Posted inଫୁରସତ

ମୃତ୍ୟୁ ପରେ ପରିବାର ସହ ଫଟୋ ଉଠାଇଲେ ମହିଳା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅଧିକାଂଶ ଲୋକଙ୍କ ଫଟୋ ଉଠାଇବାରେ ସଉକ ଥାଏ। କିନ୍ତୁ ମୃତ ବ୍ୟକ୍ତି ଏମିତି ଇଚ୍ଛା କରିଥାନ୍ତି ବୋଲି କେବେ ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି ଘଟଣା ଦେଖିବାକୁ ମିଳିଛି ମାଲେସିଆରେ। ଏଠାକାର ଜଣେ ମହିଳା ପୂରା ପରିବାର ସହ ଫଟୋ ଉଠାଇବା ପାଇଁ ଫଟୋଗ୍ରାଫରଙ୍କୁ କହିଥିଲେ। କିନ୍ତୁ ତାଙ୍କର ଇଚ୍ଛା ଅଧାରେ ରହିଗଲା। ଆଉ ଏହି ଇଚ୍ଛାକୁ ମୃତ୍ୟୁ ପରେ ସେ ପୂରଣ କରିଛନ୍ତି। ଯାହା ଶୁଣିଲେ ଚକିତ ହୋଇଯିବେ। ମାଲେସିଆର ଏଡଲିନ୍‌ ନେଲ୍‌ଡା ନାମକ ଜଣେ ମହିଳା ୪ର୍ଥ ସନ୍ତାନର ଜନ୍ମ ପରେ ସ୍ବାମୀଙ୍କ ସହ ପୂରା ପରିବାରର ଫଟୋ ଉଠାଇବାକୁ ଇଚ୍ଛା କରିଥିଲେ। ଏଥିପାଇଁ ଫଟୋ ଶୁଟ୍‌ର ସ୍ଥାନ ଆଉ ତାରିଖ ମଧ୍ୟ ସ୍ଥିର କରିଥିଲେ।

କିନ୍ତୁ ଭାଗ୍ୟର ବିଡ଼ମ୍ବନା। ଡେଲଭରି ସମୟରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ପିଲାଟି ସୁସ୍ଥ ଥିଲା। ଏଡଲିନ୍‌ଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ମାତ୍ର ଫଟୋଗ୍ରାଫରକୁ ଦେଇଥିବା କଥାକୁ ଭୁଲି ନ ଥିଲେ ଏଡ୍‌ଲିନ୍‌ଙ୍କ ସ୍ବାମୀ। ତେଣୁ ୪ର୍ଥ ପିଲା ଜନ୍ମ ହେବାର ୫ ମାସ ପରେ ଫଟୋଗ୍ରାଫରକୁ ଡାକି ପୂର୍ବରୁ ସ୍ଥିର ହୋଇଥିବା ତାରିଖରେ ପୂରା ପରିବାର ସହ ଫଟୋ ଉଠାଇଥିଲେ।

ଏହି ଫଟୋ ଉଠାଇବା ସମୟରେ ଏଡଲିନ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏହି ଫଟୋକୁ ତାଙ୍କ ସ୍ବାମୀ ଶୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ଲୋକେ ବହୁ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?