ଲକ୍‌ ଡାଉନରେ ଭୁଲିଆଙ୍କ କୌଳିକ ବୃତ୍ତି ଠପ୍‌: ଦୁଃଖ ଦୁର୍ଦ୍ଦଶାରେ ପରିବାର

ମନମୁଣ୍ଡା, ୧୯।୪ (ଡି.ଏନ.ଏ.)- ଲାଭ ମିଳୁ ନ ମିଳୁ, କାମ ଛୋଟ ହେଉକି ବଡ କେହି ନିଜର କୌଳିକ ବୃତ୍ତିରୁ ବିଚ୍ୟୁତ ହେବାକୁ ଚାହାନ୍ତି ନାହିଁ । ଏହିପରି ଭୁଲିଆ ଜାତିର ଆବାଳ ବୃଦ୍ଧ, ବୃଦ୍ଧା ନିଜର କୌଳିକ ବୃତ୍ତି ହସ୍ତତନ୍ତ ଉପରେ ନିର୍ଭରଶୀଳ । ବର୍ତ୍ତମାନ ପୂର୍ବଭଳି ମଜୁରୀ ଓ ଲାଭ ମିଳୁନଥିବା ବେଳେ ବି ସେମାନେ ଲୁଗାବୁଣା ଚାଲୁ ରଖିଛନ୍ତି । ଏହି କାମ ଏପରି ଯେ, ଏଥିରେ ସପରିବାରଙ୍କ ସହଯୋଗ ରହିଥାଏ । କିଏ ସୂତାର ରଙ୍ଗ କରେ ତ କିଏ ବାନ୍ଧ କାମ କରେ ଏବଂ କିଏ ସୂତା ଗୁଡାରେ ସାହାଯ୍ୟ କରେ ତ ମିଳିତ ସହଯୋଗରେ ତନାସରା କାମ କରାଯାଏ । ତାପରେ ବହୁ କଷ୍ଟ, ସାବଧାନତା ସହ ଲୁଗା ବୁଣାଯାଏ । କିନ୍ତୁ କରୋନା ପାଇଁ ଲକ୍‌ ଡାଉନ ଯୋଗୁ ଘରୁ ବାହାରିବା ମନା ଥିବାରୁ ଭୁଲିଆମାନଙ୍କ ହସ୍ତତନ୍ତ କାମ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଯେଉଁମାନେ ଲକ୍‌ ଡାଉନ ପୂର୍ବରୁ ଲୁଗା ବୁଣି ସାରିଥିଲେ ସେମାନେ ମାଲିକକୁ ତ ଆଉ କିଏ ବଜାରକୁ ଶାଢ଼ୀ ନେଇ ନ ପାରି ଘରେ ପକାଇ ରଖିଛନ୍ତି । କିନ୍ତୁ ଅନେକ ପରିବାରଙ୍କ ଲୁଗାବୁଣା ସମ୍ପୂର୍ଣ୍ଣ ବନ୍ଦ ରହିଛି। ମନମୁଣ୍ଡା, ଦେଉଳି, ବାସୁଦେବପାଲି, ଶ୍ରୀହରିନଗର, ଗବ୍‌ଯୋରରେ ଅନେକ ଭୁଲିଆ ପରିବାର ବଜାରରୁ ସୂତା ଆଣି ପାରି ନ ଥିବା ହେତୁ ସମସ୍ତଙ୍କ କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଗବଯୋରରେ ପ୍ରାୟ ୮୦ ପ୍ରତିଶତ ଭୁଲିଆ ପରିବାର ବାସ କରନ୍ତି । ଏଠାରେ ପ୍ରାୟ ୩୫୦ ପରିବାର ବୁଣାକାର ଅଛନ୍ତି । ତନ୍ତ କାମରେ ଗାଁରେ ଶବ୍ଦ ସର୍ବଦା ଶୁଣାଯାଏ । ତେବେ ଲକ୍‌ ଡାଉନ ହେତୁ ସୂତା ନ ମିଳିବା ଫଳରେ ଲୁଗାବୁଣା ଠପ୍‌ ହୋଇଯାଇ ଥିବାରୁ ଗାଁରେ ନିସ୍ତବ୍ଧିତା ଦେଖା ଦେଇଛି। ସମସ୍ତ ବୁଣାକାର ପରିବାର ଅସୁବିଧା ଓ ଦୁଃଖ ଦୁର୍ଦ୍ଦଶାରେ ଚଳୁଥିବା ଉକ୍ତ ଗ୍ରାମର ଧବଳେଶ୍ୱର ମେହେର, କର୍ଣ୍ଣ ମେହେର, ଲକ୍ଷ୍ମଣ ମେହେର, ନିଳାଞ୍ଚଳ ମେହେର, ରୁଦ୍ରସିଂ ମେହେର, ଗଣେଷ ମେହେର, ଲାଲ କିଶୋର ମେହେର, ରାମେଶ୍ୱର ମେହେର କହନ୍ତି। ସରକାର ବୁଣାକାର ପରିବାର ପାଇଁ ସ୍ବତନ୍ତ୍ର ଏକ ପ୍ୟାକେଜ ଘୋଷଣା କରି ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସେମାନେ ଅନୁରୋଧ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri