Posted inଫୁରସତ

ଯେଉଁ ମନ୍ଦିରରେ ବଦଳୁଛି କ୍ଷୀରର ରଙ୍ଗ

ହିନ୍ଦୁ ଧର୍ମରେ ତେତିଶ କୋଟି ଦେବଦେବୀଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଏହାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଛି। ସେହିପରି ଧର୍ମ ଅନୁସାରେ ନବଗ୍ରହଙ୍କ ପୂଜା ମଧ୍ୟ କରାଯାଏ। ଏଥିରେ ରାହୁ ଓ କେତୁଙ୍କର ଥାଏ ଭିନ୍ନ ମହତ୍ତ୍ୱ। ପ୍ରତ୍ୟେକ ଗ୍ରହଙ୍କ ଭଳି ରାହୁ ଓ କେତୁ ମଧ୍ୟ ନିଜସ୍ବ ପ୍ରଭାବକୁ ମନୁଷ୍ୟ ଉପରେ ପକାଇଥାନ୍ତି। ତାମିଲନାଡୁରେ କେତୁଙ୍କୁ ସମର୍ପିତ ଏକ ମନ୍ଦିର ରହିଛି, ଯାହା କୀଜାପେରୁମପଲ୍ଲମ୍‌ ଗଁାରେ ଅବସ୍ଥିତ। ଏହି ମନ୍ଦିରକୁ ନାଗନାଥସ୍ବାମୀ ମନ୍ଦିର ବା କେତି ମନ୍ଦିର ବୋଲି କୁହାଯାଏ। ମନ୍ଦିରକୁ ନେଇ ରହିଛି ଏକ ରହସ୍ୟମୟ କାହାଣୀ। ଯଦିଓ ମନ୍ଦିରଟି କେତୁଙ୍କୁ ସମର୍ପିତ; କିନ୍ତୁ ଏହାର ପ୍ରମୁଖ ଭଗବାନ ଭୋଳାଶଙ୍କର। ତେଣୁ ମନ୍ଦିରକୁ ନାଗନାଥ ନାମରେ ଜଣାଯାଏ। କୁହାଯାଏ, ଏଠାକୁ ବହୁ ଦୂରଦୂରାନ୍ତରରୁ ଲୋକେ କେତୁଙ୍କ ଉପରେ କ୍ଷୀର ଢ଼ାଳିବାକୁ ଆସନ୍ତି। କିନ୍ତୁ କିଛି ଲୋକଙ୍କଦ୍ୱାରା ଢ଼ଳାଯାଇଥିବା କ୍ଷୀରର ରଙ୍ଗ ଧଳାରୁ ନୀଳ ରଙ୍ଗରେ ପରିଣତ ହୋଇଥାଏ। ମାନ୍ୟତା ରହିଛି, ଯେଉଁମାନଙ୍କ ଜାତକରେ କେତୁଙ୍କ କୁପ୍ରଭାବ ରହିଥାଏ, କେବଳ ସେମାନଙ୍କ ଦ୍ୱାରା ଢ଼ଳାଯାଇଥିବା କ୍ଷୀରର ରଙ୍ଗ ପରିିବର୍ତ୍ତିତ ହୋଇଥାଏ। ମନ୍ଦିରକୁ ନେଇ ଏକ ପୌରାଣିକ କାହାଣୀ ମଧ୍ୟ ରହିଛି। କୁହାଯାଏ, ଥରେ ଜଣେ ଋଷିଙ୍କ ଅଭିଶାପରୁ ମୁକ୍ତ ହେବାକୁ କେତୁ ମହାଦେବଙ୍କ ଆରାଧନା କରିଥିଲେ। ମହାଦେବ କେତୁଙ୍କ ଉପରେ ଖୁସି ହୋଇ କୌଣସି ଏକ ଶିବରାତ୍ରିରେ ଋଷିଙ୍କଠାରୁ ଶାପମୁକ୍ତ କରାଇଥିଲେ। ତେଣୁ କେତୁଙ୍କୁ ସମର୍ପିତ ମନ୍ଦିରରେ ମହାଦେବଙ୍କର ବିଶେଷତା ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri