ଲାଗିଲାଣି ୧.୧୨ ଲକ୍ଷ ଗଛ

ଢେଙ୍କାନାଳ ଅଫିସ, ୧୩।୩ – ସବୁଜ ମହାନଦୀ ମିଶନକୁ ସଫଳ କରିବାକୁ ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ। ଶିଳ୍ପସମୃଦ୍ଧ ଜିଲାରେ ଜଙ୍ଗଲ ସମ୍ପଦ ବୃଦ୍ଧି କରିବା, ଜଙ୍ଗଲ ଅବକ୍ଷୟ ରୋକିବା ଏବଂ ବନୀକରଣ ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଅଗ୍ରାଧିକାର ଦିଆଯାଉଛି। ଜିଲାରେ ସବୁଜ ମହାନଦୀ ମିଶନ ଆନୁକୂଲ୍ୟରେ ଅଦ୍ୟାବଧି ୧ଲକ୍ଷ ୧୨ହଜାର ଚାରା ଲଗା ସରିଲାଣି। ଆଗାମୀ ଦିନରେ ଏହାକୁ ଆହୁରି ତ୍ୱରାନ୍ବିତ କରାଯିବ। ଏଥିଲାଗି ପାଲା, ଦାସକାଠିଆ ମାଧ୍ୟମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଢେଙ୍କାନାଳ ଜିଲାରେ ସବୁଜ ବଳୟ ସୃଷ୍ଟି କରିବା ଲକ୍ଷ୍ୟରେ ବ୍ରାହ୍ମଣୀ ଅବବାହିକା ସମେତ କାମାକ୍ଷାନଗର ଉପଖଣ୍ଡ, ସଦର ରେଞ୍ଜରେ ଆରମ୍ଭ ହୋଇଛି ସବୁଜ ମହାନଦୀ ମିଶନ। ୨୦୧୯-୨୦ବର୍ଷରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ଅଦ୍ୟାବଧି ୧ଲକ୍ଷ ୧୨ହଜାର ଗଛ ଲଗାଯାଇଛି। ସେଥିରୁ ଗଁଦିଆ ବ୍ଲକ ଷଡ଼ଙ୍ଗୀ ରେଞ୍ଜ୍‌ର ବାଲିଆପଶି ସଂରକ୍ଷିତ ଜଙ୍ଗଲରେ ୧୦ ହେକ୍ଟର ଜମିରେ ୧୬ ହଜାର, ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲରେ ୧୦୦ ହେକ୍ଟର ଜମିରେ ୨୦ ହଜାର, କାମାକ୍ଷାନଗର ଉପଖଣ୍ଡ ମହାବିରୋଡ ରେଞ୍ଜ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ୪୦ ହେକ୍ଟରରେ ୬୪ ହଜାର ଏବଂ ଖାଲପାଳ ସଂରକ୍ଷିତ ଜଙ୍ଗଲରେ ୫୦ ହେକ୍ଟରରେ ୧୦ହଜାର ଗଛ ଲଗାଯାଇଛି। ସେହିପରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସମ୍ପୃକ୍ତ ରେଞ୍ଜ ଅଧୀନ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ଚାରା ରୋପଣ କରାଯାଇଛି। ଗ୍ରାମବାସୀଙ୍କୁ ସଚେତନ ଏବଂ ପ୍ରୋତ୍ସାହିତ କରିବା ପାଇଁ ବନ ବିଭାଗ ପକ୍ଷରୁ ପାଲା, ଦାସକାଠିଆ ମାଧ୍ୟମରେ ସଚେତନ କରାଯାଉଛି। ଜଳ ସୁରକ୍ଷା, ଜୀବନ ଯାତ୍ରା ସ୍ଲୋଗାନ ମାଧ୍ୟମରେ ବନ ବିଭାଗ ଏବଂ ପରିବେଶ ବିଭାଗ ଅଧିକାରୀମାନେ ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରୁଛନ୍ତି।
ଅପରପକ୍ଷେ କଟକ ଜିଲା ମଙ୍ଗୁଳିଠାରୁ ଢେଙ୍କାନାଳ-ଅନୁଗୋଳ ଜିଲା ଦେଇ ୫୫ନଂ. ଏନ୍‌ଏଚ୍‌ ସମ୍ପ୍ରସାରଣ କାମ ଚାଲିଛି। ଏଥିରେ ପ୍ରାୟ ୧୬,୦୬୩ ଗଛ କଟାଯିବ। ତେଣୁ ଚଳିତ ଖରାଦିନେ ଜିଲାର ତାପମାତ୍ରା ବୃଦ୍ଧି ପାଇବା ଯଥେଷ୍ଟ ଆଶଙ୍କା ରହିଛି। ଏଥି ଲାଗି ବନ ବିଭାଗ ପକ୍ଷରୁ ପଥପ୍ରାନ୍ତ ବନୀକରଣ ଆରମ୍ଭ ହୋଇଛି। ଏହାଦ୍ୱାରା ଗଛ କଟାକୁ କିଛିମାତ୍ରାରେ ଭରଣା କରାଯାଇପାରିବ। ଏଥିସହ ରାସ୍ତା ପାର୍ଶ୍ୱରେ ସବୁଜ ବନାନୀ ସୃଷ୍ଟି ହେବ ବୋଲି ଆଶାବ୍ୟକ୍ତ କରାଯାଉଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ସବୁଜ ମହାନଦୀ ମିଶନକୁ ସଫଳ କରିବାକୁ ପାରମ୍ପରିକ ଲୋକନୃତ୍ୟ ମାଧ୍ୟମରେ ସଚେତନ କରାଯାଉଛି। ରେଞ୍ଜ ଅଧିକାରୀ, ବନ କର୍ମଚାରୀ ନିୟମିତ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ବୁଝାଉଛନ୍ତି। ୨୦୧୯-୨୦ ଆର୍ଥତ୍କ ବର୍ଷ ପାଇଁ ସରକାରୀ ଅନୁଦାନ ମଞ୍ଜୁର ହେଲେ ଚାରା ରୋପଣ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?