ଅଧିକାଂଶ ଲୋକଙ୍କ ଫଟୋ ଉଠାଇବାରେ ସଉକ ଥାଏ। କିନ୍ତୁ ମୃତ ବ୍ୟକ୍ତି ଏମିତି ଇଚ୍ଛା କରିଥାନ୍ତି ବୋଲି କେବେ ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି ଘଟଣା ଦେଖିବାକୁ ମିଳିଛି ମାଲେସିଆରେ। ଏଠାକାର ଜଣେ ମହିଳା ପୂରା ପରିବାର ସହ ଫଟୋ ଉଠାଇବା ପାଇଁ ଫଟୋଗ୍ରାଫରଙ୍କୁ କହିଥିଲେ। କିନ୍ତୁ ତାଙ୍କର ଇଚ୍ଛା ଅଧାରେ ରହିଗଲା। ଆଉ ଏହି ଇଚ୍ଛାକୁ ମୃତ୍ୟୁ ପରେ ସେ ପୂରଣ କରିଛନ୍ତି। ଯାହା ଶୁଣିଲେ ଚକିତ ହୋଇଯିବେ। ମାଲେସିଆର ଏଡଲିନ୍ ନେଲ୍ଡା ନାମକ ଜଣେ ମହିଳା ୪ର୍ଥ ସନ୍ତାନର ଜନ୍ମ ପରେ ସ୍ବାମୀଙ୍କ ସହ ପୂରା ପରିବାରର ଫଟୋ ଉଠାଇବାକୁ ଇଚ୍ଛା କରିଥିଲେ। ଏଥିପାଇଁ ଫଟୋ ଶୁଟ୍ର ସ୍ଥାନ ଆଉ ତାରିଖ ମଧ୍ୟ ସ୍ଥିର କରିଥିଲେ।
କିନ୍ତୁ ଭାଗ୍ୟର ବିଡ଼ମ୍ବନା। ଡେଲଭରି ସମୟରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ପିଲାଟି ସୁସ୍ଥ ଥିଲା। ଏଡଲିନ୍ଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ମାତ୍ର ଫଟୋଗ୍ରାଫରକୁ ଦେଇଥିବା କଥାକୁ ଭୁଲି ନ ଥିଲେ ଏଡ୍ଲିନ୍ଙ୍କ ସ୍ବାମୀ। ତେଣୁ ୪ର୍ଥ ପିଲା ଜନ୍ମ ହେବାର ୫ ମାସ ପରେ ଫଟୋଗ୍ରାଫରକୁ ଡାକି ପୂର୍ବରୁ ସ୍ଥିର ହୋଇଥିବା ତାରିଖରେ ପୂରା ପରିବାର ସହ ଫଟୋ ଉଠାଇଥିଲେ।
ଏହି ଫଟୋ ଉଠାଇବା ସମୟରେ ଏଡଲିନ୍ଙ୍କୁ ଦେଖିବାକୁ ମିଳିଥିଲା। ଏହି ଫଟୋକୁ ତାଙ୍କ ସ୍ବାମୀ ଶୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ଲୋକେ ବହୁ ପ୍ରଶଂସା କରୁଛନ୍ତି।

