ରାସ୍ତା ସମ୍ପ୍ରସାରଣ ପାଇଁ ଗଛକଟା

ବ୍ରହ୍ମପୁର ଅଫିସ୍‌,୧୫ା୭-ବାତ୍ୟା ପ୍ରଭାବିତ ଗଞ୍ଜାମ ଜିଲାରେ ସବୁଜିମା ପାଇଁ ସରକାରୀ ଏବଂ ବେସରକାରୀସ୍ତରରେ ପଦକ୍ଷେପ ନିଆଯାଉଛି। ସ୍କୁଲ ପିଲାଙ୍କୁ ‘ପିଲାଟିଏ ଗଛଟିଏ’ କାର୍ଯ୍ୟକ୍ରମ ଜରିଆରେ ଚାରାରୋପଣ ପାଇଁ ଉତ୍ସାହିତ କରାଯାଉଛି। ଜିଲା ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ଚାରାରୋପଣ କରାଯାଉଛି। ମାତ୍ର ପ୍ରଶାସନ ନିଜେ ଗଛକାଟି ସହରର ସବୁଜିମାକୁ ନଷ୍ଟ କରୁଛି। ରବିବାର ଏପରି ଦେଖିବାକୁ ମିଳିଛି। ରାସ୍ତା ସଂପ୍ରସାରଣ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ ରାସ୍ତାର ଉଭୟ ପଟରୁ ଗଛ କଟାଯାଉଥିବା ବେଳେ ସାମାଜିକ କର୍ମୀମାନେ ପହଞ୍ଚି ବିରୋଧ କରିଛନ୍ତି। ଏହାପରେ ଗଛକଟା ବନ୍ଦ ହୋଇଛି। ତେବେ ୮ଟି ବଡ଼ ବଡ଼ ଗଛ କଟାଯାଇ ସାରିଥିବାରୁ ଏହା ବ୍ୟଥିତ କରିଛି।
ସୂଚନାଯୋଗ୍ୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଦୁଇ ଫାଟକକୁ ସଂଯୋଗ କରୁଥିବା ରାସ୍ତାର ସଂପ୍ରସାରଣ, ଡିଭାଇଡର୍‌ ନିର୍ମାଣ ସହ ଲାଇଟ୍‌ ଲଗାଇବା ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏ ନେଇ ସେମାନେ ପୂର୍ତ୍ତ ବିଭାଗକୁ ଅନୁରୋଧ କରିଥିଲେ। ପୂତ୍ତର୍ର୍ ବିଭାଗ ତରଫରୁ ୮କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ରାସ୍ତାର ଚଉଡ଼ା ୫ମିଟର ଥିବା ବେଳେ ତାହାକୁ ୧୫ମିଟର ଚଉଡ଼ା କରାଯିବ। ଏହି ରାସ୍ତାର ଉଭୟ ପଟେ ପ୍ରାୟ ୧୮୮ଟି ବଡ଼ ବଡ଼ ଗଛ ରହିଛି। ରାସ୍ତା ଚଉଡା ପାଇଁ ଗଛ କାଟିବା ଆବଶ୍ୟକ ରହିଥିଲା। ଏ ନେଇ ପୂର୍ତ୍ତ ବିଭାଗ ତରଫରୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ଅନୁମତି ମଗାଯାଇଥିଲା। ବିଭାଗ ଗଛ କାଟିବା ଦାୟିତ୍ୱ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)କୁ ପ୍ରଦାନ କରିଥିଲା। ତେଣୁ ରବିବାର ଓଏଫ୍‌ଡିସିର କର୍ମଚାରୀମାନେ ପହଞ୍ଚି ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ଗଛ କାଟିଥିଲେ। ଦେଖୁଦେଖୁ ୮ଟି ବଡ଼ ବଡ଼ ଗଛକୁ କାଟି ଦିଆଯାଇଥିଲା। ଖବରପାଇ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏମ୍‌. ଦିଲୀପ କୁମାର, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ କୁମାର ଗୟାଙ୍କ ସମେତ ବହୁ ପରିବେଶ କର୍ମୀ ପହଞ୍ଚି ଗଛକଟାକୁ ବିରୋଧ କରିଥିଲେ। ବାରମ୍ବାର ବାତ୍ୟା ଯୋଗୁ ସହରରେ ଗଛ ସଂଖ୍ୟା କମୁଥିବା ବେଳେ ପ୍ରଶାସନର ଏପରି କାର୍ଯ୍ୟକୁ ସେମାନେ ନିନ୍ଦା କରି କୁରାଢ଼ି, କଟର୍‌ ଛଡ଼ାଇ ରଖିଥିଲେ। ଏହାକୁ ନେଇ ଓଏଫ୍‌ଡିସି ଏବଂ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ବିଏନ୍‌ପୁର ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପରିବେଶ କର୍ମୀଙ୍କ ତୀବ୍ର ବିରୋଧ ପରେ ଗଛକଟା ବନ୍ଦ ହୋଇଥିଲା।
ପୂର୍ବତନ ବିଡିଏ ଅଧ୍ୟକ୍ଷ ମହାରଣା କୁହନ୍ତି, ମେଡ଼ିକାଲ୍‌ ରାସ୍ତାର ଗୋଟିଏ ପଟେ ଫାଟକ ବନ୍ଦ ରହିଥିବା ଯୋଗୁ ରାସ୍ତା ସଂପ୍ରସାରଣ ଆବଶ୍ୟକ ନାହିଁ। ବର୍ତ୍ତମାନ ଯେତିକି ଚଉଡ଼ା ରହିଛି, ସେଥିରେ ଡିଭାଇଡର୍‌ ନିର୍ମାଣ ହୋଇପାରିବ। ଗଛ କାଟିବା ଅନାବଶ୍ୟକ ବୋଲି ସେ କହିଛନ୍ତି। ପୂର୍ତ୍ତ ବିଭାଗର ଏସ୍‌ଡିଓ ବଳରାମ ଅଧିକାରୀ କହିଛନ୍ତି, ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ରାସ୍ତା ସଂପ୍ରସାରଣ ହେଉଛି। ଗଛ କାଟିବାକୁ ବିରୋଧ ପରେ କାମ ବନ୍ଦ ରହିଛି।
ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ। ବ୍ର୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ ବେହେରା କହିଛନ୍ତି, ପୂତ୍ତର୍ର୍ ବିଭାଗ ଅନୁରୋଧ ଅନୁଯାୟୀ ଗଛ କାଟିବାକୁ ଓଏଫ୍‌ଡିସିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗଛ କାଟିବା ନିର୍ଦ୍ଦେଶକୁ ବାତିଲ୍‌ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri