ଲକ୍‌ଡାଉନ୍‌ରେ ଫସିଛନ୍ତି ବିଶ୍ୱ ଭ୍ରମଣରେ ବାହାରିଥିବା ଦମ୍ପତି : କାର୍‌କୁ କରିଛନ୍ତି ଘର

ଓ୍ବାଶିଂଟନ୍‌: କରୋନା ଭୂତାଣୁ ଯୋଗୁ ବିଶ୍ୱବ୍ୟାପୀ କରାଯାଇଥିବା ଲକ୍‌ଡାଉନ୍‌ରେ ଅନେକ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଏମିତି ସମୟରେ ଫସିଛନ୍ତି ଇଂଲଣ୍ଡର ଏକ ଦମ୍ପତି। ଏହି ଦମ୍ପତି ବିଶ୍ୱ ଭ୍ରମଣରେ ବାହାରିଥିଲେ। ମାତ୍ର ଚାରିଆଡ଼େ ଲକ୍‌ଡାଉନ୍‌ ହୋଇଥିବାରୁ ସେମାନେ ବର୍ତ୍ତମାନ ଆମେରିକାର ମିଆଁମାରରେ ଫସି ରହିଛନ୍ତି। ଏ ପରିସ୍ଥିତିରେ ସେମାନେ ନିଜ କାରକୁ ଘର କରିନେଇଛନ୍ତି। କାରଣ ଏହା ବ୍ୟତୀତ ତାଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନ ଥିଲା।
ଦମ୍ପତିଙ୍କ ନାମ ଆଲ୍‌ଡୋ ଜିଆକିଣ୍ଟୋ ଏବଂ ଭେରା କୋଜଲୋଭାସ୍କାଇ। ତାଙ୍କ କାର୍‌ ଗତ ଦୁଇ ସପ୍ତାହ ଧରି ମିଆଁମାରର ୱାଲମାର୍ଟ ପାର୍କିଂ ସ୍ଥାନରେ ରହିଥିଲା। କାର୍‌ରେ ଏକ ଛୋଟ ରୋଷେଇ ଘର ଅଛି। ଯେଉଁଥିରେ ସେ ରୋଷେଇ କରୁଛନ୍ତି। ଆଲ୍‌ଡୋଙ୍କ କହିବା ଅନୁଯାୟୀ, ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ରାଶନ ସାମଗ୍ରୀ ରହିଛି। ଏହା ବ୍ୟତୀତ କାର୍‌ ଭିତରେ ଏକ ଛୋଟ ବେଡ୍‌ ରହିଛି। ଯେଉଁଥିରେ ସେ ଶୋଉଛନ୍ତି। ଆଲଡୋ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ତାଙ୍କ ଜୀବନରେ କିଛି ପରିବର୍ତ୍ତନ ହୋଇନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଉଭୟ ସ୍ବାମୀ-ସ୍ତ୍ରୀ ସୁସ୍ଥ ଅଛନ୍ତି।
ବାସ୍ତବରେ, ଆଲ୍‌ଡୋ ପେସାରେ ଜଣେ ରୋଷେୟା। ସେ ଇଂଲଣ୍ଡରେ ଏକ ‘ଫିସ୍‌ ଆଣ୍ଡ୍‌ ଚିସ୍ପ’ ରେଷ୍ଟୁରାଣ୍ଟର ମାଲିକ। ଏହି ସମୟରେ ତାଙ୍କ ସ୍ତ୍ରୀ ଭେରା ଆଇଟି କ୍ଷେତ୍ରରେ ଥିଲେ। ୨୦୧୬ରେ ସେ ଚାକିରି ଛାଡ଼ି ବିଶ୍ୱ ଭ୍ରମଣରେ ବାହାରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦମ୍ପତି ୫୦ଟି ଦେଶ ବୁଲିସାରିଛନ୍ତି। ଲକ୍‌ଡାଉନ୍‌ ଶେଷ ହେଲେ ସେମାନେ ପୁଣି ଯାତ୍ରା ଆରମ୍ଭ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ବିଧାୟକ, ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ…

ଗଜପତି,୧୨ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଗ୍ରାମବାସୀଙ୍କ…

ବନ ବିଭାଗରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ମହଙ୍ଗା ପଡ଼ିଲା ସରକାରୀ ଗାଡ଼ିରେ ବେସରକାରୀ କାମ

ବଣାଇଁ,୧୨ା୬(ପ୍ରଦୀପ ତ୍ରିପାଠୀ): ରାଜାମୁଣ୍ଡା କୋଇଡା ୫୨୦ ନମ୍ବର ଜାତୀୟ ରାଜପଥର କେ. ବଲାଙ୍ଗ ଥାନା ନିକଟରେ ଗୁରୁବାର ରାତିରେ ହାଇଓ୍ବା ପଛରେ ଏକ ବୋଲେରୋ ପିଟି ହୋଇ…

କାଲି ସକାଳୁ ମାଡ଼ି ଆସୁଛି ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୧୨।୬: ଆଇଏମଡି (IMD) ର ସୂଚନା ଅନୁଯାୟୀ, ଜୁନ ୪ ରେ କେରଳରେ ପ୍ରବେଶ କରିବା ପରେ ମୌସୁମୀ ମାତ୍ର ୮ ଦିନ ମଧ୍ୟରେ ୧୭ଟି ରାଜ୍ୟକୁ…

ମମତା ବାନାର୍ଜୀଙ୍କ ବିରୋଧରେFIR; ବଢ଼ିଲା ଅଡୁଆ

କୋଲକାତା,୧୨।୬: କ୍ଷମତା ହରାଇବା ପରଠାରୁ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ସାମ୍ପ୍ରଦାୟିକ ମନ୍ତବ୍ୟ ସମ୍ପର୍କରେ ତାଙ୍କ ବିରୋଧରେ ହ୍ୟାରେ…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ସାବଧାନ! ପେଟ୍ରୋଲ-ଡିଜେଲ କିଣିବା ଉପରେ ଲାଗିଲା କଟକଣା: ଏତିକି ଲିଟରରୁ ଅଧିକ ମିଳିବନି ତେଲ, ଉଲ୍ଲଂଘନ କଲେ ଜେଲ୍‌!

ନୂଆଦିଲ୍ଲୀ,୧୨।୬: ପେଟ୍ରୋଲ ଏବଂ ଡିଜେଲ ଯୋଗାଣକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପେଟ୍ରୋଲ ପମ୍ପଗୁଡ଼ିକରୁ ଇନ୍ଧନ…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ: ୨ ବନ୍ଧୁକ ସହ ୩ ଜୀବନ୍ତ…

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଶୁକ୍ରବାର ବାରୁଡ଼ା ଗ୍ରାମର ଏକ ଗଣ୍ତଗୋଳ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri