Posted inଜାତୀୟ

ରିୟଲିଟି ଶୋ’ରେ ପିଲାଙ୍କୁ ଅନୁପଯୁକ୍ତ ପ୍ରଦର୍ଶନ କରନାହିଁ

ନୂଆଦିଲ୍ଲୀ,୧୯ା୬: ନୃତ୍ୟଭିତ୍ତିକ ରିୟଲିଟି ଶୋ’ଗୁଡ଼ିକରେ ଶିଶୁମାନଙ୍କୁ ଉପଯୁକ୍ତ ଭାବେ ଉପସ୍ଥାପନ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶର ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ପରାମର୍ଶ ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଜାରି ଆଡ୍‌ଭାଇଜରିରେ ଉଲ୍ଲେଖ କରାଯାଇଛି ଯେ, ନୃତ୍ୟଭିତ୍ତିକ ଅନେକ ରିୟଲିଟି ଟିଭି ଶୋ’ରେ ଛୋଟ ପିଲାଙ୍କ ଡ୍ୟାନ୍ସ ମୂଳତଃ ଫିଲ୍ମ ଓ ଅନ୍ୟ ଲୋକପ୍ରିୟ ମନୋରଞ୍ଜନ କାର୍ଯ୍ୟକ୍ରମରେ ବୟସ୍କଙ୍କ ଅଭିନୟରୁ ଅନୁକରଣ କରାଯାଉଛି। ଉକ୍ତ ଫିଲ୍ମଗୁଡ଼ିକ ଅଧିକାଂଶ ସମୟରେ ସ୍ବଳ୍ପବୟସ୍କ ପିଲାଙ୍କ ପାଇଁ ଅନୁପଯୁକ୍ତ ବୋଲି କୁହାଯାଉଛି। ଏଭଳି ଦୃଶ୍ୟ ଛୋଟପିଲାଙ୍କ ଉପରେ କୁପ୍ରଭାବ ପକାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିସକୋଶ ନୃତ୍ୟ ରିୟଲିଟି ଶୋ ପ୍ରଦର୍ଶନ ବେଳେ ପିଲାଙ୍କୁ ଉପଯୁକ୍ତ ଭାବେ ପ୍ରଦର୍ଶିତ କରାଯିବା ଦରକାର। ଏହାସହ ସର୍ବାଧିକ ସଂଯମ ଅବଲମ୍ବନ କରି ସମ୍ବେଦନଶୀଳତା ଓ ସତର୍କତା ଆପଣାଇବା ଜରୁରୀ। ସମସ୍ତ ଘରୋଇ ସାଟେଲାଇଟ୍‌ ଟିଭି ଚ୍ୟାନେଲକୁ ଏସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେବୁଲ୍‌ ଟେଲିଭିଜନ୍‌ ନେଟ୍‌ଓ୍ବର୍କ୍ସ (ରେଗୁଲେଶନ୍‌) ଆକ୍ଟ, ୧୯୯୫ ଏବଂ ଏ ସମ୍ପର୍କିତ ନିୟମ ଅଧୀନ ପ୍ରୋଗ୍ରାମ୍‌ ଆଣ୍ଡ ଆଡ୍‌ଭର୍ଟାଇଜିଂ କୋଡ୍‌ସକୁ ଦେଶର ସବୁ ଘରୋଇ ଚ୍ୟାନେଲ ଅନୁପାଳନ କରିବା ଜରୁରୀ। ପିଲାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଖରାପ ଭାଷା, ହିଂସାମତ୍କ ଦୃଶ୍ୟ ରହିବା ଅନୁଚିତ ବୋଲି ଏଥିରେ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri