ମୌସୁମୀ ବିଗାଡ଼ିଦେବ ଅର୍ଥନୀତି

ନୂଆଦିଲ୍ଲୀ,୨୦।୬: ଚଳିତବର୍ଷ ଦେଶରେ ମୌସୁମୀ ପ୍ରବାହ ବିଳମ୍ବିତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ସପ୍ତାହକ ବିଳମ୍ବରେ ମୌସୁମୀ ଦେଶରେ ପ୍ରବେଶ କରିଛି। ଜୁନ୍‌ରେ ଅଦ୍ୟାବଧି ସାରା ଦେଶରେ ସାମାନ୍ୟରୁ ପ୍ରାୟ ୪୩ରୁ ୪୪ ପ୍ରତିଶତ କମ ବର୍ଷା ହୋଇଛି। ଅନ୍ୟପକ୍ଷରେ ଆଉ ୧୫ ଦିନ ପରେ କେନ୍ଦ୍ର ସରକାର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। କୃଷି ଆଧାରିତ ଆୟକୁ ଦୃଷ୍ଟିରେ ରଖି ସରକାର ବଜେଟ ପ୍ରସ୍ତୁତ କରିଥାନ୍ତି। ତେବେ ଚଳିତ ବର୍ଷର ମୌସୁମୀ ଗତି ଦେଶର ଅର୍ଥନୀତିକୁ ବିଗାଡିବାର ଯଥେଷ୍ଟ ସମ୍ଭାବନା ରହିଛି।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ସତ ବୋଲି ମାନିଲେ ଜଣାପଡୁଛି ଯେ, ମୌସୁମୀ ଦେଶର ଅନ୍ୟ ଅଞ୍ଚଳକୁ ପହଞ୍ଚତ୍ବାରେ ୧୦ରୁ ୧୩ ଦିନ ବିଳମ୍ବ ହୋଇପାରେ। ବିଳମ୍ବ କାରଣରୁ ଚଳିତବର୍ଷ ସ୍ବଳ୍ପ ବୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ର କୃଷି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବିଳମ୍ବ ମୌସୁମୀ କାରଣରୁ ଚାଷୀ ଅନେକାଂଶରେ ଚାରା ରୋପଣ କରିପାରିନାହାନ୍ତି। ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ଅଦ୍ୟାବଧି ୨.୦୩ କୋଟି ଏକର ଜମିରେ ଚାରା ରୋପଣ ଶେଷ ହୋଇଛି। ଯାହା କି ଗତବର୍ଷ ଠାରୁ ୯ପ୍ରତିଶତ କମ୍‌। ସେହିପରି ତୁଳା ଚାଷ ୯.୪%, ସୋୟାବିନ ତଥା ଡାଲି ଜାତୀୟ ଖାଦ୍ୟପଦାର୍ଥ ବୁଣାବୁଣି ୫୧% ହ୍ରାସ ପାଇଛି। ଏହାହି ମୋଦି ସରକାରଙ୍କ ପାଇଁ ବଡ଼ ମୁଣ୍ଡବ୍ୟଥାର କାରଣ ହୋଇପାରେ। କାରଣ ମୌସୁମୀ ବର୍ଷା ଭାରତୀୟ ଅର୍ଥନୀତିର ଆଧାର ହୋଇଛି। ଦେଶର ଅର୍ଥନୀତିରେ କୃଷିର ଯୋଗଦାନ ୧୫% ରହିଛି। ଦେଶରେ ମୋଟ ଚାଷର ୭୦ ପ୍ରତିଶତ ମୌସୁମୀ ଉପରେ ନିର୍ଭରଶୀଳ। ପ୍ରାୟ ୮୦ କୋଟି ଲୋକ ଚାଷକୁ ନିର୍ଭର କରି ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବେ ନିଯୁକ୍ତି ପାଇଥାନ୍ତି। ଭଲ ବର୍ଷା ହେଲେ ଅଧିକ ଫସଲ ଉତ୍ପାଦିତ ହୋଇଥାଏ। ଏହାର ପ୍ରଭାବରେ ଗ୍ରାମାଞ୍ଚଳ ଅର୍ଥନୀତିରେ ବୃଦ୍ଧି ପରିଲକ୍ଷିତ ହୁଏ। ଗ୍ରାମାଞ୍ଚଳରେ ଆୟ ବଢ଼ିବା କାରଣରୁ ସୁନା, ରୁପାଠାରୁ ଆରମ୍ଭ କରି ଟ୍ରାକ୍ଟର, କାର୍‌, ମୋଟରସାଇକେଲ, ଫ୍ରିଜ୍‌ ଭଳି ଉପଭୋକ୍ତା ସାମଗ୍ରୀ ବିକ୍ରି ବଢ଼ିଥାଏ। ଯାହା କି, ପ୍ରତ୍ୟକ୍ଷ ଭାବେ ଦେଶର ଅର୍ଥନୀତିକୁ ଶକ୍ତିଶାଳୀ କରିଥାଏ। ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ଲାଗି ମୋଦି ସରକାର ବଜେଟରେ ଜୋର୍‌ ଦେବାକୁ ଯାଉଛନ୍ତି। ଏହାଛଡ଼ା ଚାଷକୁ ନିର୍ଭର କରି ସରକାର ଧିମା ହୋଇଯାଇଥିବା ଅର୍ଥନୀତିକୁ ଗତିଶୀଳ କରିବାକୁ ଚାହୁଁଛନ୍ତି। ଏଭଳି ସ୍ଥିତିରେ ଭଲ ବର୍ଷା ନ ହେଲେ ମୋଦି ସରକାରଙ୍କ ସମସ୍ତ ଆଶା ନିରାଶାରେ ବଦଳିଯିବ। କାରଣ କମ୍‌ ବର୍ଷା କାରଣରୁ ଫସଲ ଉତ୍ପାଦନ ହ୍ରାସ ପାଇବ। ଫଳରେ ଗ୍ରାମାଞ୍ଚଳରେ ଆୟ ବଢ଼ାଇବାର ଲକ୍ଷ୍ୟ ପୂରଣ କରିବା କଷ୍ଟସାଧ୍ୟ ହେବ। ସେହିପରି ଉତ୍ପାଦନ ହ୍ରାସ ପାଇବା କାରଣରୁ ଡାଲି ଜାତୀୟ, ତୈଳବୀଜ,ସୋୟାବିନ ତେଲ ଆମଦାନୀ ବଢ଼ିଯିବ। ଦେଶରେ ପନିପରିବା, ଖାଦ୍ୟଶସ୍ୟ ଉତ୍ପାଦନ ହ୍ରାସ ପାଇବା କାରଣରୁ ଦରଦାମ ବଢ଼ିବ। ଏହାର ସିଧାସଳଖ ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡିବ। ଗତବର୍ଷ ଦେଶର କେତେକ ରାଜ୍ୟରେ ମରୁଡି ପଡିବା କାରଣରୁ କେନ୍ଦ୍ର ସରକାର ଚାଷୀଙ୍କୁ ସହାୟତା ବାବଦରେ କୃଷି ଋଣ ଛାଡ କରିଥିଲେ। ଏହାଦ୍ୱାରା ଦେଶର ବିତ୍ତୀୟ ନିଅଣ୍ଟ ପରିମାଣ ଚାପ ଗ୍ରସ୍ତ ହୋଇଛି। ଚଳିତବର୍ଷ ମଧ୍ୟ ଏଥିରୁ ନିସ୍ତାର ପାଇବାର ସମ୍ଭାବନା ନାହିଁ। ଭଲ ବର୍ଷା ହୋଇଥିଲେ ମୁଦ୍ରାସ୍ଫୀତି ସହ ଅନ୍ୟାନ୍ୟ କ୍ଷେତ୍ରରେ ସରକାରଙ୍କୁ ଅଧିକ ବ୍ୟୟ କରିବାକୁ ପଡିବ ନାହିଁ। କିନ୍ତୁ ଚଳିତବର୍ଷ ମୋଦି ସରକାର ଏ କ୍ଷେତ୍ରରେ ଅଧିକ ବ୍ୟୟ କରିବାର ଯଥେଷ୍ଟ ସମ୍ଭାବନା ଦୃଷ୍ଟିଗୋଚର ହେଲାଣି। ଭଲ ବର୍ଷା ହେଲେ ଜଳବିଦ୍ୟୁତ ଉତ୍ପାଦନ ଅଧିକ ହୋଇଥାଏ। ବର୍ଷା ଅଧିକ ହେଲେ ଜଳସେଚନ ଲାଗି ଆବଶ୍ୟକ ହେଉଥିବା ଡିଜେଲ ଚାହିଦା ଯଥେଷ୍ଟ କମିଥାଏ। ଚାଷୀଙ୍କ କ୍ଷତି ଭରଣା କରିବାକୁ ଯାଇ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ହେବ, ଯାହା ବଜେଟକୁ ବିଗାଡିଦେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଆଶା କରୁଛି ଯେ…ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ସମାଜକୁ ଏକ ବାର୍ତ୍ତା ଦେଇ, ସେ କରୁଣା ଏବଂ ସମ୍ପ୍ରଦାୟ ପ୍ରତି ଅବଦାନର…

ସେପ୍ଟେମ୍ବରରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ସଫଳତା: ଏହି ୩ ରାଶିଙ୍କ ଉପରେ ଧନବର୍ଷା, ଲଭ ଲାଇଫ୍‌ରେ…

ଶୁକ୍ର ଗ୍ରହ ୨୫ ଅଗଷ୍ଟରେ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଏବେ ଶୁକ୍ର ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷ ଅନୁସାରେ, ଶୁକ୍ର ଗ୍ରହ ସୁଖ, ସୌନ୍ଦର୍ଯ୍ୟ,…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri