ରାଜଧାନୀରେ ଡେରା ପକାଇଛନ୍ତି ଦେହଜୀବୀ

ଭୁବନେଶ୍ୱର,୧୪।୩ (ବ୍ୟୁରୋ): ଦେହ ଦଲାଲମାନେ ରାଜଧାନୀକୁ ବାଂଲାଦେଶୀ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଛନ୍ତି। ଏହି ର଼୍ୟାକେଟର ମାଷ୍ଟରମାଇଣ୍ଡ ଅଞ୍ଜଳି ଦିଦି ଓରଫ ରୁକ୍‌ସାର୍‌ ବେଗମ୍‌୍‌ଙ୍କୁ ପୋଲିସ ଗିରଫ କରିବା ପରେ ସବୁ ଗୁମର ଖୋଲିଥିଲା। ଏସ୍‌ଟିଏଫ୍‌ ୯ଜଣ ଦଲାଲଙ୍କୁ ଗିରଫ କରିବା ପରେ ଦେହ ବ୍ୟବସାୟ କରୁଥିବା ଦଲାଲଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ସେମାନେ ଦେହଜୀବୀମାନଙ୍କୁ ରାଜଧାନୀରୁ ଚେନ୍ନାଇ, ବେଙ୍ଗାଲୁରୁ ଏବଂ ଅନ୍ୟ ବଡ ବଡ ସହରକୁ ନେଇଯାଇଥିଲେ। ହେଲେ ଏସ୍‌ଟିଏଫ୍‌ ବ୍ରାଉନସୁଗାର ଓ ବନ୍ଧୁକ କାରବାର ଉପରେ ଅଧିକ ଫୋକସ ଦେଉଥିବା ଦେଖି ଏହି ଦଲାଲମାନେ ଧୀରେ ଧୀରେ ପୁଣି ଅନ୍ୟ ସହରରୁ ଭୁବନେଶ୍ୱରକୁ ଦେହଜୀବୀ ଆଣି ଦେହ ବ୍ୟବସାୟରେ ଲଗାଉଛନ୍ତି। ଯାହାର ସୁରାକ ପାଇ ଏସ୍‌ଟିଏଫ୍‌ ଶୁକ୍ରବାର ପୁରୁଣା ଭୁବନେଶ୍ୱର, ଲକ୍ଷ୍ମୀସାଗର ଏବଂ ରାଜମହଲ ଅଞ୍ଚଳରେ ଚଢାଉ କରି ୪ଜଣ ଦଲାଲଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାରର ବିଦ୍ୟାପତି ସାହୁ, କଟକ କାଜିବଜାରର ଦୀନଦୟାଲ ରାଓ, ପିପିଲିର ଆଲ୍ଲାଉଦ୍ଦିନ ଖାନ୍‌ ଏବଂ ପୁରୁଣା ଭୁବନେଶ୍ୱରର ସୁନୀଲ ମହାରଣା। ସେମାନଙ୍କଠାରୁ ୨ଟି କାର୍‌, ୯ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି। ଗିରଫ ଦଲାଲଙ୍କ ବିରୋଧରେ ଏସ୍‌ଟିଏଫ୍‌ କେସ୍‌ ନଂ-୭/୨୦, ଆଇପିସି ଆକ୍ଟ ୪, ୫ ଏବଂ ଆଇପିସି ଦଫା ୩୭୦(୩), ୪୬୭, ୧୨୦(ବି), ୩୪ ଲଗାଇ କୋର୍ଟ ଚାଲାଣ କରିଛି। ଏହି ୪ ଦଲାଲ ଗ୍ରାହକଙ୍କୁ ୫ ଯୁବତୀଙ୍କୁ ବିହାର ଚାଲାଣ କରିବାବେଳେ ଏସ୍‌ଟିଏଫ୍‌ ସେମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ ୨ଜଣ ଓଡ଼ିଆ ଏବଂ ୩ଜଣ ପଶ୍ଚିମବଙ୍ଗର ବୋଲି କୁହାଯାଉଛି। ସେମାନଙ୍କ ପାଖରୁ ମିଳିଥିବା ଆଧାର କାର୍ଡ ଅନୁସାରେ ସେମାନେ ବାଂଲାଦେଶୀ କି ନାହିଁ ସେନେଇ ଏସ୍‌ଟିଏଫ୍‌ ଯାଞ୍ଚ କରୁଛି। ଉଦ୍ଧାର ଯୁବତୀମାନଙ୍କର ମେଡିକାଲ ଟେଷ୍ଟ କରାଯାଇ ଶର୍ଟ-ଷ୍ଟେ ହୋମ୍‌କୁ ପଠାଯାଇଛି।
କିଭଳି ଧରା ହେଲେ
କଟକ ରୋଡ଼ରେ ଏକ ହୋଟେଲରେ ଜଣେ ବାଂଲାଦେଶୀ ଯୁବତୀଙ୍କୁ ବଳାକତ୍ାର ଉଦ୍ୟମ କରାଯାଇଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ଘଟଣା ପଦାକୁ ଆସିଥିଲା। ଏସ୍‌ଟିଏଫ୍‌ ଧରପଗଡ଼ କରିବା ପରେ ଦଲାଲମାନେ ଫେରାର ହୋଇଯାଇଥିଲେ। ତେବେ ଅଞ୍ଜଳି ଦିଦି ଏବଂ ଅନ୍ୟମାନଙ୍କୁ ଗିରଫ କରାଯିବା ପରେ ସେମାନଙ୍କୁ ମାରାଥନ ଜେରା କରାଯାଇଥିଲା। ଏହି ଜେରା ବେଳେ ର଼୍ୟାକେଟ ସମ୍ପର୍କରେ ଟିକିନିଖି ତଥ୍ୟ ପାଇଥିଲା ଏସ୍‌ଟିଏଫ୍‌। ନିକଟରେ ଗିରଫ ଦଲାଲମାନଙ୍କ ଫୋନ୍‌ ନମ୍ବରକୁ ଏସ୍‌ଟିଏଫ୍‌ ଟ୍ରାକିଂ କରିଥିଲେ ମଧ୍ୟ ସେମାନେ ଓଡ଼ିଶାରେ ନ ଥିଲେ। ଗୁରୁବାର ବିଳମ୍ବିତ ରାତିରେ ସେମାନେ ଯୁବତୀଙ୍କୁ ଆଣି ଗ୍ରାହକଙ୍କୁ ଦେବା ବେଳେ ଏସ୍‌ଟିଏଫ୍‌ ସେଠାରେ ଚଢାଉ କରି ୪ଜଣ ଦଲାଲଙ୍କୁ ଗିରଫ କରିବା ସହ ୫ ଯୁବତୀଙ୍କୁ ଉଦ୍ଧାର କରିଥିଲା।
ଅଞ୍ଜଳି ଦିଦିଙ୍କ ସହଯୋଗୀ ଥିଲେ
ଗିରଫ ୪ ଦଲାଲ ଦେହ ବ୍ୟବସାୟର କିଙ୍ଗ୍‌ପିନ୍‌ କୁହାଯାଉଥିବା ଅଞ୍ଜଳି ଦିଦି, ପ୍ରୀତି ପାଢୀ ଏବଂ କେଶବ ସାହୁଙ୍କ ସହଯୋଗୀ ଥିବା ଏସ୍‌ଟିଏଫ୍‌ ତଦନ୍ତରୁ ଜାଣିବାକୁ ପାଇଛି। ସେମାନେ ମୁଖ୍ୟତଃ ଅଞ୍ଜଳି ଦିଦିଙ୍କ ଇସାରାରେ କାମ କରୁଥିଲେ। ଅଞ୍ଜଳି ଦିଦି ବାଂଲାଦେଶରୁ ଗରିବ ଯୁବତୀମାନଙ୍କୁ ଚାକିରି କରାଇ ଦେବାକୁ କହି ଏଠାକୁ ଆଣି ଦଲାଲଙ୍କୁ ହସ୍ତାନ୍ତର କରିଦିଅନ୍ତି। ଦଲାଲମାନେ ଯୁବତୀଙ୍କୁ ଏକ ହୋଟେଲ କିମ୍ବା ଭଡ଼ାଘରେ ରଖି ଦେହ ବ୍ୟବସାୟରେ ଲଗାଇଥାନ୍ତି। ଦେହ ବ୍ୟବସାୟ କରିବାକୁ ଯୁବତୀ ରାଜି ନ ହେଲେ ଦଲାଲମାନେ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥାନ୍ତି। ଗ୍ରାହକଙ୍କଠାରୁ ମିଳୁଥିବା ଅର୍ଥରୁ ଯୁବତୀମାନଙ୍କୁ ୩୦ ପ୍ରତିଶତ ଦିଆଯାଉଥିବା ବେଳେ ବାକି ଅର୍ଥ ଦଲାଲ ଓ ଅଞ୍ଜଳି ଦିଦିଙ୍କ ପକେଟକୁ ଯାଉଥିଲା।

ରିମାଣ୍ଡରେ ଆସିବେ ୪ ଅଭିଯୁକ୍ତ
ଏହି ର଼୍ୟାକେଟରେ ରାଜଧାନୀରେ ଆଉ ୨୫ରୁ ଊର୍ଦ୍ଧ୍ୱ ବାଂଲାଦେଶୀ ଯୁବତୀ ସମ୍ପୃକ୍ତ ଥିବା ଏସ୍‌ଟିଏଫ୍‌ ତଦନ୍ତରୁ ଜାଣିବାକୁ ପାଇଛି। ସେମାନଙ୍କୁ ଏଠାକୁ ଆଣିଲା କିଏ, ସେମାନେ ଏବେ କେଉଁଠି ଅଛନ୍ତି, ଆଉ କେଉଁମାନେ ସମ୍ପୃକ୍ତ ଆଦି ଜାଣିବା ପାଇଁ ଗିରଫ ୪ ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଅଣାଯିବ। ଏନେଇ ଏସ୍‌ଟିଏଫ୍‌ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯିବା ସହ ୧୬ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଦେଶ ଭିତରେ ହୋଇଥିବାରୁ ୨ଜଣ ଯୁବତୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଅନ୍ୟମାନେ ବାଂଲାଦେଶୀ ହୋଇଥିବାରୁ ସେମାନଙ୍କ କାଗଜପତ୍ର ପ୍ରକ୍ରିୟା ଜାରି ରହିଥିବା ଏସ୍‌ଟିଏଫ ପକ୍ଷରୁ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri