Posted inଜାତୀୟ

ମୋଦିଙ୍କୁ ଭେଟିବା ପାଇଁ ସଂସଦ ବାହାରେ ଅପେକ୍ଷା କରିଥିଲେ ଏହି ୮ବର୍ଷର ଝିଅ: ଜାଣନ୍ତୁ କାହିଁକି?

ଚେନ୍ନାଇ, ୨୩।୬: ଗ୍ଲୋବାଲ ଓ୍ବାର୍ମିଂ ବା ବିଶ୍ୱତାପମାନ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଗ୍ଲୋବାଲ ଓ୍ବାର୍ମିଂରୁ ଦେଶକୁ ରକ୍ଷା କରିବା ପାଇଁ ଆଗେଇ ଆସିଛନ୍ତି ୮ ବର୍ଷର ଲାଇସିପ୍ରିୟା କାଙ୍ଗଜୁମ। ଏକ ସନ୍ତୁଳିତ ପରିବେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଲାଇସିପ୍ରିୟା। ସଂସଦ ବାହାରେ ପ୍ଲା-କାର୍ଡଧରି ସଂସଦରେ ଜଳବାୟୁ ପରିବର୍ତ୍ତନ ଆଇନ ପାସ୍‌ କରି ଭବିଷ୍ୟତ ବଞ୍ଚାନ୍ତୁ ବୋଲି ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି। ଏବେ ଯଦି ସୁରକ୍ଷିତ ପରିବେଶ ଉପରେ ଧ୍ୟାନ ନ ଦିଆଯାଏ ତେବେ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗ୍ଲୋବାଲ୍‌ ଓ୍ବାର୍ମିଂ ଏହାର ପ୍ରଭାବରେ ଭାରତର ତାପମାତ୍ରା ୨୦୩୦ ସୁଦ୍ଧା ୧.୫ ଡିଗ୍ରୀ ବୃଦ୍ଧି ପାଇବ। ଏନେଇ ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୫୦ ସୁଦ୍ଧା ଭାରତ ତାପମାତ୍ରା ବୃଦ୍ଧି ଯୋଗୁ ଉତ୍କଟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦର କଫସିରପ୍‌, ଗୁଜରାଟରେ ମାଷ୍ଟରମାଇଣ୍ଡ

ଭୁବନେଶ୍ୱର,୨୦।୪(ତ୍ରିନାଥ ମହାନ୍ତି): କଟକ ଫୁଲନଖରାରେ ଥିବା ଏକ ସଂସ୍ଥାର ଗୋଦାମରୁ ୮ହଜାର ୮୪୦ ବୋତଲ ନିଷିଦ୍ଧ କଫସିରପ୍‌ ଜବତ ଘଟଣାର ଲିଙ୍କ୍‌ ଗୁଜରାଟ ଓ ହାଇଦ୍ରାବାଦକୁ ଲମ୍ବିଛି।…

ହର୍ମୁଜ ସଙ୍କଟ ମଧ୍ୟରେ NSA ଅଜିତ ଡୋଭାଲ ହଠାତ କାହିଁକି ପହଞ୍ଚିଲେ ରିୟାଦ? ଜାଣନ୍ତୁ ପରଦା ପଛର କୂଟନୀତି

ନୂଆଦିଲ୍ଲୀ,୨୦।୪: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବକୁ ଏକ ଅଚାନକ ଗସ୍ତ କରିଥିଲେ, ଯେଉଁଠାରେ ସେ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଗୁରୁତ୍ୱପୂର୍ଣ୍ଣ…

ଆଜି ଅକ୍ଷୟ ତୃତୀୟା: ଅନୁକୂଳ ହେବ ରଥକାଠ

ପୁରୀ,୨୦ା୪(ଅଜିତ୍‌ କୁମାର ମହାନ୍ତି): ବୈଶାଖ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ଉକ୍ତ ଦିନ ଯେକୌଣସି କାର୍ଯ୍ୟକଲେ ଶୁଭ ହୋଇଥାଏ। ପରମ୍ପରା ଅନୁସାରେ, ଉକ୍ତ ଦିନଠାରୁ…

ବିଶ୍ୱରେ ୭ ଦ୍ୱୀପ ମଧ୍ୟରେ ଜମ୍ବୁଦ୍ୱୀପ ଶ୍ରେଷ୍ଠ, ରାଜ୍ୟର ଗର୍ବ ଓ ଗୌରବ ବହନ କରି ଆଜି…

ମହାକାଳପଡ଼ା,୨୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମଚଣ୍ଡୀ ପୀଠ ନିକଟରେ ଚାଲିଥିବା ଜମ୍ବୁଦ୍ୱୀପ ମହୋତ୍ସବର ରବିବାର ଅନ୍ତିମ ସା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଫାଶ ବସାଇ ହରିଣକୁ ଶିକାରୀଙ୍କ ଗୁଳିମାଡ଼, ଜୀବନବିକଳରେ ଜନବସତି ଆଡ଼କୁ ହରିଣ ଆସିବାରୁ…

ମହାକାଳପଡ଼ା,୨୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସଂରକ୍ଷିତ ଜଙ୍ଗଲରେ ବହୁ ପରିମାଣରେ ହରିଣ ବାର୍‌ହା ଓ ଅନ୍ୟାନ୍ୟ ଜୀବଜନ୍ତୁ ବସବାସ କରନ୍ତି।…

US-Iran War: ହର୍ମୁଜରେ ଇରାନ ଜାହାଜର ଇଞ୍ଜିନ ରୁମକୁ କଣା କହିଦେଲା ଆମେରିକା, ଜବାବରେ ଇରାନ କଲା ଏମିତି ଆକ୍ରମଣ

ତେହରାନ,୨୦।୪: ଆମେରିକା ଏବଂ ଇରାନ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ପ୍ରୟାସ ନିରନ୍ତର ବିଫଳ ହେଉଥିବା ପରି ମନେ ହେଉଛି। ଗୋଟିଏ ପଟେ, ଇରାନ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

ସିଧା ମନାକଲା ଇରାନ, ଆମେରିକା ସହ ହେବ ନାହିଁ କୌଣସି ଶାନ୍ତି ଆଲୋଚନା

ତେହରାନ,୨୦।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ପାକିସ୍ତାନ ସହିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବାକୁ ମନା କରିଦେଇଛି। ଫଳରେ, ଏହି ଅଞ୍ଚଳରେ ଉତ୍ତେଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri