Posted inଫୁରସତ

ଯେଉଁ ମନ୍ଦିରରେ ବଦଳୁଛି କ୍ଷୀରର ରଙ୍ଗ

ହିନ୍ଦୁ ଧର୍ମରେ ତେତିଶ କୋଟି ଦେବଦେବୀଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଏହାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଛି। ସେହିପରି ଧର୍ମ ଅନୁସାରେ ନବଗ୍ରହଙ୍କ ପୂଜା ମଧ୍ୟ କରାଯାଏ। ଏଥିରେ ରାହୁ ଓ କେତୁଙ୍କର ଥାଏ ଭିନ୍ନ ମହତ୍ତ୍ୱ। ପ୍ରତ୍ୟେକ ଗ୍ରହଙ୍କ ଭଳି ରାହୁ ଓ କେତୁ ମଧ୍ୟ ନିଜସ୍ବ ପ୍ରଭାବକୁ ମନୁଷ୍ୟ ଉପରେ ପକାଇଥାନ୍ତି। ତାମିଲନାଡୁରେ କେତୁଙ୍କୁ ସମର୍ପିତ ଏକ ମନ୍ଦିର ରହିଛି, ଯାହା କୀଜାପେରୁମପଲ୍ଲମ୍‌ ଗଁାରେ ଅବସ୍ଥିତ। ଏହି ମନ୍ଦିରକୁ ନାଗନାଥସ୍ବାମୀ ମନ୍ଦିର ବା କେତି ମନ୍ଦିର ବୋଲି କୁହାଯାଏ। ମନ୍ଦିରକୁ ନେଇ ରହିଛି ଏକ ରହସ୍ୟମୟ କାହାଣୀ। ଯଦିଓ ମନ୍ଦିରଟି କେତୁଙ୍କୁ ସମର୍ପିତ; କିନ୍ତୁ ଏହାର ପ୍ରମୁଖ ଭଗବାନ ଭୋଳାଶଙ୍କର। ତେଣୁ ମନ୍ଦିରକୁ ନାଗନାଥ ନାମରେ ଜଣାଯାଏ। କୁହାଯାଏ, ଏଠାକୁ ବହୁ ଦୂରଦୂରାନ୍ତରରୁ ଲୋକେ କେତୁଙ୍କ ଉପରେ କ୍ଷୀର ଢ଼ାଳିବାକୁ ଆସନ୍ତି। କିନ୍ତୁ କିଛି ଲୋକଙ୍କଦ୍ୱାରା ଢ଼ଳାଯାଇଥିବା କ୍ଷୀରର ରଙ୍ଗ ଧଳାରୁ ନୀଳ ରଙ୍ଗରେ ପରିଣତ ହୋଇଥାଏ। ମାନ୍ୟତା ରହିଛି, ଯେଉଁମାନଙ୍କ ଜାତକରେ କେତୁଙ୍କ କୁପ୍ରଭାବ ରହିଥାଏ, କେବଳ ସେମାନଙ୍କ ଦ୍ୱାରା ଢ଼ଳାଯାଇଥିବା କ୍ଷୀରର ରଙ୍ଗ ପରିିବର୍ତ୍ତିତ ହୋଇଥାଏ। ମନ୍ଦିରକୁ ନେଇ ଏକ ପୌରାଣିକ କାହାଣୀ ମଧ୍ୟ ରହିଛି। କୁହାଯାଏ, ଥରେ ଜଣେ ଋଷିଙ୍କ ଅଭିଶାପରୁ ମୁକ୍ତ ହେବାକୁ କେତୁ ମହାଦେବଙ୍କ ଆରାଧନା କରିଥିଲେ। ମହାଦେବ କେତୁଙ୍କ ଉପରେ ଖୁସି ହୋଇ କୌଣସି ଏକ ଶିବରାତ୍ରିରେ ଋଷିଙ୍କଠାରୁ ଶାପମୁକ୍ତ କରାଇଥିଲେ। ତେଣୁ କେତୁଙ୍କୁ ସମର୍ପିତ ମନ୍ଦିରରେ ମହାଦେବଙ୍କର ବିଶେଷତା ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri