ରାସ୍ତା ସମ୍ପ୍ରସାରଣ ପାଇଁ ଗଛକଟା

ବ୍ରହ୍ମପୁର ଅଫିସ୍‌,୧୫ା୭-ବାତ୍ୟା ପ୍ରଭାବିତ ଗଞ୍ଜାମ ଜିଲାରେ ସବୁଜିମା ପାଇଁ ସରକାରୀ ଏବଂ ବେସରକାରୀସ୍ତରରେ ପଦକ୍ଷେପ ନିଆଯାଉଛି। ସ୍କୁଲ ପିଲାଙ୍କୁ ‘ପିଲାଟିଏ ଗଛଟିଏ’ କାର୍ଯ୍ୟକ୍ରମ ଜରିଆରେ ଚାରାରୋପଣ ପାଇଁ ଉତ୍ସାହିତ କରାଯାଉଛି। ଜିଲା ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ଚାରାରୋପଣ କରାଯାଉଛି। ମାତ୍ର ପ୍ରଶାସନ ନିଜେ ଗଛକାଟି ସହରର ସବୁଜିମାକୁ ନଷ୍ଟ କରୁଛି। ରବିବାର ଏପରି ଦେଖିବାକୁ ମିଳିଛି। ରାସ୍ତା ସଂପ୍ରସାରଣ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ ରାସ୍ତାର ଉଭୟ ପଟରୁ ଗଛ କଟାଯାଉଥିବା ବେଳେ ସାମାଜିକ କର୍ମୀମାନେ ପହଞ୍ଚି ବିରୋଧ କରିଛନ୍ତି। ଏହାପରେ ଗଛକଟା ବନ୍ଦ ହୋଇଛି। ତେବେ ୮ଟି ବଡ଼ ବଡ଼ ଗଛ କଟାଯାଇ ସାରିଥିବାରୁ ଏହା ବ୍ୟଥିତ କରିଛି।
ସୂଚନାଯୋଗ୍ୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଦୁଇ ଫାଟକକୁ ସଂଯୋଗ କରୁଥିବା ରାସ୍ତାର ସଂପ୍ରସାରଣ, ଡିଭାଇଡର୍‌ ନିର୍ମାଣ ସହ ଲାଇଟ୍‌ ଲଗାଇବା ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏ ନେଇ ସେମାନେ ପୂର୍ତ୍ତ ବିଭାଗକୁ ଅନୁରୋଧ କରିଥିଲେ। ପୂତ୍ତର୍ର୍ ବିଭାଗ ତରଫରୁ ୮କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ରାସ୍ତାର ଚଉଡ଼ା ୫ମିଟର ଥିବା ବେଳେ ତାହାକୁ ୧୫ମିଟର ଚଉଡ଼ା କରାଯିବ। ଏହି ରାସ୍ତାର ଉଭୟ ପଟେ ପ୍ରାୟ ୧୮୮ଟି ବଡ଼ ବଡ଼ ଗଛ ରହିଛି। ରାସ୍ତା ଚଉଡା ପାଇଁ ଗଛ କାଟିବା ଆବଶ୍ୟକ ରହିଥିଲା। ଏ ନେଇ ପୂର୍ତ୍ତ ବିଭାଗ ତରଫରୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ଅନୁମତି ମଗାଯାଇଥିଲା। ବିଭାଗ ଗଛ କାଟିବା ଦାୟିତ୍ୱ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)କୁ ପ୍ରଦାନ କରିଥିଲା। ତେଣୁ ରବିବାର ଓଏଫ୍‌ଡିସିର କର୍ମଚାରୀମାନେ ପହଞ୍ଚି ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ଗଛ କାଟିଥିଲେ। ଦେଖୁଦେଖୁ ୮ଟି ବଡ଼ ବଡ଼ ଗଛକୁ କାଟି ଦିଆଯାଇଥିଲା। ଖବରପାଇ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏମ୍‌. ଦିଲୀପ କୁମାର, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ କୁମାର ଗୟାଙ୍କ ସମେତ ବହୁ ପରିବେଶ କର୍ମୀ ପହଞ୍ଚି ଗଛକଟାକୁ ବିରୋଧ କରିଥିଲେ। ବାରମ୍ବାର ବାତ୍ୟା ଯୋଗୁ ସହରରେ ଗଛ ସଂଖ୍ୟା କମୁଥିବା ବେଳେ ପ୍ରଶାସନର ଏପରି କାର୍ଯ୍ୟକୁ ସେମାନେ ନିନ୍ଦା କରି କୁରାଢ଼ି, କଟର୍‌ ଛଡ଼ାଇ ରଖିଥିଲେ। ଏହାକୁ ନେଇ ଓଏଫ୍‌ଡିସି ଏବଂ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ବିଏନ୍‌ପୁର ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପରିବେଶ କର୍ମୀଙ୍କ ତୀବ୍ର ବିରୋଧ ପରେ ଗଛକଟା ବନ୍ଦ ହୋଇଥିଲା।
ପୂର୍ବତନ ବିଡିଏ ଅଧ୍ୟକ୍ଷ ମହାରଣା କୁହନ୍ତି, ମେଡ଼ିକାଲ୍‌ ରାସ୍ତାର ଗୋଟିଏ ପଟେ ଫାଟକ ବନ୍ଦ ରହିଥିବା ଯୋଗୁ ରାସ୍ତା ସଂପ୍ରସାରଣ ଆବଶ୍ୟକ ନାହିଁ। ବର୍ତ୍ତମାନ ଯେତିକି ଚଉଡ଼ା ରହିଛି, ସେଥିରେ ଡିଭାଇଡର୍‌ ନିର୍ମାଣ ହୋଇପାରିବ। ଗଛ କାଟିବା ଅନାବଶ୍ୟକ ବୋଲି ସେ କହିଛନ୍ତି। ପୂର୍ତ୍ତ ବିଭାଗର ଏସ୍‌ଡିଓ ବଳରାମ ଅଧିକାରୀ କହିଛନ୍ତି, ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ରାସ୍ତା ସଂପ୍ରସାରଣ ହେଉଛି। ଗଛ କାଟିବାକୁ ବିରୋଧ ପରେ କାମ ବନ୍ଦ ରହିଛି।
ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ। ବ୍ର୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ ବେହେରା କହିଛନ୍ତି, ପୂତ୍ତର୍ର୍ ବିଭାଗ ଅନୁରୋଧ ଅନୁଯାୟୀ ଗଛ କାଟିବାକୁ ଓଏଫ୍‌ଡିସିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗଛ କାଟିବା ନିର୍ଦ୍ଦେଶକୁ ବାତିଲ୍‌ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?