Posted inଫୁରସତ

ରେକର୍ଡ ନିଶା: ୭୦ ହଜାର ଦିଆସିଲିରେ ଜାହାଜ ମଡେଲ

ସାଉଥଷ୍ଟମ୍‌: ସଫଳତା ପାଇଁ ବୟସ ଏକ ମାପକାଠି ନୁହେଁ। ନିଷ୍ଠାପର ଉଦ୍ୟମ, ଗଭୀର ଆତ୍ମବିଶ୍ୱାସ ହିଁ ସଫଳତା ଆଡ଼କୁ ବାଟ କଢ଼ାଇନିଏ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ବ୍ରିଟେନର ନାବିକ ଡେଭିଡ ରେନାଲ୍ଡ। ୬୧ବର୍ଷ ବୟସରେ ସେ ନିର୍ମାଣ କରିଛନ୍ତି ୪୦୦ବର୍ଷ ପୁରୁଣା ଐତିହାସିକ ମେଫ୍ଲେବର ଜାହାଜର ପ୍ରତିକୃତି, ତାହା ବି ଦିଆସିଲି କାଠିରେ। ପୁରାତନ ଜାହାଜର ମଡେଲ ପ୍ରସ୍ତୁତ କରିବା ରେନାଲ୍ଡଙ୍କ ସଉକ। ଏହା ତାଙ୍କୁ ବିଶ୍ୱସ୍ତରରେ ଦେଇଛି ପରିଚିତି ଏବଂ ସେ ହୋଇପାରିଛନ୍ତି ଅନେକ ରେକର୍ଡର ଅଧିକାରୀ।
୪୦୦ବର୍ଷ ପୁରୁଣା ଜାହାଜ ‘ମେଫ୍ଲେବର’ ଚଳିତ ବର୍ଷ ଆନିଭର୍ସରି ପାଳୁଛି। ଏହାକୁ ସ୍ମୃତିମଧୁର କରିବାକୁ ଯୋଜନା କରିଥିଲେ ଡେଭିଡ୍‌। ଏହାର ଅବିକଳ ମଡେଲ ତିଆରି କରିବାକୁ ୨ବର୍ଷ ସମୟ ଲାଗିଛି। ୪ଫୁଟ ଉଚ୍ଚ ଏବଂ ୫ଫୁଟ ଲମ୍ବା ବିଶିଷ୍ଟ ଉକ୍ତ ମଡେଲକୁ ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ଲାଗିଛି ୯୦୦ ଘଣ୍ଟା। ଏଥିରେ ୭୦ ହଜାର ଦିଆସିଲି କାଠି ବ୍ୟବହାର କରାଯାଇଛି। କାଠିଗୁଡ଼ିକୁ ବାନ୍ଧି ରଖିବାକୁ ସୂତା ଏବଂ ଅଠାର ବ୍ୟବହାର ହୋଇଛି। ଜାହାଜର ମୋଟ ଓଜନ ୭.୨ କିଗ୍ରା।
‘ମେଫ୍ଲେବର’ର ପ୍ରତିକୃତି ନିର୍ମାଣ କରିବା ସହଜ ନ ଥିଲା। ଏହା ପୂର୍ବରୁ ଡେଭିଡ ଜାହାଜ ସହିତ ଜଡ଼ିତ ସମସ୍ତ ଛୋଟବଡ଼ ତଥ୍ୟ ହାସଲ କରିଥିଲେ। ସୂଚନାଯୋଗ୍ୟ, ୧୬୨୦ ସେପ୍ଟେମ୍ବର ୬ରେ ‘ମେଫ୍ଲେବର’ ୧୦୨ ଯାତ୍ରୀଙ୍କୁ ନେଇ ଆମେରିକା ଅଭିମୁଖେ ବାହାରିଥିଲା। ୨ମାସର ଯାତ୍ରା ପରେ ଏହା ମାସାଚୁସେଟ୍‌ସ ତଟରେ ପହଞ୍ଚତ୍ଥିଲା। ଉକ୍ତ ଜାହାଜରେ ଏକ ମିନି ବୋଟ, ଡେକ୍‌ ଏବଂ ତୋପ ମଧ୍ୟ ରହିଥିଲା, ଯାହାର ଅବକଳ ନକଲ ଦେଖିବାକୁ ମିଳିଛି ଡେଭିଡଙ୍କ ମଡେଲରେ। ଡେଭିଡ ଏହା ପୂର୍ବରୁ ୪୦ଟି ଜାହାଜ ନିର୍ମାଣ କରିସାରିଛନ୍ତି। ‘ମେଫ୍ଲେବର’ ସେଥିରୁ ଗୋଟିଏ। ଏଥିପୂର୍ବରୁ ୨୦୦୯ରେ ୨୧ ଫୁଟ ଉଚ୍ଚତା ବିଶିଷ୍ଟ ‘ନର୍ଥ ସି ଅଏଲଶିପ୍‌’ର ମଡେଲ ପ୍ରସ୍ତୁତ କରିଥିଲେ। ଏହା ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ ହୋଇଥିଲେ। ଏଥିରେ ୪୧ ଲକ୍ଷ ଦିଆସିଲି କାଠି ବ୍ୟବହାର କରାଯାଇଥିଲା। ଏତେ ପରିମାଣର କାଠିକୁ ଏକାଠି ଯୋଡ଼ାଗଲେ ତାହା ପାଖାପାଖି ୪.୧ କିମିର ଲାଇନ ସୃଷ୍ଟି କରନ୍ତା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?