ରିଟେଲ ପଏଣ୍ଟ ଚିହ୍ନଟକୁ ନେଇ ଅସନ୍ତୋଷ: ୪, ୭ ୮୯ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ ଚାଉଳ

ନାଉଗାଁ, ୧୦ା୪(ସ୍ବ.ପ୍ର.): କରୋନା ଯୋଗୁ ସ୍କୁଲ ପିଲାଙ୍କୁ ୩ମାସର ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଅଭିଭାବକ ପିଲାଙ୍କ ଟୋକନ ବିଦ୍ୟାଳୟରୁ ଗ୍ରହଣ କରିବେ। ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ରିଟେଲ୍‌ ପଏଣ୍ଟରେ ଟୋକନ ଦାଖଲ କରି ଅଭିଭାବକ ଚାଉଳ ନେଇପାରିବେ ବୋଲି ଜଣାଯାଇଛି। କିନ୍ତୁ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ରିଟେଲ ପଏଣ୍ଟଗୁଡିକ ଛାତ୍ରୀଛାତ୍ରଙ୍କ ଘରଠାରୁ ଦୂରରେ ରହିଛି, ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନାଉଗାଁ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ୮୮ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଏଥିରେ ଅଧ୍ୟୟନ କରୁଥିବା ୪,୭୮୯ ଛାତ୍ରୀଛାତ୍ରଙ୍କୁ ଚାଉଳ ପ୍ରଦାନ କରାଯିବ। ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମୁଣ୍ଡ ପିଛା ୧୦୦ଗ୍ରାମ୍‌ ହିସାବରେ ୩ ମାସକୁ ୯ କି.ଗ୍ରା. ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମୁଣ୍ଡ ପିଛା ୧୫୦ଗ୍ରାମ୍‌ ହିସାବରେ ୩ ମାସକୁ ୧୩.୫ କି.ଗ୍ରା. ଚାଉଳ ପ୍ରଦାନ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ କହିଛନ୍ତି। ଅଭିଭାବକଙ୍କୁ ବିଦ୍ୟାଳୟର ନିକଟସ୍ଥ ରିଟେଲ ପଏଣ୍ଟରୁ ଚାଉଳ ନେବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ ବିଦ୍ୟାଳୟ ପକ୍ଷରୁ ଦର୍ଶାଯାଇଥିବା ରିଟେଲ ପଏଣ୍ଟ ମଧ୍ୟରୁ ଅଧିକାଂଶ ଅଭିଭାବକଙ୍କ ଘରଠାରୁ ୪ କି.ମି. ଅଧିକ ଦୂର ଥିବା ଅଭିଭାବକ ଅଭିଯୋଗ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଏତେ ଦୂର ଯାଇ କିପରି ଚାଉଳ ସଂଗ୍ରହ କରିବେ, ସେ ନେଇ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ ନିଜ ପଞ୍ଚାୟତ ରିଟେଲ ପଏଣ୍ଟରେ ଚାଉଳ ଯୋଗାଇ ଦେବାକୁ ଅଭିଭାବ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରେ ଯୋଗାଣ ବିଭାଗ ପକ୍ଷରୁ ମଗା ଯାଇଥିବା ତଥ୍ୟ ପ୍ରଦାନ କରିଛୁ। ରିଟେଲ ପଏଣ୍ଟ ଚିହ୍ନଟ ଦାୟିତ୍ୱ ଯୋଗାଣ ବିଭାଗର ବୋଲି ସେ କହିଛନ୍ତି। ନାଉଗାଁ ବ୍ଲକ ଯୋଗାଣ ନିରୀକ୍ଷିକା ନିଳିମା ମହାନ୍ତିଙ୍କୁ ପଚାରିବାରେ ନାଉଗାଁ ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ ଓ ସିଆର୍‌ସିସିଙ୍କଠାରୁ ଛାତ୍ରୀଛାତ୍ରଙ୍କ ତଥ୍ୟ ସହିତ ବିଦ୍ୟାଳୟର ନିକଟସ୍ଥ ରିଟେଲ ପଏଣ୍ଟର ନାମ ଦେବାକୁ କୁହାଯାଇଥିଲା। ତାଙ୍କ ରିପୋର୍ଟ ଆଧାରରେ ତାଲିକା ପ୍ରକାଶ ପାଇଛି। କିନ୍ତୁ ଉକ୍ତ ତାଲିକାରେ କିଛି ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୁନର୍ବାର ସଂଶୋଧିତ ରିପୋର୍ଟ ଦେବା ପାଇଁ ସିଆରସିସିଙ୍କୁ କୁହାଯାଇଥିଲା। ସେମାନଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସଂଶୋଧିତ ରିପୋର୍ଟ ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ମଞ୍ଜୁର ପାଇଁ ପଠାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri