ଲାଗିଲାଣି ୧.୧୨ ଲକ୍ଷ ଗଛ

ଢେଙ୍କାନାଳ ଅଫିସ, ୧୩।୩ – ସବୁଜ ମହାନଦୀ ମିଶନକୁ ସଫଳ କରିବାକୁ ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ। ଶିଳ୍ପସମୃଦ୍ଧ ଜିଲାରେ ଜଙ୍ଗଲ ସମ୍ପଦ ବୃଦ୍ଧି କରିବା, ଜଙ୍ଗଲ ଅବକ୍ଷୟ ରୋକିବା ଏବଂ ବନୀକରଣ ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଅଗ୍ରାଧିକାର ଦିଆଯାଉଛି। ଜିଲାରେ ସବୁଜ ମହାନଦୀ ମିଶନ ଆନୁକୂଲ୍ୟରେ ଅଦ୍ୟାବଧି ୧ଲକ୍ଷ ୧୨ହଜାର ଚାରା ଲଗା ସରିଲାଣି। ଆଗାମୀ ଦିନରେ ଏହାକୁ ଆହୁରି ତ୍ୱରାନ୍ବିତ କରାଯିବ। ଏଥିଲାଗି ପାଲା, ଦାସକାଠିଆ ମାଧ୍ୟମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଢେଙ୍କାନାଳ ଜିଲାରେ ସବୁଜ ବଳୟ ସୃଷ୍ଟି କରିବା ଲକ୍ଷ୍ୟରେ ବ୍ରାହ୍ମଣୀ ଅବବାହିକା ସମେତ କାମାକ୍ଷାନଗର ଉପଖଣ୍ଡ, ସଦର ରେଞ୍ଜରେ ଆରମ୍ଭ ହୋଇଛି ସବୁଜ ମହାନଦୀ ମିଶନ। ୨୦୧୯-୨୦ବର୍ଷରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ଅଦ୍ୟାବଧି ୧ଲକ୍ଷ ୧୨ହଜାର ଗଛ ଲଗାଯାଇଛି। ସେଥିରୁ ଗଁଦିଆ ବ୍ଲକ ଷଡ଼ଙ୍ଗୀ ରେଞ୍ଜ୍‌ର ବାଲିଆପଶି ସଂରକ୍ଷିତ ଜଙ୍ଗଲରେ ୧୦ ହେକ୍ଟର ଜମିରେ ୧୬ ହଜାର, ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲରେ ୧୦୦ ହେକ୍ଟର ଜମିରେ ୨୦ ହଜାର, କାମାକ୍ଷାନଗର ଉପଖଣ୍ଡ ମହାବିରୋଡ ରେଞ୍ଜ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ୪୦ ହେକ୍ଟରରେ ୬୪ ହଜାର ଏବଂ ଖାଲପାଳ ସଂରକ୍ଷିତ ଜଙ୍ଗଲରେ ୫୦ ହେକ୍ଟରରେ ୧୦ହଜାର ଗଛ ଲଗାଯାଇଛି। ସେହିପରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସମ୍ପୃକ୍ତ ରେଞ୍ଜ ଅଧୀନ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ଚାରା ରୋପଣ କରାଯାଇଛି। ଗ୍ରାମବାସୀଙ୍କୁ ସଚେତନ ଏବଂ ପ୍ରୋତ୍ସାହିତ କରିବା ପାଇଁ ବନ ବିଭାଗ ପକ୍ଷରୁ ପାଲା, ଦାସକାଠିଆ ମାଧ୍ୟମରେ ସଚେତନ କରାଯାଉଛି। ଜଳ ସୁରକ୍ଷା, ଜୀବନ ଯାତ୍ରା ସ୍ଲୋଗାନ ମାଧ୍ୟମରେ ବନ ବିଭାଗ ଏବଂ ପରିବେଶ ବିଭାଗ ଅଧିକାରୀମାନେ ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରୁଛନ୍ତି।
ଅପରପକ୍ଷେ କଟକ ଜିଲା ମଙ୍ଗୁଳିଠାରୁ ଢେଙ୍କାନାଳ-ଅନୁଗୋଳ ଜିଲା ଦେଇ ୫୫ନଂ. ଏନ୍‌ଏଚ୍‌ ସମ୍ପ୍ରସାରଣ କାମ ଚାଲିଛି। ଏଥିରେ ପ୍ରାୟ ୧୬,୦୬୩ ଗଛ କଟାଯିବ। ତେଣୁ ଚଳିତ ଖରାଦିନେ ଜିଲାର ତାପମାତ୍ରା ବୃଦ୍ଧି ପାଇବା ଯଥେଷ୍ଟ ଆଶଙ୍କା ରହିଛି। ଏଥି ଲାଗି ବନ ବିଭାଗ ପକ୍ଷରୁ ପଥପ୍ରାନ୍ତ ବନୀକରଣ ଆରମ୍ଭ ହୋଇଛି। ଏହାଦ୍ୱାରା ଗଛ କଟାକୁ କିଛିମାତ୍ରାରେ ଭରଣା କରାଯାଇପାରିବ। ଏଥିସହ ରାସ୍ତା ପାର୍ଶ୍ୱରେ ସବୁଜ ବନାନୀ ସୃଷ୍ଟି ହେବ ବୋଲି ଆଶାବ୍ୟକ୍ତ କରାଯାଉଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ସବୁଜ ମହାନଦୀ ମିଶନକୁ ସଫଳ କରିବାକୁ ପାରମ୍ପରିକ ଲୋକନୃତ୍ୟ ମାଧ୍ୟମରେ ସଚେତନ କରାଯାଉଛି। ରେଞ୍ଜ ଅଧିକାରୀ, ବନ କର୍ମଚାରୀ ନିୟମିତ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ବୁଝାଉଛନ୍ତି। ୨୦୧୯-୨୦ ଆର୍ଥତ୍କ ବର୍ଷ ପାଇଁ ସରକାରୀ ଅନୁଦାନ ମଞ୍ଜୁର ହେଲେ ଚାରା ରୋପଣ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri