍ୟ ଜୀବନ ସଂଘର ଉପଦେଷ୍ଟା ମହେଶ୍ୱର ତ୍ରିପାଠୀ, ସାମାଜିକକର୍ମୀ ଶୁଳପାଣି ଶତପଥୀ, ରୋଟାରୀ କ୍ଲବ ସମ୍ପାଦକ ବସନ୍ତ ପାତ୍ର, ପଞ୍ଚାନନ ମିଶ୍ର, ଶ୍ରୀରାମ ପାଳ, ସୁଶାନ୍ତ ସାହୁ, ମନୁ ସାହୁ, ସୁଧିର ପାଣିଗ୍ରାହୀ, ବିଶ୍ୱଜିତ୍‌ ପୃଷ୍ଟି, ପଦ୍ମନାଭ ପ୍ରଧାନ, ପ୍ରଦ୍ୟୁମ୍ନ ମଳିକ, ରଞ୍ଜିତ ବାରିକ, କଳ୍ପତରୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଗତ ୨୬ ମାର୍ଚ୍ଚ ୧୯୮୬ରେ ବିଶ୍ୱ ଦିବ୍ୟ ଜୀବନ ସଂଘ ସଭାପତି ପରମପୂଜ୍ୟ ସ୍ବାମୀ ଚିଦାନନ୍ଦ ମହାରାଜ ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ଡ଼ହ ରାସ୍ତାରେ ୫ ଏକର ଜମିରେ ଲେପ୍ରୋସି କଲୋନୀ ସ୍ଥାପନ ହୋଇଥିଲା। ଲକ୍ଷ୍ୟ ଥିଲା ଲୋପ୍ରୋସିରେ ଆକ୍ରାନ୍ତ ଲୋକଙ୍କୁ ସେଠାରେ ଥଇଥାନ କରି ସୁସ୍ଥ କରିବା। ବହୁବର୍ଷ ପୂର୍ବେ ନିର୍ମାଣ ହୋଇଥିବା କୋଠା ଗୁଡ଼ିକ ଫାଇଲିନ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ତେଣୁ ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ୨୦ଟି ପରିବାରକୁ ଗୋଟିଏ ଗୋଟିଏ ନୂଆ ଘର ଯୋଗାଇ ଦିଆଯାଇଥିଲା। ବିଦ୍ୟୁତ୍‌, ପାଣି ସୁବିଧା ଯୋଗାଇ ଦିଆଯାଇଛି। ଏଥିସହ ଭତ୍ତା, ଚାଉଳ ସୁବିଧା ମିଳୁଛି କିଛି ଲୋକଙ୍କୁ। ଆଉ କିଛି ଲୋକଙ୍କୁ ଆବଶ୍ୟକ କାଗଜପତ୍ର ନଥିବା ଯୋଗୁ ଏହି ସୁବିଧା ମିଳିନାହିଁ। ବର୍ତ୍ତମାନ ଦିବ୍ୟ ଜୀବନ ସଂଘ ପକ୍ଷରୁ ଜଣଙ୍କୁ ଦୌନନ୍ଦିନ ୬୦ ଟଙ୍କା ଆର୍ଥତ୍କ ସହାୟତା ଯୋଗାଇ ଦିଆଯାଉଛି। ତଥାପି ସେମାନଙ୍କ କିଛି ସମସ୍ୟା ଏବେବି ରହିଛି। ଏନେଇ ସେମାନେ ଉପସ୍ଥିତ ରୋଟାରୀ କ୍ଲବ ଓ ଆନ୍ଧ୍ରବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଅଞ୍ଚଳବାସୀ ଓ ପ୍ରଶାସନର ସହଯୋଗରେ ସେସବୁ ପୁରଣ ପାଇଁ ପଦକ୍ଷେପ ନିଆଯିବ ବୋଲି କର୍ମକର୍ତ୍ତାମାନେ ପ୍ରତିଶୃତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

ଭୁବନେଶ୍ୱରରୁ ଆସିଲା ଦଳୀୟ ସୁପ୍ରିମୋଙ୍କ ଡାକରା, ଶଙ୍ଖଭବନରେ ପହଞ୍ଚିଲେ ଗଞ୍ଜାମ ବିଜେଡି ନେତା, ବଡ଼ଧରଣର…

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ଶଙ୍ଖଭବନ। ଦଳୀୟ ସଂଗଠନ କିଭଳି ସୁଦୃଢ଼ ହେବ ସେଥିପାଇଁ ଚାଲିଛି ମାନସ ମନ୍ଥନ। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri