‘ମୋମୋ’କରିଛି ସସ୍ମିତାଙ୍କୁ ସ୍ବାବଲମ୍ବୀ

ଘସିପୁରା, ୧୩।୧୨(ଡି.ଏନ.ଏ.)-‘ମୋମୋ’ ଏହି ସ୍ବାଦିଷ୍ଟ ଖାଦ୍ୟ ବ୍ୟଞ୍ଜନ ବିଷୟରେ ହୁଏତ ସଭିଏଁ ଜାଣିଥିବେ। ଆଉ ଏହାର ସ୍ବାଦ ମଧ୍ୟ ଚାଖିଥିବେ। ସାଧାରଣତଃ ବଡ଼ ସହାରଞ୍ଚଳରେ ମିଳୁଥିବା ମୋମୋ ଏବେ ଆନନ୍ଦପୁରରେ ମଧ୍ୟ ମିଳୁଛି। ଆଉ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ଏହିକି ଯେ ମୋମୋ ତିଆରି ବ୍ୟବସାୟ ଜରିଆରେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସହ ସ୍ବାବଲମ୍ବୀ ହୋଇ ପାରିଛନ୍ତି।
ଆନନ୍ଦପୁର ପୌରାଞ୍ଚଳ ଫକିରପୁରରେ ଗୋବିନ୍ଦ ଦାସଙ୍କ ସ୍ତ୍ରୀ ସସ୍ମିତା ଦାସଙ୍କ ହାତ ତିଆରି ସ୍ବାଦିଷ୍ଟ ମୋମୋ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ। ସସ୍ମିତା ନିଜ ଘରେ ମୋମୋ ତିଆରି କରି ତାହାର ବ୍ୟବସାୟରେ ସ୍ବାବଲମ୍ବୀ ହେବା ସହ ପରିବାର ରୋଜଗାରରେ ସ୍ବାମୀଙ୍କ ସହ ଅଂଶିଦାର ହୋଇ ପାରିଛନ୍ତି। ଫକିରପୁର ଏହି ଯୁବ ଦମ୍ପତି ଦୀର୍ଘ ବର୍ଷ ହେବ ନେପାଳରେ ରହୁଥିଲେ। ସେଠାରେ ଗୋବିନ୍ଦ ଏକ କମ୍ପାନୀରେ ଚାକିରି କରି ପରିବାର ପ୍ରତିପୋଷଣ କରୁଥିଲେ। ସସ୍ମିତା ସେହିଠାରେ ହିଁ ନିଜ ସାଙ୍ଗସାଥୀ ଓ ପଡ଼ିଶାଙ୍କ ଠାରୁ ମୋମୋ ତିଆରି କରିବା କଳାକୌଶଳ ପାଇଥିଲେ। ନିଜ ଦୃଢ ଇଚ୍ଛାଶକ୍ତି ବଳରେ ସେ ସ୍ବଦିଷ୍ଟ ମୋମୋ ତିଆରି କୌଶଳ ଶିଖି ପାରିଥିଲେ। ଏବେ ଏହି ଦମ୍ପତି ଫକିରପୁର ସ୍ଥିତ ନିଜ ଘରକୁ ଫେରି ଆସି ଏଠାରେ ମୋମୋ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରି ପାରୁଛନ୍ତି। ମଇଦାକୁ ଚକଟି ସେଥିରେ ଚିକେନ କିମ୍ବା ପନିରକୁ ପୁର ଆକାରରେ ଦେଇ ଷ୍ଟିମରରେ ଶିଝାଇ ମୋମୋ ପ୍ରସ୍ତୁତ କରୁଛନ୍ତି ସସ୍ମିତା। ସସ୍ମିତାଙ୍କ ମୋମୋ ଖାଇବାକୁ ଆନନ୍ଦପୁର ,ଘସିପୁରା, ଶାଳପଡ଼ା ସମେତ ଆଖପାଖ ଅଞ୍ଚଳରୁ ବହୁ ଗରାଖଙ୍କ ଭିଡ଼ ଜମୁଛି। ସ୍ତ୍ରୀଙ୍କର ଏହି ମୋମୋ ତିଆରି କରିବାର କୌଶଳ ଉପରେ ଖୁସି ବ୍ୟକ୍ତ କରିବା ସହ ଭବିଷ୍ୟତରେ ଏହି ବ୍ୟବସାୟକୁ ବଢାଇବା ପାଇଁ ଲକ୍ଷ୍ୟ ରଖିଥିବା ଗୋବିନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ, ୩୦।୫ (ଶରତ ରାଉତ): ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ସି କ୍ୟୁ–୧ ନମ୍ବର ବର୍ଥ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଣେ ଚାଳକଙ୍କ ମୃତ୍ୟୁ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା…

ନଦୀ ଭିତରେ ମାଡ଼ିଗଲାଣି ବୁଦାଳିଆ ଜଙ୍ଗଲ,ସୁରକ୍ଷା ପ୍ରତି ସରକାରଙ୍କ ନଜର ନାହିଁ

ବଡ଼ଗାଁ,୩୦ା୫(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା, ବଡ଼ଗାଁ, ଫୁଲବାରୀ ଓ ଭୋଇପାଲି ପଞ୍ଚାୟତର କେତେକ ଗ୍ରାମ ନିକଟ ଦେଇ ପ୍ରବାହିତ ସଫେଇ ନଦୀ…

କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….

କଲ୍ୟାଣସିଂହପୁର, ୩୦।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ…

ନିଶା ସେବନ କରି ଗାଡ଼ି ଚଲାଉଥିଲେ ଫରେଷ୍ଟର, ପୋଲିସ ଅଟକ ରଖି…

ବଲାଙ୍ଗୀର,୩୦ା୫(ସୁନିଲ କୁମାର ମହାନ୍ତି): ନିଶାସେବନ କରି ଗାଡ଼ି ଚଲାଇବା ଜଣେ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ବଙ୍ଗୋମୁଣ୍ଡା ଫରେଷ୍ଟର ଦିବସ ମାଝୀ ନିଶାସେବନ କରି ଗାଡ଼ି ଚଲାଉଥିବା…

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବିଜୁ ସ୍ବାଭିମାନ ମଞ୍ଚ କୋଲନରାରେ ଭାସ୍କର ରାଓଙ୍କ ଶକ୍ତି ପ୍ରଦର୍ଶନ

ଗୁଣପୁର,୩୦॥୫(ସୁଜାତା ପାଢ଼ୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭା ସଭ୍ୟ ଏନ୍‌.ଭାସ୍କର ରାଓ। ରାୟଗଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri