Posted inଖେଳ

ରାଇନାଙ୍କୁ ଧୋନୀ ସମର୍ଥନ କରୁଥିଲେ: ଯୁବରାଜ

ନୂଆଦିଲ୍ଲୀ, ୧୯।୪ (ପିଟି): ସବୁ ଅଧିନାୟକଙ୍କର ଦଳରେ ଜଣେ ପ୍ରିୟ ଖେଳାଳି ରହିଥାନ୍ତି। ଏହି ଖେଳାଳିଙ୍କୁ ଅଧିନାୟକମାନେ ସମର୍ଥନ କରିବା ସହ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିଥାନ୍ତି। ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରିୟ ଖେଳାଳି ସୁରେଶ ରାଇନା ରହିଥିଲେ ବୋଲି ପୂର୍ବତନ ଭାରତୀୟ ଅଲରାଉଣ୍ଡ ଯୁବରାଜ ସିଂ କହିଛନ୍ତି। ରାଇନାକୁ ଧୋନୀ ବହୁ ପରିମାଣରେ ସମର୍ଥନ କରୁଥିବା ଅନୁଭବ କରିଛି ବୋଲି ସେ କହିଛନ୍ତି।
ଏ ନେଇ ଯୁବରାଜ ୨୦୧୧ ବିଶ୍ୱକପ୍‌ରେ ଧୋନୀଙ୍କ ଧର୍ମ ସଙ୍କଟ ବିଷୟରେ ଉଲ୍ଲେଖ କରିଛନ୍ତି। ବିଶ୍ୱକପ୍‌ ଦଳରେ ୟୁସୁଫ ପଠାନ ଓ ରାଇନାଙ୍କ ମଧ୍ୟରୁ ଜଣକୁ ଚୟନ କରିବା ନେଇ ଧୋନୀ ଦ୍ୱନ୍ଦ୍ୱରେ ପଡିଥିଲେ। ସେତେବେଳେ ଅବଶ୍ୟ ଧୋନୀ ରାଇନାଙ୍କୁ ସମର୍ଥନ କରିଥିଲେ ଯୁବରାଜ ‘ସ୍ପୋଟର୍‌ସ ଟକ୍‌’କୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ବିଶ୍ୱକପ ଅଧାରୁ ୟୁସୁଫ୍‌ଙ୍କୁ ବାଦ୍‌ ଦିଆଯାଇଥିଲା। ଏହି ବିଶ୍ୱକପ୍‌ରେ ଭାରତ ଚାମ୍ପିୟନ ହୋଇଥିଲା ଓ ଯୁବରାଜ ଏହି ଐତିହାସିକ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରି ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ସେତେବେଳେ ୟୁସୁଫ୍‌ ଭଲ ପ୍ରଦର୍ଶନ କରୁଥିଲେ। ଉଭୟ ବ୍ୟାଟ୍‌ ଓ ବଲ୍‌ରେ ମୋର ପ୍ରଦର୍ଶନ ମଧ୍ୟ ଭଲ ଥିଲା। କିନ୍ତୁ ରାଇନା ସେତେ ଭଲ ଫର୍ମରେ ନ ଥିଲେ ବୋଲି ଯୁବରାଜ କହିଛନ୍ତି। ଦଳରେ ବାମ୍‌ହାତୀ ସ୍ପିନର ନ ଥିଲେ ଓ ମୁଁ ଉଇକେଟ ହାସଲ କରିବାରେ ସମର୍ଥ ହୋଇଥିଲି।
୨୦୦୭ରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ପ୍ରାରମ୍ଭିକ ସଂସ୍କରଣରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଯୁବରାଜ ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ଛକା ମାରି ବିଶ୍ୱ ରେକର୍ଡ କରିଥିଲେ। ତେବେ ଏହାପରେ ସେ ଏହି ମ୍ୟାଚ୍‌ରେ ବ୍ୟବହାର କରିଥିବା ତାଙ୍କ ବ୍ୟାଟ୍‌କୁ ନେଇ ବିବାଦ ଓ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସେତେବେଳେ ଏହି ବ୍ୟାଟ୍‌ରେ ଫାଇବର ଲାଗିଥିବାର ଅଭିଯୋଗ ଆଣିଥିଲେ ଅଷ୍ଟ୍ରେଲୀୟ କୋଚ୍‌। ଏହାକୁ ମ୍ୟାଚ୍‌ ରେଫରୀ ପରୀକ୍ଷା କରିଛନ୍ତି କି ବୋଲି ପ୍ରଶ୍ନ ମଧ୍ୟ ହୋଇଥିଲା। ତାଙ୍କୁ ଅବଶ୍ୟ ବ୍ୟାଟ୍‌ ଚେକ୍‌ ବା ପରୀକ୍ଷା କରିବାକୁ ଦେଇଥିଲି। ଏପରି କି ପୂର୍ବତନ ଅଷ୍ଟ୍ରେଲୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଡାମ ଗିଲଖ୍ରୀଷ୍ଟ ଏହି ବ୍ୟାଟ କିଏ ତିଆରି କରିଥିଲା ବୋଲି ପ୍ରଶ୍ନ ପଚାରିଥିଲେ। ମ୍ୟାଚ୍‌ ରେଫରି ମଧ୍ୟ ଏହି ବ୍ୟାଟ୍‌କୁ ପରୀକ୍ଷା କରିଥିଲେ। କିନ୍ତୁ ସତ କଥା କହିବାକୁ ଗଲେ ଏହି ବ୍ୟାଟ୍‌ ମୋ ପାଇଁ ବିଶେଷ ମହତ୍ତ୍ୱ ରଖୁଛି ବୋଲି ଯୁବରାଜ କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ସେ ପ୍ରଶଂସା କରିଛନ୍ତି। ଯୁବ ପ୍ରତିଭା ଚିହ୍ନଟ କରିବା ଓ ବିକାଶରେ ତାଙ୍କ ଭୂମିକା ସବୁବେଳେ ପ୍ରଶଂସନୀୟ। ଗାଙ୍ଗୁଲି ହେଉଛନ୍ତି ମୋର ଫେଭରାଇଟ୍‌ ଅଧିନାୟକ। ସେ ମୋତେ ବହୁତ ଓ ସର୍ବାଧିକ ସମର୍ଥନ କରିଛନ୍ତି। ସେତେବେଳେ ଆମେ ଯୁବକ ଥିଲୁ ଓ ଆମର ପ୍ରତିଭା ବିକାଶରେ ତାଙ୍କ ପ୍ରଚ୍ଛନ୍ନ ଭୂମିକା ରହିଛି ବୋଲି ଯୁବରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri