ମୁଖ୍ୟ ଚିକିତ୍ସାଳୟ ଲିଫ୍ଟ ଅଚଳ, ରୋଗୀ ହଇରାଣ

ମାଲକାନଗିରି,୮ା୬ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟ୍‌ ଦୀର୍ଘ ଏକମାସ ହେବ ଅଚଳ ହୋଇ ପଡିଛି। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ୭ମହଲା ବିଶିଷ୍ଟ ଏହି ଚିକିତ୍ସାଳୟରେ ୪ଟି ଲିଫ୍ଟି ଥିବା ବେଳେ ସେଥିରୁ ପୂର୍ବରୁ ୩ଟି ଲିଫ୍ଟ ଅଚଳ ହୋଇ ପଡିଛି। ଏବେ କାର୍ଯ୍ୟ କରୁଥିବା ଲିଫ୍ଟଟି ମଧ୍ୟ ଅଚଳ ହୋଇ ପଡିଛି ା ଚିକିତ୍ସାଳୟର ତୃତୀୟ, ଚତୁର୍ଥ ଓ ପଞ୍ଚମ ମହଲାରେ ଶିଶୁ ବିଭାଗ, ମହିଳା ବିଭାଗ, ଅସ୍ତିଶଲ୍ୟ, ଭେଷଜ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି। ବୃଦ୍ଧାବୃଦ୍ଧ କିମ୍ବା ଜରୁରୀ ଗୁରୁତର ରୋଗୀଙ୍କୁ ଉପର ମହଲାକୁ ନେବା ଆଣିବା ବେଳେ ସମସ୍ୟା ହେଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅନିଲ ପାଢୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଶାଖାପାଟଣାର ଏକ ଘରୋଇ କମ୍ପାନୀ ଉପରେ ଲିଫ୍ଟଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ରହିଛି। ଲକଡାଉନ ଯୋଗୁ ମରାମତି କରିବାକୁ କମ୍ପାନୀ ଲୋକ ଆସିପାରୁ ନାହାନ୍ତି। ଆଗାମୀ ଦୁଇଦିନ ମଧ୍ୟରେ ଏହାର ମରାମତି ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

ମାଲକାନଗିରି ପୋଲିସକୁ ଆଉ ଏକ ବଡ଼ ସଫଳତା: ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସକୁ ପୁଣିଥରେ ଏକ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ଡମ୍ପ୍‌ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri