ଯୁବକଙ୍କୁ ନିଶାଦେଇ ୨୦ ହଜାର ଲୁଟ୍‌

ଫୁଲବାଣୀ ଅଫିସ, ୮ା୩- କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ରେବିଙ୍ଗିଆ ପଞ୍ଚାୟତ ଦୁଲିକିଆ ଗ୍ରାମର ଜଣେ ଯୁବକ ଲୁଟ୍‌ର ଶିକାର ହୋଇଛନ୍ତି। ସେ ହେଲେ ସୁରୁଡି ଦିଗାଲ। ଦୁଇ ଦୁର୍ବୃତ୍ତ ତାଙ୍କୁ କୌଣସି ନିଶାଦ୍ରବ୍ୟ ଦ୍ୱାରା ଅଚେତ କରାଇ ୨୦ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ଅଚେତ ଅବସ୍ଥାରେ ସୁରୁଡିଙ୍କୁ ପ୍ରଥମେ ବାରଖମା ସ୍ବାସ୍ଥ୍ୟକେନ୍ଦ୍ର, ସେଠାରୁ ବାଲିଗୁଡା ଏବଂ ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେ ଏବେ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ଜଣାପଡିଛି।
ସୁରୁଡ଼ିଙ୍କ ସ୍ତ୍ରୀ ସଙ୍ଗୀତା କହିଛନ୍ତି ଯେ, ଶନିବାର ସ୍ବାମୀଙ୍କ ସହ ମିଶି ସେ ଟଙ୍କା ଉଠାଇବା ପାଇଁ ବାରଖମା ଷ୍ଟେଟ ବ୍ୟାଙ୍କ ଶାଖାକୁ ଆସିଥିଲେ । ୨୦ ହଜାର ଟଙ୍କା ଉଠାଇ ଉଭୟେ ଫେରୁଥିବା ବେଳେ ରାସ୍ତାରେ ୨ ଜଣ ଯୁବକ ଏକ ବାଇକରେ ଆସି ମଦ ଦୋକାନ କେଉଁଠି ଅଛି ବୋଲି ପଚାରିଥିଲେ। ପରେ ସେମାନେ ସୁରୁଡ଼ିଙ୍କୁ ସାଙ୍ଗରେ ଆସି ଦୋକାନ ଦେଖାଇ ଦେବାକୁ ଅନୁରୋଧ କରିଥିଲେ । ସୁରୁଡି ସେମାନଙ୍କ ସହ ଯାଇଥିଲେ ମଧ୍ୟ ଫେରିବାରେ ବିଳମ୍ବ ହୋଇଥିଲା। ସଙ୍ଗୀତା ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ । ସରୁଡ଼ିଙ୍କୁ ଫୋନ କରିବାରୁ ବାରଖମା ଦଣ୍ଡିସାହି ଗ୍ରାମ ପାଖ ଆଡିବାଲି ଶଙ୍ଖ ପାଖରେ ସେ ଅଚେତ ଅବସ୍ଥାରେ ପଡିଥିବା କେହିଜଣେ କହିଥିଲେ । ସଙ୍ଗୀତା କିଛି ଲୋକଙ୍କ ସହ ସେଠାକୁ ଯାଇ ସ୍ବାମୀଙ୍କୁ ଉଦ୍ଧାର କରିଥିଲେ । ସୁରୁଡିଙ୍କ ପାଖରେ ମାତ୍ର ୨୦୦ ଟଙ୍କା ଥିବା ବେଳେ ୨୦ ହଜାର ଟଙ୍କା ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଆସି କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?