ଲକ୍‌ଡାଉନ୍‌ ନିୟମ ପାଳନ କରାଇବାକୁ ରାସ୍ତାକୁ ଓହ୍ଲାଇଲେ ଯମରାଜ

କୁର୍ନୁଲ,୧।୪: କରୋନା ଭାଇରସ୍‌କୁ ନେଇ ସାରା ଦେଶରେ ଆତଙ୍କ ଖେଳିଯାଇଛି। କରୋନା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ କେବଳ ସାମାଜିକ ଦୂରତ୍ୱ ଏକମାତ୍ର ଉପାୟ। ଫଳରେ କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଦେଶର ଅଧିକାଂଶ ଲୋକ ଏହାକୁ ପାଳନ କରୁଥିବା ବେଳେ ଆଉ କେତେକ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି। ତେଣୁ ଏନେଇ ଲୋକଙ୍କୁ ସଚେତନ କରାଇବା ପାଇଁ ପୋଲିସ ପକ୍ଷରୁ ଭିନ୍ନ ଉପାୟ କରାଯାଉଛି। କିଛି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲାର ଧୋନେ ଅଞ୍ଚଳରେ। ଲୋକଙ୍କୁ ସାମାଜିକ ଦୂରତ୍ୱ ବିଷୟରେ ସଚେତନ କରାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ଖୋଦ ଯମରାଜ। ବୁଧବାର ସ୍ଥାନୀୟ କଳାକାରମାନେ ଯମରାଜା, ଚିତ୍ରଗୁପ୍ତ ଓ କରୋନା ବେଶରେ ପୋଲିସଙ୍କ ସହ ମିଶି ରାସ୍ତାରେ ବୁଲି ବୁଲି ଲୋକଙ୍କୁ କରୋନା ବିଷୟରେ ସଚେତନ କରିବା ଲକ୍‌ଡାଉନ୍‌ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ଯଦି କିଏ ଘରୁ ବାହାରନ୍ତି ତେବେ ତାଙ୍କୁ ଯମରାଜା ଉଠେଇ ନେଇଯିବେ ବୋଲି ଚେତାବନୀ ଦେବା ସହ ଏହି ମାଧ୍ୟମରେ ସମସ୍ତଙ୍କୁ ଏକ ବାର୍ତ୍ତା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗ ଶେଷକୁ ନେଇ ସତ ହେଉଛି କି ମାଳିକାର ଭବିଷ୍ୟବାଣୀ? ଜଗନ୍ନାଥ ମନ୍ଦିରର ଏହି ସଙ୍କେତ ବଢାଇଲା ଚିନ୍ତା!

ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଅନେକ ସ୍ଥାନରେ ଉଲ୍ଲେଖ ରହିଛି ଯେ କଳିଯୁଗର ଶେଷରେ ଭଗବାନ ଜଗନ୍ନାଥ ‘କଲ୍କି ଅବତାର’ ରୂପରେ ପ୍ରକଟ ହେବେ ଏବଂ ପୁନର୍ବାର ‘ସତ୍ୟଯୁଗ’ର ସ୍ଥାପନା…

ଶ୍ରୀଜଗନ୍ନାଥଙ୍କ ଟାହିଆ ପ୍ରସଙ୍ଗ, ଗୋଟି ଗୋଟି କରି ସବୁ କଥା କହିଦେଲେ ଦଇତାପତି ନିଯୋଗ ସମ୍ପାଦକ, ଜାଣନ୍ତୁ…

ପୁରୀ,୧୭।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ରଥଟଣା ଶେଷ ହୋଇଛି। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ରଥ…

‘ମୁଁ ଖେଳିବା ଛାଡିଦେବି…’, କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କଲା ରୋହିତ ଶର୍ମାଙ୍କ….

ନୂଆଦିଲ୍ଲୀ,୧୭।୭: ୧୯ ଜୁଲାଇ ଦିନ ରୋହିତ ଶର୍ମା ନିଜ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ…

ସଞ୍ଜୟ ରାଉତଙ୍କ ବଡ଼ ଦାବି: ‘ବଦଳିପାରନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ; ଦେବେନ୍ଦ୍ର ଫଡନଭିସଙ୍କୁ କେନ୍ଦ୍ରରେ ମିଳିବ ବଡ଼ ଭୂମିକା’

ମୁମ୍ବାଇ,୧୭।୭: ଉଦ୍ଧବ ଠାକରେଙ୍କ ଶିବସେନା (UBT)ର ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଶୁକ୍ରବାର (୧୭ ଜୁଲାଇ) ସେ କହିଛନ୍ତି ଯେ…

ଏତିକି କିମି ବେଗରେ ପବନ ସହ ଝଡ଼ତୋଫାନ! ଚେତାବନୀ ଦେଲା IMD; ୧୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୧୭।୭: ଦେଶରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ମଧ୍ୟରେ ପାଣିପାଗ ବିଭାଗ ଏବେ ଆଶ୍ୱାସନା ଦେଲା ଭଳି ଏକ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଆସନ୍ତାକାଲି…

କେସିଙ୍ଗା ରେଳ ଷ୍ଟେଶନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ୨୨ କୋଟି ବ୍ୟୟ ଅଟକଳରେ ନିର୍ମିତ…

କେସିଙ୍ଗା,୧୭ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ମୁଖ୍ୟଦ୍ୱାର ଦେଶରେ ଥିବା କେସିଙ୍ଗା ରେଲଓ୍ବେ ଷ୍ଟେଶନର ଶୁଭ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଭର୍ଚୁଆଲ ଦ୍ବାରା ଶୁକ୍ରବାର ଅପରାହ୍ନରେ…

ବଦଳିଗଲା NDA ସଂସଦୀୟ ଦଳର ନାମ: ଏବେ ‘ମଙ୍ଗଳ ମିଳନ’ ନାମରେ ହେବ ବୈଠକ

ନୂଆଦିଲ୍ଲୀ,୧୭।୭: କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (BJP) ନେତୃତ୍ୱାଧୀନ ଶାସକ NDA ମେଣ୍ଟ ସଂସଦୀୟ ବୈଠକର ନାମ ବଦଳାଇ ଦିଆଯାଇଛି। ଏବେ ଏହାକୁ ‘ମଙ୍ଗଳ ମିଳନ’ ନାମ…

ରାଜ୍ୟ ସଭାରେ ପ୍ରଥମେ ‘ବନ୍ଦେ ମାତରମ’ ବିଲ ଆଗତ କରିବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା; ଅସମ୍ମାନ କଲେ କଠୋର ଦଣ୍ଡ

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନରେ ଯାହା ଜୁଲାଇ ୨୦ରୁ ଆରମ୍ଭ ହେଉଛି, ଅନେକ ବିଲ ଉପସ୍ଥାପନ ପାଇଁ ତାଲିକାଭୁକ୍ତ ହୋଇଛି ଯେଉଁଥିରେ ଜାତୀୟ ଗୀତ ‘ବନ୍ଦେ ମାତରମ’କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri