Posted inଜାତୀୟ

ମୋଦିଙ୍କୁ ସୋନିଆଙ୍କ ପ୍ରଶ୍ନ: ଚାଇନା ସୀମାରେ କେମିତି ଶହୀଦ ହେଲେ ୨୦ ଯବାନ

ନୂଆଦିଲ୍ଲୀ,୨୬।୬: ଭାରତ-ଚାଇନା ସୀମାର ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷ ପରେ ଲଗାତାର ବିରୋଧି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କ୍ରମରେ ଶୁକ୍ରବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି, ଚାଇନା ଲଦ୍ଦାଖରେ ଆମ ଜମି ମାଡି ବସିନାହିଁ। ଏକଥା ଦେଶବାସୀ ଜାଣନ୍ତି ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରୁଛନ୍ତି। ତେବେ ଆମର ୨୦ ଯବାନ କେମିତି ଶହୀଦ ହୋଇଛନ୍ତି ବୋଲି ସେ ମୋଦି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ମୋଦି କହୁଛନ୍ତି ଚାଇନାର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇିଛି। ହେଲେ ଅନ୍ୟପକ୍ଷରେ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରଣାଳୟ ଲାଗାତର ଭାବେ ଏହାକୁ ନେଇ କାହିଁକି ଆଲୋଚନା କରୁଛି। ଯେତେବେଳେ ଆମେ ଆମର ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ ସେତେବେଳେ ଦେଶ ଜାଣିବାକୁ ଚାହୁଁଛି ଆମର ୨୦ ଯବାନ ଗଲଓ୍ବାନ ଘାଟିରେ କେମିତି ଓ କାହିଁକି ଶହୀଦ ହେଲେ। ଏହା ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ସମାନ କଥାକୁ ନେଇ ମୋଦି ସରକାରଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ଏହା ପୂର୍ବରୁ ମଧ୍ୟ କଂଗ୍ରେସ ମୋଦି ସରକାରଙ୍କ ଉପରେ ଅଭିଯୋଗ ଆଣିଥିଲା କି ଦେଶର ସୀମା ଅପେକ୍ଷା ମୋଦି ନିଜର ଛବି କଥା ଅଧିକ ଚିନ୍ତା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଗାଁରେ ବଢୁଛି କୋଚିଙ୍ଗ ସେଣ୍ଟର: ସରକାରୀ ନିୟମକୁ ଫୁ’

କୃଷ୍ଣପ୍ରସାଦ,୧୬।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଶିକ୍ଷାର ବିକାଶ ପାଇଁ ସରକାର ତତ୍ପର ହୋଇ ଉଠିଛନ୍ତି। ଆଧୁନିକ ଶିକ୍ଷାର ଉନ୍ନତୀକରଣ ପାଇଁ ସର୍ବଭାରତୀୟସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ। ଏଥିପାଇଁ ଚଳିତବର୍ଷ…

ଟ୍ରମ୍ପଙ୍କ ତେଲ କିଣିବାକୁ ନେଇ ରୋକ୍‌ ଭିତରେ ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ, ଏଣିକି ପେଟ୍ରୋଲ-ଏଲପିଜିରେ…

ନୂଆଦିଲ୍ଲୀ,୧୬।୪: ଭାରତରେ ରୁଷର ରାଷ୍ଟ୍ରଦୂତ ଡେନିସ ଆଲିପୋଭ ସମ୍ପ୍ରତି ଭାରତ-ରୁଷ ସମ୍ପର୍କ, ପ୍ରତିରକ୍ଷା ସହଯୋଗ, ଶକ୍ତି ଯୋଗାଣ ଏବଂ ପରିବର୍ତ୍ତନଶୀଳ ବିଶ୍ୱ ଭୂ-ରାଜନୈତିକ ଦୃଶ୍ୟପଟ ସମ୍ପର୍କରେ ସ୍ପଷ୍ଟ…

IMFର ଚେତାବନୀ; ଯଦି ତୈଳ ମୂଲ୍ୟ ଅଧିକ ରୁହେ, ବିଶ୍ୱ ଉପରେ ପଡ଼ିବ ଏହି ସଙ୍କଟ

ନୂଆଦିଲ୍ଲୀ,୧୬।୪: ଇଣ୍ଟରନ୍ୟାସନାଲ ମୋନିଟାରୀ ଫଣ୍ଡ(IMF) ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା ବିଶ୍ୱ ଅର୍ଥନୀତି ସମ୍ପର୍କରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଯଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ…

ଏଆରଏସଏସ ରାସ୍ତା କାମରେ ଠକେଇ: ଉଠିଯାଉଛି ପିଚୁ

କୃଷ୍ଣପ୍ରସାଦ,୧୬।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଗଞ୍ଜାମ ଜିଲା ସୀମାଠାରୁ କୃଷ୍ଣପ୍ରସାଦ ଗଡ଼ ଯାଏ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ୨୩ କୋଟି…

ନିଶାମୁକ୍ତ ଅଞ୍ଚଳ ପାଇଁ ଜୋରଦାର ପଦକ୍ଷେପ: ଶତାଧିକ ଲୋକ ହେଲେ ଏକାଠି

ଦାରିଙ୍ଗବାଡି, ୧୬।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଅଞ୍ଚଳରେ ନିଶାମୁକ୍ତ ଅଞ୍ଚଳ ପାଇଁ ଜୋରଦାର ପଦକ୍ଷେପ ନେଲେ ଅଞ୍ଚଳବାସୀ। ଶତାଧିକ ମହିଳା ଓ…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ଐତିହାସିକ ପଦକ୍ଷେପ ନେବା ପୂର୍ବରୁ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି: ମା’-ଭଉଣୀମାନଙ୍କ…

ନୂଆଦିଲ୍ଲୀ,୧୬।୪: ଦେଶର ସମସ୍ତ ମହିଳାଙ୍କୁ ଗୁରୁବାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆଲୋଚନା ପୂର୍ବରୁ ସୋସିଆଲ ମିଡିଆ…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri