ମାନବିକତା ଭୁଲିଗଲେ ପୁଅବୋହୂ: ପାଇଖାନା ଘରେ ରହୁଛନ୍ତି ୮୨ ବର୍ଷର ମା’

ଗୋପ, ୩।୮(ଡି.ଏନ୍‌.ଏ.): ଦଶମାସ ୧୦ ଦିନ ଗର୍ଭରେ ଧରି ସନ୍ତାନଙ୍କୁ ଜନ୍ମ ଦେଇଥିବା ବୃଦ୍ଧା ମା’ ଆଜି ପାଇଖାନା ଘରେ। ନିଜର ୪ ପୁଅବୋହୂ ଥିବାବେଳେ ଜନ୍ମକଲା ମା’ର ଯତ୍ନ ନେବାକୁ ସେମାନେ ବୋଝ ବୋଲି ମନେକରୁଛନ୍ତି। ଏଭଳି ଏକ ଅମାନବୀୟ ତଥା ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଗୋପ ଥାନା ବୀରତୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ସାଉରିଆ ଗ୍ରାମରେ। ଗ୍ରାମର ଧନୀ ମଲ୍ଲିକ୍‌(୮୨) ଏବେ ଚାରିପୁଅଙ୍କ ଲାଗି ଅଲୋଡ଼ା ହୋଇ ପାଇଖାନା ଘରେ ଜୀବନ ବିତାଉଛନ୍ତି।
ଧନୀଙ୍କର ୪ପୁଅ ବିବାହ କରିସାରିଥିବାବେଳେ ୧୧ ଜଣ ନାତିନାତୁଣୀ ଅଛନ୍ତି। ବୟସର ଅପରାହ୍ନରେ ପହଞ୍ଚତ୍ଥିବା ଧନୀ ଏବେ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି। ବଡ଼ପୁଅ ବାନାମ୍ବରଙ୍କ ନିର୍ମାଣାଧୀନ ପାଇଖାନା ଘରେ ବୃଦ୍ଧା ଧନୀ କେବଳ ମୃତ୍ୟୁ ସହ ସଂଗ୍ରାମ କରିବା ସାର ହୋଇଛି। ଧନୀଙ୍କ ନାମରେ ଥିବା ଜମିକୁ ପୁଅମାନେ ନିଜ ନିଜ ଭିତରେ ବାଣ୍ଟି ନେଇଥିବାବେଳେ ମା’ଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିଦେଇଛନ୍ତି। ମା’ଙ୍କ ଯତ୍ନ ନେବାକୁ କେହି ଆଗ୍ରହ ପ୍ରକାଶ କରି ନାହାନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣା ଜଣାପଡ଼ିବା ପରେ ଆମ ପ୍ରତିନିଧି ସେଠାକୁ ଯାଇ ବୃଦ୍ଧା ଧନୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଥରିଲା କଣ୍ଠରେ ସେ କୁହନ୍ତି, ଯେଉଁ ପୁଅମାନଙ୍କ ଲାଗି ଏତେକଷ୍ଟ କରିଥିଲି ସେମାନେ ମୋତେ ଆଜି ଏପରି ଅବସ୍ଥାରେ ରଖିଛନ୍ତି। ସେମାନଙ୍କ କଥା କେବଳ ଭଗବାନ ବିଚାର କରିବେ ବୋଲି କାନ୍ଦି କାନ୍ଦି କହିଥିଲେ ବୃଦ୍ଧା ଜଣକ। ଏ ସମ୍ପର୍କରେ ବଡ଼ପୁଅ ବାନାମ୍ବରଙ୍କୁ ପଚାରିବାରେ ଘରେ ସ୍ଥାନରେ ଅଭାବ ଯୋଗୁ ମା’କୁ ପାଇଖାନା ଘରେ ରଖିବା ପାଇଁ ବାଧ୍ୟ ହେଉଛି। ଅନ୍ୟ ଭାଇମାନେ ନ ପଚାରିବା ହେତୁ ଏଭଳି ସମସ୍ୟା ଉପୁଜିଛି। ଏ ସମ୍ପର୍କରେ ଗୋପ ଥାନାଧିକାରୀ ଦିଲୀପ କୁମାର ସ୍ବାଇଁଙ୍କୁ ପଚାରିବାରେ ଅଭିଯୋଗ ମିଳିବା ପରେ ୪ଭାଇଙ୍କୁ ଥାନାକୁ ଡକାଯାଇଛି। ଏହି ସମସ୍ୟାର ସମାଧାନ ପଞ୍ଚାୟତ ମାଧ୍ୟମରେ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନର ୩୪ ଦିନ: ଆଗକୁ କ’ଣ ହେବ? ସରକାରଙ୍କ ଚିନ୍ତା ବଢାଇଲା CJPର ଯୋଜନା

ନୂଆଦିଲ୍ଲୀ,୨୩।୭: ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ୩୪ ଦିନ ପୂରଣ ହେବା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ଉତ୍ସାହ କମିନାହିଁ। କକ୍ରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜୀତ୍‌…

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ସୋନପୁର,୨୩।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ୧୦ ଜିପିଏଲ୍‌ଏଫ୍‌ (ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ) ପ୍ରୋସେସିଂ ମେଶିନ କିଣିବା ନାମରେ ଠକାମିର ଶିକାର ହୋଇଛନ୍ତି। ଏଜେନ୍ସି କୋଟିଏ ଟଙ୍କା ବର୍ଷେ…

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି। ଜନ୍ତର-ମନ୍ତରରେ…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri