ମାନବିକତା ଭୁଲିଗଲେ ପୁଅବୋହୂ: ପାଇଖାନା ଘରେ ରହୁଛନ୍ତି ୮୨ ବର୍ଷର ମା’

ଗୋପ, ୩।୮(ଡି.ଏନ୍‌.ଏ.): ଦଶମାସ ୧୦ ଦିନ ଗର୍ଭରେ ଧରି ସନ୍ତାନଙ୍କୁ ଜନ୍ମ ଦେଇଥିବା ବୃଦ୍ଧା ମା’ ଆଜି ପାଇଖାନା ଘରେ। ନିଜର ୪ ପୁଅବୋହୂ ଥିବାବେଳେ ଜନ୍ମକଲା ମା’ର ଯତ୍ନ ନେବାକୁ ସେମାନେ ବୋଝ ବୋଲି ମନେକରୁଛନ୍ତି। ଏଭଳି ଏକ ଅମାନବୀୟ ତଥା ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଗୋପ ଥାନା ବୀରତୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ସାଉରିଆ ଗ୍ରାମରେ। ଗ୍ରାମର ଧନୀ ମଲ୍ଲିକ୍‌(୮୨) ଏବେ ଚାରିପୁଅଙ୍କ ଲାଗି ଅଲୋଡ଼ା ହୋଇ ପାଇଖାନା ଘରେ ଜୀବନ ବିତାଉଛନ୍ତି।
ଧନୀଙ୍କର ୪ପୁଅ ବିବାହ କରିସାରିଥିବାବେଳେ ୧୧ ଜଣ ନାତିନାତୁଣୀ ଅଛନ୍ତି। ବୟସର ଅପରାହ୍ନରେ ପହଞ୍ଚତ୍ଥିବା ଧନୀ ଏବେ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି। ବଡ଼ପୁଅ ବାନାମ୍ବରଙ୍କ ନିର୍ମାଣାଧୀନ ପାଇଖାନା ଘରେ ବୃଦ୍ଧା ଧନୀ କେବଳ ମୃତ୍ୟୁ ସହ ସଂଗ୍ରାମ କରିବା ସାର ହୋଇଛି। ଧନୀଙ୍କ ନାମରେ ଥିବା ଜମିକୁ ପୁଅମାନେ ନିଜ ନିଜ ଭିତରେ ବାଣ୍ଟି ନେଇଥିବାବେଳେ ମା’ଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିଦେଇଛନ୍ତି। ମା’ଙ୍କ ଯତ୍ନ ନେବାକୁ କେହି ଆଗ୍ରହ ପ୍ରକାଶ କରି ନାହାନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣା ଜଣାପଡ଼ିବା ପରେ ଆମ ପ୍ରତିନିଧି ସେଠାକୁ ଯାଇ ବୃଦ୍ଧା ଧନୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଥରିଲା କଣ୍ଠରେ ସେ କୁହନ୍ତି, ଯେଉଁ ପୁଅମାନଙ୍କ ଲାଗି ଏତେକଷ୍ଟ କରିଥିଲି ସେମାନେ ମୋତେ ଆଜି ଏପରି ଅବସ୍ଥାରେ ରଖିଛନ୍ତି। ସେମାନଙ୍କ କଥା କେବଳ ଭଗବାନ ବିଚାର କରିବେ ବୋଲି କାନ୍ଦି କାନ୍ଦି କହିଥିଲେ ବୃଦ୍ଧା ଜଣକ। ଏ ସମ୍ପର୍କରେ ବଡ଼ପୁଅ ବାନାମ୍ବରଙ୍କୁ ପଚାରିବାରେ ଘରେ ସ୍ଥାନରେ ଅଭାବ ଯୋଗୁ ମା’କୁ ପାଇଖାନା ଘରେ ରଖିବା ପାଇଁ ବାଧ୍ୟ ହେଉଛି। ଅନ୍ୟ ଭାଇମାନେ ନ ପଚାରିବା ହେତୁ ଏଭଳି ସମସ୍ୟା ଉପୁଜିଛି। ଏ ସମ୍ପର୍କରେ ଗୋପ ଥାନାଧିକାରୀ ଦିଲୀପ କୁମାର ସ୍ବାଇଁଙ୍କୁ ପଚାରିବାରେ ଅଭିଯୋଗ ମିଳିବା ପରେ ୪ଭାଇଙ୍କୁ ଥାନାକୁ ଡକାଯାଇଛି। ଏହି ସମସ୍ୟାର ସମାଧାନ ପଞ୍ଚାୟତ ମାଧ୍ୟମରେ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri