ଲକ୍ଷ୍ମୀଧରଙ୍କ ନିଷ୍ଠା ଆଣିଛି ସଫଳତା: ଶୋଷ ମେଣ୍ଟାଉଛି କାଠ ନଳକୂଅ ପାଣି

ରାଇସୁଆଁ, ୧।୧ (ଡି.ଏନ.ଏ.)-କଥାରେ ଅଛି ନିଷ୍ଠା ଏବଂ ଅକ୍ଳାନ୍ତ ପରିଶ୍ରମ ଆଗରେ ସବୁ ବାଧାବିଘ୍ନ ହାର ମାନିଥାଏ। ଏହି ଘଟଣାକୁ ସତ୍ୟରେ ପରିଣତ କରି ଦେଖାଇଛନ୍ତି କେନ୍ଦୁଝର ଜିଲା ସଦର ଅଞ୍ଚଳର କାଉଁରିକଳା ପଞ୍ଚାୟତର ବନେଇକଳା ଗ୍ରାମର ପ୍ରଧାନସାହିର ଲକ୍ଷ୍ମୀଧର ମୁଣ୍ଡା। ସେ ଅକ୍ଳାନ୍ତ ପରିଶ୍ରମ କରି ନିଜ ବୁଦ୍ଧି ବଳରେ ଗାଁରେ ଏକ କାଠ ନଳକୂପ ବସାଇଛନ୍ତି। ସେଥିରୁ ପାଣି ଆସୁଥିବାରୁ ଲୋକଙ୍କ କଷ୍ଟ ବହୁ ମାତ୍ରାରେ ଦୂର ହୋଇପାରିଛି।
ଲକ୍ଷ୍ମୀଧରଙ୍କର ୨ସନ୍ତାନ ଏବଂ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର। ଦିନମଜୁରି କରି ସେ ପରିବାରର ଗୁଜୁରାଣ ମେଣ୍ଟାଇ ଥାନ୍ତି। ତାଙ୍କ ସାହିରେ ନଳକୂପଟିଏ ନ ଥିବା ବେଳେ ଲୋକ ମାନେ ୧ କି.ମି. ଦୂରରୁ ପାନୀୟ ଜଳ ଆଣିଥାନ୍ତି। ଏହାକୁ ଦେଖିବା ପରେ ସାହିର ଲୋକଙ୍କ ପାଇଁ କିପରି ପାନୀୟଜଳ ଗ୍ରାମରେ ପହଞ୍ଚି ପାରିବ ତାହା ତାଙ୍କ ମୁଣ୍ଡକୁ ଘାରିଥିଲା। ଏଥିପାଇଁ ସେ ବହୁ ଚିନ୍ତା କରି କିଛି ଇଲେକ୍ଟ୍ରି ୱେରିଂ ପାଇପ ଏବଂ କିଛି କାଠ ଏବଂ କିଛି ଲୁହା ରଡର ବ୍ୟବହାର କରି ୧କି.ମି. ଦୂରରେ ଥିବା ଜଳ ଉତ୍ସରୁ ଗାଁକୁ ପାଣି ଆଣି ପାରିଛନ୍ତି। ପାଇପଗୁଡିକୁ ମାଟି ତଳେ ପୋତି ଗାଁ ମୁଣ୍ଡରେ ଏକ ୨ଇଞ୍ଚ ପାଇପକୁ ସଂଯୋଗ କରି ଏକ ଲୁହାରଡକୁ ୨ଖଣ୍ଡ କାଠ ସାହାଯ୍ୟରେ ନଳକୂପ ହ୍ୟାଣ୍ଡେଲ ପରି ଲଗାଇଛନ୍ତି। ନଳକୂପ ହ୍ୟାଣ୍ଡେଲକୁ ଉପର ତଳ କରିବା ପରି ଏହି କାଠ ହ୍ୟାଣ୍ଡେଲକୁ ଉପରତଳ କଲେ ଏଥିରୁ ପାଣି ବାହାରୁଛି। ପାଣିକୁ ପରିଷ୍କାର କରିବା ପାଇଁ ଏଥିରେ ଏକ ଫିଲଟର ଲଗାଇଛନ୍ତି। ଲକ୍ଷ୍ମୀଧର ଜଣେ ଗରିବ ଆଦିବାସୀ ହୋଇଥିଲେ ମଧ୍ୟ ବହୁ କଷ୍ଟରେ ଯୁକ୍ତ୨ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ମାତ୍ର ଦାରିଦ୍ର୍ୟ କାରଣରୁ ଯୁକ୍ତ୨ ପରେ ପଢାରେ ତାଙ୍କର ଡୋରି ପଡିଥିଲା। ମାତ୍ର ତାଙ୍କ ମନରେ ସମାଜ ପାଇଁ କିଛି କରି ଦେଖାଇବାର ଆଗ୍ରହ ଯୋଗୁ ବହୁ କଷ୍ଟ ଏବଂ ଅକ୍ଳାନ୍ତ ପରିଶ୍ରମ ଏବଂ ବୁଦ୍ଧି ବଳରେ ୧ କି.ମି. ଦୂର ଏକ ଜଳଉତ୍ସରୁ ଗାଁକୁ ପାଣି ଆଣି ପାରିଛନ୍ତି। ଏହି କାଠ ନଳକୂଅ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସ୍ଥାନୀୟ ସାହିର ବହୁ ଜନସାଧାରଣ କହିଛନ୍ତି କି ଆଗରୁ ବହୁ ଦୂରରୁ ପାଣି ବୋହି ଗାଁକୁ ଆଣୁଥିବା ବେଳେ ଲକ୍ଷ୍ମୀଧରଙ୍କ ଯୋଗୁ ହାତ ପାହାନ୍ତାରେ ପାନୀୟଜଳ ପାଇପାରୁଛୁ। ପ୍ରଶାସନ ତରଫରୁ ତାଙ୍କୁ ପ୍ରୋତ୍ସାହନ ମିଳିଲେ ସେ ଆହୁରି ଆଗକୁ ବଢ଼ିପାରନ୍ତେ ବୋଲି କହିଛନ୍ତି।
ଫଟୋ- ଲକ୍ଷ୍ମୀଧରଙ୍କ ଦେଶୀ ନଳକୂପ।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪ ଜୀବନ, ଗାଁରେ ଶୋକାକୁଳ

ଯାଜପୁର,୧୧।୮: ଦୀପାବଳିର ଆଲୋକରେ ସାରା ଦୁନିଆ ଝଲସୁଥିବା ବେଳେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଅଞ୍ଚଳରେ ଘଟିଛି ଏକ ଛାତିଥରା ଘଟଣା। ଏହା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।…

ଦୀପାବଳି ପାଇଁ ଯାଉଥିଲେ ଗାଁକୁ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଦିଗପହଣ୍ଡି,୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର ମନୋଜ କୁମାର ଗୌଡ଼ ନାମକ ଜଣେ ଯୁବକ ରବିବାର ଏକ ଅଟୋ…

ଦୀପାବଳିରେ କୁଡୁମି ସମାଜର ଗୋଠ ପୂଜା, ଧିଙ୍ଗୁଆନ ପର୍ବ

କାଳିଆପାଣି,୮।୧୧: ଦୀପାବଳି ଅବସରରେ କୁଡୁମି ସମାଜର ଗୋଠପୂଜା ଏବଂ ଧିଙ୍ଗୁଆନ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି । କୁଡୁମି ସମାଜ ନିଜ ପାରମ୍ପରିକ ରୀତି ନୀତିକୁ ବିଶ୍ୱାସ…

ମର୍ମନ୍ତୁଦ ଦୁର୍ଘଟଣା: ଦୀପାବଳିରେ ଲିଭିଗଲା ୩ ଜୀବନ

ନୟାଗଡ଼/ଦଶପଲ୍ଲା,୮।୧୧(ଲୋକନାଥ ମିଶ୍ର/ପ୍ରକାଶ ପାଣି): ଆଲୋକର ପର୍ବ ‘ଦୀପାବଳି’ ପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର। ଏହି ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୟାଗଡ଼…

ଜିଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍‌ ପ୍ରତିଯୋଗିତା, ପୁରସ୍କୃତ ହେଲେ କୃତୀ ପ୍ରତିଯୋଗୀ

ବଲାଙ୍ଗୀର: ୮।୧୧(ସୁନିଲ କୁମାର ମହାନ୍ତି): ଛାତ୍ରୀଛାତ୍ରଙ୍କ ଜ୍ଞାନ, ମେଧା, ଉପସ୍ଥିତ ବୁଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ଲକ୍ଷ୍ୟରେ ଜିଲାସ୍ତରୀୟ ପିଏମ୍‌ଶୀ କୁଇଜ ପ୍ରତିଯୋଗିତା ୨୦୨୬ ବଲାଙ୍ଗୀରସ୍ଥିତ…

ଗୁଣିଗାରେଡ଼ି ସନ୍ଦେହରେ ୮୦ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା ମାମଲା, ଦୁଇ ଭାଇ ଗିରଫ

ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ଅନ୍ଧବିଶ୍ୱାସର କରୁଣ ପରିଣତି । ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ତାରସିଂ ଥାନା…

ବିହାରୀ ଯୁବକଙ୍କ ସହ ଫେରାର ହେଉଥିବା ଆଦିବାସୀ ୱାର୍ଡସଭ୍ୟାଙ୍କୁ ଅଟକ

ମହାକାଳପଡ଼ା, ୮।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ଜଙ୍ଗଲଘେରି ଶବରପଡ଼ାର ଆଦିବାସୀ ମହିଳା ୱାର୍ଡ ସଭ୍ୟାଙ୍କୁ ବିହାର ରାଜ୍ୟର…

ପୋଖରୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ: ଗାଁ ଶ୍ମଶାନରେ ଜଳିଲା ଜୁଇ, ବିଧାୟକ ପହଞ୍ଚି…

ଅତାବିରା,୮ା୧୧(ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାଟିକ୍ରା ଗ୍ରାମରେ ଶନିବାର ପୋଖରୀରେ ମାଛ ମାରିବାକୁ ଯାଇଥିବାବେଳେ ଗ୍ରାମର ରମେଶ ମହାକୁର (୫୫)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?