ମାଲକାନଗିରିରେ ପୁଣି ୩ କରୋନା ପଜିଟିଭ୍‌ ଚିହ୍ନଟ: ୨୫କୁ ବୃଦ୍ଧି ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା

କୋରୁକୋଣ୍ଡା,୧୨ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶୁକ୍ରବାର ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଟୁଇଟ୍‌ ଯୋଗେ ରାଜ୍ୟ ସରକାର ଏବଂ ଜିଲାପାଳ ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲକୋଟା ପଞ୍ଚାୟତ ଅନ୍ତର୍ଗତ କ୍ୱାରାଣ୍ଟାଇନ୍‌ ସେଣ୍ଟରର ବୋଲି ସୂଚନା ମିଳିଛି। ତନ୍ମଧ୍ୟରୁ ଜଣେ ତାମିଲନାଡ଼ୁ ଫେରନ୍ତା ୧୮ବର୍ଷୀୟ ଯୁବକ। ଅନ୍ୟ ଜଣକ ୨୫ବର୍ଷୀୟ ଯୁବକ, ଯିଏକି ସେହି କ୍ୱାରାଣ୍ଟାଇନ୍‌ କେନ୍ଦ୍ରର କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଥିବା ତାରଲକୋଟା ସରପଞ୍ଚ ସୋମନାଥ ବାର୍ସେ ସୂଚନା ଦେଇଛନ୍ତି। ଏହାପରେ ଜିଲା ପ୍ରଶାସନ ପକ୍ଷରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିସର ୧୦୦ ମିଟର ଦୂରରେ ଥିବା ସମ୍ପୂର୍ଣ୍ଣ ଅଞ୍ଚଳକୁ ୪୮ଘଣ୍ଟା ନିମନ୍ତେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇ ସିଲ୍‌ କରାଯାଇଛି। ସେହିପରି ମାଲକାନଗିରିରେ ଜଣେ ପୋଲିସ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବା ସୂଚନା ମିଳିଛି । ତେଣୁ ମୋଟୁ ଥାନାଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏଥିସହିତ ମୋଟୁ ଥାନାକୁ ସିଲ୍‌ କରି କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା କରାଯାଇଛି। କରୋନା ଆକ୍ରାନ୍ତ ଥିବା ପୋଲିସ ମୋଟୁ ସୀମାରେ ନିୟୋଜିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ୫୦ହଜାର ପ୍ରବାସୀ ମୋଟୁ ସୀମା ଦେଇ ଫେରିଛନ୍ତି। ଏଥି ସମେତ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧିପାଇଛି। ତନ୍ମଧ୍ୟରୁ ୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଓ ୪ ଜଣ ଚିକିତ୍ସିତ ହେଉଥିବା ଜିଲାପାଳ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲରେ ବି ଏପରି ରଖନ୍ତୁ ନାହିଁ ଅଫିସ ବ୍ୟାଗ: କ୍ୟାରିୟର ହେବ ବଡ଼ କ୍ଷତି, ପାଖରୁ ପଳାଇବ ସବୁ ଧନ !

ଅଫିସରୁ ଫେରିବା ପରେ ଥକିଯାଇ ଅନେକ ସମୟରେ ଆମେ ନିଜ ଅଫିସ ବ୍ୟାଗକୁ ଘରର ଯେକୌଣସି ସ୍ଥାନରେ ରଖିଦେଉ। କେହି କେହି ତ ବ୍ୟାଗ ଖୋଲିବା ମାତ୍ରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?