ଲକ୍‌ଡାଉନ୍‌: ସଲମାନ୍‌ଙ୍କ ଫାର୍ମହାଉସ୍‌ରେ ସମୟ ବିତାଉଛନ୍ତି ୟୁଲିଆ, ମାଛ ଧରି ଶେୟାର କଲେ ଭିଡିଓ

ମୁମ୍ବାଇ : ବର୍ତ୍ତମାନ ସଲମାନ ତାଙ୍କ ପରିବାର ସଦସ୍ୟ ଏବଂ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ସହ ଫାର୍ମହାଉସ୍‌ରେ ରହିଛନ୍ତି। କାରଣ ସଲମାନ୍‌ ତାଙ୍କ ଫାର୍ମହାଉସ୍‌କୁ ବୁଲିବାକୁ ଆସି ଲକ୍‌ଡାଉନ୍‌ ଯୋଗୁ ଫସିଯାଇଛନ୍ତି। ଏହି ସମୟରେ ସଲମାନ୍‌ ଫାର୍ମହାଉସ୍‌ରେ ଯାହା କିଛି କରୁଛନ୍ତି ଫ୍ୟାନ୍‌ମାନଙ୍କୁ ସୋସିଆଲ ମିଡିଆରେ ଶେୟାର କରି ଜଣାଉଛନ୍ତି। ତାଙ୍କ ସହିତ ତାଙ୍କର ଅତି ଘନିଷ୍ଠ ବନ୍ଧୁ ତଥା କଥିତ ପ୍ରେମିକା ୟୁଲିଆ ବନ୍ତୁର ମଧ୍ୟ ଅଛନ୍ତି। ୟୁଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ମାଛ ଧରୁଥିବା ଦେଖିବାକୁ ମିଳିଛି। ଭିଡିଓଟିରେ ୟୁଲିଆଙ୍କ ବ୍ୟତୀତ କିଛି ଲୋକ ଜାଲ ପକାଇ ମାଛ ଧରୁଥିବା ନଜର ଆସିଛନ୍ତି। ଭିଡିଓରେ ୟୁଲିଆ କହିଛନ୍ତି, ‘ଖାଇବାର ଅଛି ଯଦି ପରିଶ୍ରମ କର, ଆଜି ଏ ହେଉଛି ଆମ ଲଞ୍ଚ୍‌’।

ୟୁଲିଆଙ୍କ ଏହି ଭିଡିଓ ଏବେ ବେଶ୍‌ ଚର୍ଚ୍ଚାରେ। ଏହା ପୂର୍ବରୁ ୟୁଲିଆଙ୍କ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏଥିରେ ୟୁଲିଆ ଫାର୍ମହାଉସ୍‌ରେ ଚାଟ୍‌ ଶୋ’ କରୁଥିଲେ। ପଛରୁ ସଲମାନ୍‌ ଆସି ତାଙ୍କ ଚେୟାର ଉପରେ ହାତ ରଖି କିଛି କହୁଥିବାର ଦେଖିବାକୁ ମିଳିଥିଲା। ଏଥିରୁ ଜଣାପଡୁଥିଲା ୟୁଲିଆ ତାଙ୍କୁ ଚାଲିଯିବାକୁ କହୁଥିଲେ। ଏହା ପରେ ସଲମାନ୍‌ ଚାଲିଯାଇଥିଲେ। ୟୁଲିଆ ଜଣେ ମଡେଲ, ହୋଷ୍ଟ, ରେଡିଓ ପ୍ରେଜେଣ୍ଟର ଏବଂ ସିଙ୍ଗର ମଧ୍ୟ। ସଲମାନଙ୍କ ସହ ୟୁଲିଆଙ୍କ ସମ୍ପର୍କକୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହେଉଛି। ସଲମାନ୍‌ଙ୍କ ସହ ତାଙ୍କ ଫାର୍ମହାଉସ୍‌ରେ ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌, ସୋହେଲଙ୍କ ପୁଅ ନିର୍ବାଣ ମଧ୍ୟ ଅଛନ୍ତି।

https://www.instagram.com/p/B_XcdRAlWuj/?utm_source=ig_web_copy_link


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri