ଲଗାଣ ବର୍ଷା ଯୋଗୁ ବାହ୍ୟଜଗତରୁ ୨ ପଞ୍ଚାୟତ ବିଚ୍ଛିନ୍ନ

ମାଲକାନଗିରି,୨୩ା୬ (ସ୍ବ.ପ୍ର.)- ମାଲକାନଗିରି ଜିଲାରେ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାର ମାଥିଲି ବ୍ଲକର ୨ଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ଜଣାପଡିଛି। ବର୍ଷା ଯୋଗୁ ମହୁପଦର ନିକଟରେ ଥିବା ଡାଇଭର୍ସନ ରୋଡ ଧୋଇ ହୋଇଯିବାରୁ ମହୁପଦର ଓ କମାରପାଲି ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛତିଶଗଡ଼ ଲୋକେ ମଧ୍ୟ ଓଡ଼ିଶାର ଏହି ଅଞ୍ଚଳକୁ ଯାତାୟାତ କରିପାରୁନାହାନ୍ତି। ପୋଟେରୁ, କାଙ୍ଗୁରୁକୋଣ୍ଡା, ପାଙ୍ଗାମ, ଏମଭି-୧୧, କୋରକୋଣ୍ଡା, ଏମଭି-୩୭, ସପ୍ତଧାରା, ସିଲେରୁ, ସତୀଗୁଡା ଓ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିପାଇଛି। ଜିଲାରେ ଶନିବାର ବର୍ଷା ପରିମାଣ ହାରାହାରି ୧୬.୫୭ମି.ମି. ଥିବା ରେକର୍ଡ କରାଯାଇଛି। ମାଥିଲି ବ୍ଲକରେ ୨୧.୦୦ମିମି, ମାଲକାନଗିରି ୦୯ ମିମି, ଖଇରପୁଟ ୨୫ ମିମି, କୁଡୁମୁଲୁଗୁମ୍ମା ୨୨ମିମି, କୋରାକୋଣ୍ଡା ୦୪ ମିମି, କାଲିମେଳା ୦୨ ମିମି ଓ ପଡିଆ ବ୍ଲକରେ ସର୍ବାଧିକ ୩୩ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ରବିବାର ବର୍ଷା କମିବା ପରେ ସ୍ଥତିରେ ଟିକେ ସୁଧାର ଆସିଛି। ଅନ୍ୟପକ୍ଷରେ ମୌସୁମୀ ଆରମ୍ଭରୁ ସାମାନ୍ୟ ବର୍ଷାରେ ଯଦି ଜିଲାରେ ଏପରି ପରିସ୍ଥିତି ସୃଷ୍ଟି ହୁଏ ଆଗାମୀ ଦିନରେ କ୍ରମାଗତ ବର୍ଷା ହେଲେ କି ପ୍ରକାର ପରିସ୍ଥିତି ସୃଷ୍ଟି ହେବ ତାହା ଚିନ୍ତାଜନକ ହେଲାଣି। ଜିଲା ପ୍ରଶାସନ ମୁକାବିଲା ପାଇଁ ସଜାଗ ରହିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

ବଡ଼ ଡେଙ୍ଗନେଲି ନିକଟରେ ଭୁଶୁଡ଼ିଲା କଲଭର୍ଟ, ନିୟମଗିରି ଅଞ୍ଚଳକୁ ବନ୍ଦ ହୋଇଗଲା ଯାତାୟାତ

କଲ୍ୟାଣସିଂହପୁର,୧ା୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପକ୍ଷରୁ ନିର୍ମିତ ମୁଖ୍ୟ ରାସ୍ତା ଏବେ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?