Posted inଖେଳ

ରସେଲ ବିଶ୍ୱକପ୍‌ରୁ ଆଉଟ୍‌

ମାଞ୍ଚେଷ୍ଟର, ୨୫ା୬ (ପି.ଟି.)-ଆଣ୍ଠୁରେ ଆଘାତ ଯୋଗୁ ଓ୍ବେଷ୍ଟଇଣ୍ଡିଜର ଅନ୍ୟତମ ପ୍ରମୁଖ ଖେଳାଳି ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଚଳିତ ଆଇସିସି ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ଏହି ମେଗା ଇଭେଣ୍ଟ ପୂର୍ବରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ରସେଲଙ୍କ ପ୍ରଦର୍ଶନ ଖୁବ୍‌ ଭଲ ରହିଥିଲା। ତାଙ୍କ ସ୍ଥାନରେ ଓ୍ବେଷ୍ଟଇଣ୍ଡିଜର ଅବଶିଷ୍ଟ ୩ଟି ମ୍ୟାଚ ପାଇଁ ସୁନୀଲ ଆମ୍ବ୍ରିସ୍‌ଙ୍କୁ ସାମିଲ କରାଯାଇଛି। ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ରସେଲ ଆଘାତପ୍ରାପ୍ତ ହେବା ଦ୍ୱାରା ଦଳ ପ୍ରତି ଶକ୍ତ ଧକ୍କା ଲାଗିଛି। ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚ ପାଇଁ ରସେଲଙ୍କ ସ୍ଥାନରେ ଆମ୍ବ୍ରିସଙ୍କ ଖେଳାଇବାକୁ ଅନୁମତି ପାଇଁ ଓ୍ବେଷ୍ଟଇଣ୍ଡିଜ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)କୁ ଅନୁରୋଧ କରିଥିଲା। ଆଇସିସି ପୁରୁଷ ବିଶ୍ୱକପ୍‌ ୨୦୧୯ର ଇଭେଣ୍ଟ ଟେକ୍‌ନିକାଲ କମିଟି ଏହାକୁ ଗ୍ରହଣ କରିଛି। ୨୬ ବର୍ଷୀୟ ଆମ୍ବ୍ରିସ ହେଉଛନ୍ତି ଜଣେ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ। ଓ୍ବେଷ୍ଟଇଣ୍ଡିଜ ତରଫରୁ ସେ ୬ଟେଷ୍ଟ ଏବଂ ୬ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଚଳିତ ବିଶ୍ୱକପ୍‌ରେ ରସେଲଙ୍କଠାରୁ ଓ୍ବେଷ୍ଟଇଣ୍ଡିଜ ଦଳ ଅନେକ କିଛି ଆଶା କରୁଥିଲା। ମାତ୍ର ସେ ଚଳିତ ବିଶ୍ୱକପ୍‌ରେ ଦଳ ତରଫରୁ ୬ଟି ମ୍ୟାଚ ମଧ୍ୟରୁ ୪ଟ ଖେଳି ୧୨ ଆଭରେଜରେ ମାତ୍ର ୩୬ ରନ କରିବାରେ ସମର୍ଥ ହୋଇଛନ୍ତି। ବୋଲିଂରେ ତାଙ୍କର ଇକୋନୋମି ରେଟ୍‌ ୫.୩୧ ରହିଥିବାବେଳେ ସେ ୫ଟି ଉଇକେଟ ନେଇ ପାରିଛନ୍ତି। ୧୦ଟି ଦଳକୁ ନେଇ ଅନୁଷ୍ଠିତ ହେଉଥିବା ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ ୬ଟି ଗେମ୍‌ରୁ ମାତ୍ର ୩ ପଏଣ୍ଟ ସହ ଟେବୁଲରେ ୮ମ ସ୍ଥାନରେ ରହିଛି। ଦଳ ଗୁରୁବାର ଟୁର୍ନାମେଣ୍ଟ ଫେଭରାଇଟ୍‌ ଭାରତ ସହିତ ମୁକାବିଲା କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri