ଯୁବତୀଙ୍କୁ ପୁରୁଷ ପିସିଆର କର୍ମଚାରୀ ଉଠାଇବାରୁ ଉତ୍ତେଜନା

ଭୁବନେଶ୍ୱର,୬।୩(ବ୍ୟୁରୋ): ନୟାପଲ୍ଲୀ ଥାନା ଜୟଦେହ ବିହାର ଛକ ନିକଟରେ ଗୁରୁବାର ଜଣେ ଯୁବତୀ ରାସ୍ତାରେ ଗଡୁଥିବା ଦେଖିବାକୁ ମିଳିଥିଲା। ଫଳରେ ଏକାଧିକ ଲୋକ ଏକତ୍ରିତ ହୋଇଯିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଖବରପାଇ ନୟାପଲ୍ଲୀ ଥାନା ପିସିଆର ଭ୍ୟାନ୍‌ ପହଞ୍ଚି ତାଙ୍କୁ ଉଦ୍ଧାର କରି ଭ୍ୟାନ୍‌ରେ ବସାଇଥିଲା। ହେଲେ ବିନା ମହିଳା ପୋଲିସରେ କିଭଳି ପୁରୁଷ ପୋଲିସ ଉଠାଇ ନେଲା ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ସମୟରେ କେତେଜଣ ଯୁବକ ମୋବାଇଲ ଫୋନରେ ଭିଡିଓ ସୁଟିଂ କରୁଥିବା ବେଳେ ପିସିଆର କର୍ମଚାରୀ ଯୁବତୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଅନ୍ୟ ଏକ ପିସିଆର ଭ୍ୟାନ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ଏହାପରେ ଯୁବତୀଙ୍କ ପରିବାର ଲୋକଙ୍କୁ ପୋଲିସ ଜଣାଇବା ପରେ ତାଙ୍କର ଭାଇ ଆସି ଯୁବତୀଙ୍କୁ ନେଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଏ ନେଇ ନୟାପଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କୁହନ୍ତି, ଯୁବତୀଙ୍କ ଘର ଯାଜପୁର ହୋଇଥିବା ବେଳେ ସେ ଭୁବନେଶ୍ୱର ଆସିଥିଲେ। ଜୟଦେବ ବିହାର ଛକ ନିକଟରେ ତାଙ୍କୁ ଫିଡ୍‌ସ ମାରିଥିଲା। ମହିଳା ପୋଲିସକୁ ଅପେକ୍ଷା କରିବା ବଦଳରେ ପିସିଆର ଭ୍ୟାନରେ ଥିବା ପୁରୁଷ କର୍ମଚାରୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବାକୁ ଚେଷ୍ଟା କରିଥିଲେ, ଏହାବ୍ୟତୀତ ଅନ୍ୟକିଛି ଘଟଣା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ, ଟେଣ୍ଟ ତଳେ ଚାପି ହୋଇ ୩ ମୃତ

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନରଣପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରଚଣ୍ଡ ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ଜଣଙ୍କ ମୃତ୍ୟୁ…

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଇରାନ-ପାକିସ୍ତାନ ମଧ୍ୟରେ ହେଲା ‘ଟେବୁଲ ତଳେ ଚୁକ୍ତି’ , ସହି ପାରିବେ ନାହିଁ ଟ୍ରମ୍ପ

ଇସଲାମାବାଦ,୨୧।୫: ପାକିସ୍ତାନର ଶାସକମାନେ ନିଜ ଦେଶକୁ ଅପମାନିତ କରିବାରେ ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଶାହବାଜ, ମୁନିର ଏବଂ ବର୍ତ୍ତମାନ ମୋହସିନ ନକଭି ସେମାନଙ୍କର ସାଧୁତା ବିକ୍ରୟ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ, ସମସ୍ତ କୁଳପତିଙ୍କୁ ଚିଠି ଲେଖି…

ଭୁବନେଶ୍ୱର,୨୧ା୫: ସରକାରୀ ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ କରିଛନ୍ତି ଉଚ୍ଚଶିକ୍ଷା ସଚିବ। ଏନେଇ ସମସ୍ତ କୁଳପତିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ବେଆଇନ ନିଯୁକ୍ତି ଓ…

ବଡ଼ ଖବର: ସନ୍ନ୍ୟାସ ନେଇଗଲେ ଧୋନୀ! ଆଇପିଏଲ ଅଧାରୁ ସିଏସକେ ଛାଡ଼ି ପଳାଇବା ପରେ…

ନୂଆଦିଲ୍ଲୀ,୨୧।୫: ଚେନ୍ନାଇ ସୁପର କିଙ୍ଗ୍ସ ଆଜି (୨୧ ମେ) ଦିନ ଆଇପିଏଲ ୨୦୨୬ର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି।…

Melody Toffee ପରେ ମେଲୋନିଙ୍କୁ ଆଉ ଏକ ବିଶେଷ ଉପହାର ଦେଲେ ମୋଦି

ରୋମ,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ଦେଶ ଗସ୍ତ କରି ଫେରିଛନ୍ତି। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି ସେ ଯେଉଁ ଦେଶ ଗସ୍ତ କରିଥିଲେ ସେହି…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତା ୬୦% କୁ ବୃଦ୍ଧି

ଲକ୍ଷ୍ନୌ,୨୧ା୫: ଉତ୍ତରପ୍ରଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ବର୍ଦ୍ଧିତ ମୁଦ୍ରାସ୍ଫୀତି ମଧ୍ୟରେ, ଯୋଗୀ ସରକାର ରାଜ୍ୟ କର୍ମଚାରୀମାନଙ୍କୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri