‘ରାଜ୍ୟ ବାହାରେ କଳାପ୍ରଦର୍ଶନ କରିବାକୁ ଲକ୍ଷ୍ୟ’: କେନ୍ଦୁଝରର ଯୁବ ଶିଳ୍ପୀ ନିଶିକାନ୍ତ

କେନ୍ଦୁଝର, ୧୧।୧୨(ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ଗ୍ରାମର ଯୁବ ଟେରାକୋଟା ଶିଳ୍ପୀ ନିଶିକାନ୍ତ ବେହେରା। ନିଜ ବାପାଙ୍କଠାରୁ ଟେରାକୋଟା ଶିଳ୍ପ କଳା ଶିଖିବା ପରେ ଏବେ ସ୍ୟାଣ୍ଡ ଆର୍ଟ ପାଇଁ ମନ ବଳାଇଛନ୍ତି। ଏହି କଳାରେ ପ୍ରତିଭା ପ୍ରଦର୍ଶନ ଲାଗି ଏଥର କୋଣାର୍କ ମହୋତ୍ସବ ଅବସରରେ ତାଙ୍କୁ ମିଳିଥିଲା ସୁଯୋଗ। ସେଠାରେ ନିଖୁଣ କଳାକୃତି ପ୍ରଦର୍ଶନ କରି ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି। କେନ୍ଦୁଝର ଭଳି ଖଣି ଖାଦାନ ଭଳି ଜିଲାରେ ବାଲି ଉପଲବ୍ଧ ହେଉ ନ ଥିବାରୁ ସେ ଅଭ୍ୟାସ କରିବା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏହି ଜିଲାର ଯୁବ ଶିଳ୍ପୀଙ୍କୁ ପ୍ରୋତ୍ସାହିତ କରାଗଲେ ସେମାନେ ବିଭିନ କଳାରେ ପାରଦର୍ଶିତା ପ୍ରଦର୍ଶନ କରିପାରିବେ ବୋଲି ନିଶିକାନ୍ତ କହିଛନ୍ତି। ଆଗାମୀ ଦିନରେ ରାଜ୍ୟ ବାହାରେ ସେ ତାଙ୍କ କଳା ପ୍ରତିଭା ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିଥିବା ଏହି ଅବସରରେ ପ୍ରକାଶ କରିଛନ୍ତି।
କୋଣାର୍କର ଚନ୍ଦ୍ରଭାଗାରେ ୧ରୁ ୫ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ୟାଣ୍ତ ଆର୍ଟ ଫେଷ୍ଟିଭାଲ ବାଲୁକାଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟଠାରୁ ଆନ୍ତର୍ଜାତିକ ସ୍ତର ଯାଏ ୧୨୩ଜଣ ବାଲୁକାଶିଳ୍ପୀ ଭାଗ ନେଇଥିଲେ। ସେଠାରେ ବାଲୁକାଚିତ୍ରର ୪୨ଟି ଷ୍ଟଲ ହୋଇଥିଲା। କେନ୍ଦୁଝର ଜିଲାରୁ ଯାଇଥିବା ନିଶିକାନ୍ତଙ୍କ ଗ୍ରୁପ୍‌ରେ ସୌରଭ ନାଏକ, ଅଜୟ ଘୋଷ ଓ ଗତିକୃଷ୍ଣ ନାୟକ ପ୍ରମୁଖ ସାମିଲଥିଲେ। ସେମାନେ ୫ଟି ବିଷୟବସ୍ତୁକୁ ନେଇ ବାଲୁକା କଳା ପ୍ରଦର୍ଶନ କରିଥିଲେ। ଏଠାରେ ନିଶିକାନ୍ତଙ୍କ ବାଲୁକା ଚିତ୍ରକଳା ବେଶ ପ୍ରଶଂସିତ ହୋଇଥିଲା।
ନିଶିକାନ୍ତ ଏବେ ବାଲେଶ୍ୱରରେ ଚିତ୍ର କଳା ଅଧ୍ୟୟନ କରୁଛନ୍ତି। ତାଙ୍କ ବାପା ଗୌର ଚରଣ ବେହେରା ଜଣେ ଟେରାକୋଟା ଶିଳ୍ପୀ। ତାଙ୍କ ଠାରୁ ସେ ପିଲା ଦିନରୁ ଏହି ଟେରାକୋଟା କଳା ଶିକ୍ଷା ଲାଭ କରି ନିଜକୁ ଜଣେ ଟେରାକୋଟା ଶିଳ୍ପୀ ଭାବରେ ପରିଚିତ କରାଇ ପାରିଛନ୍ତି। ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଆଦର୍ଶ ଭାବେ ଗ୍ରହଣ କରି ସ୍ୟାଣ୍ଡ ଆର୍ଟରେ ନିଜ ପ୍ରତିଭା ପ୍ରଦର୍ଶନ ଲାଗି ଉଦ୍ୟମ ଚଳାଇଛନ୍ତି। କେନ୍ଦୁଝର ଜିଲାରେ କଳାର ଶିକ୍ଷା ପାଇଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବା ଆବଶ୍ୟକ ବୋଲି ସେ ମତ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri