ମହେନ୍ଦ୍ର ହାଇସ୍କୁଲରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ଗୋଟିଏ ସେକ୍ସନରେ ବସୁଛନ୍ତି ୧୫୦ ଶିକ୍ଷାର୍ଥୀ

ଆଠମଲ୍ଲିକ,୨୫ା୧୨(ଡି.ଏନ.ଏ.) – ସରକାରୀ ଉଦାସୀନତା ତଥା ଶିକ୍ଷା ବିଭାଗର ଚରମ ଅବହେଳା ଯୋଗୁ ଆଠମଲ୍ଲିକ ସଦର ମହକୁମାରେ ଥିବା ମହେନ୍ଦ୍ର ହାଇସ୍କୁଲର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏକଦା ଜିଲାର କେତୋଟି ଅଗ୍ରଣୀ ହାଇସ୍କୁଲ ମଧ୍ୟରେ ପରିଗଣିତ ହେଉଥିବା ଏହି ବିଦ୍ୟାଳୟର ଅବସ୍ଥା ବର୍ତ୍ତମାନ ଦୟନୀୟ ହୋଇପଡ଼ିଥିବା ଅଭିଯୋଗ ହେଉଛି। ଆବଶ୍ୟକ ଶିକ୍ଷକ ନ ଥିବାରୁ ୧୫୦ ପିଲାଙ୍କୁ ଗୋଟିଏ ହଲ୍‌ରେ ବସାଯାଇ ପଢ଼ାଯାଉଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
୧୯୪୭ରେ ଆଠମଲ୍ଲିକ ସହରରେ ସ୍ଥାପିତ ମହେନ୍ଦ୍ର ହାଇସ୍କୁଲ ଶିକ୍ଷାଦାନରେ ବେଶ୍‌ ଅଗ୍ରଣୀ ଥିଲା। ଏଠାକାର ଶିକ୍ଷାର୍ଥୀଙ୍କ ମଧ୍ୟରୁ କିଏ ଆଇଏଏସ୍‌ ତ କିଏ ଆଇପିଏସ୍‌ ଅଫିସର ହୋଇ ନିଜ ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିପାରିଛନ୍ତି। ଏପରିକି ବର୍ତ୍ତମାନର ବିଧାୟକ ରମେଶ ଚନ୍ଦ୍ର ସାଏ ମଧ୍ୟ ଏହି ସ୍କୁଲର ଛାତ୍ର ଥିଲେ। କିନ୍ତୁ ବିଡମ୍ବନାର ବିଷୟ ଯେ, ଏବେ ଏହି ମହେନ୍ଦ୍ର ହାଇସ୍କୁଲରେ ଛାତ୍ରୀଛାତ୍ର ସଂଖ୍ୟା ୫୩୨ ଥିଲେ ବି ମାତ୍ର ୭ ଜଣ ଶିକ୍ଷକରେ ଶିକ୍ଷାଦାନ ଚାଲୁଛି। ଗତ ଏପ୍ରିଲରୁ ପ୍ରଧାନ ଶିକ୍ଷକ ଅବସର ନେବା ପରେ ଉକ୍ତ ପଦବୀ ଖାଲି ପଡିଛି। ସେହିପରି ପୋଷ୍ଟ ଗ୍ରାଜୁଏଟ୍‌ (କଳା)ରେ ଗୋଟିଏ, ଟ୍ରେଣ୍ଡ ଇଣ୍ଟରମିଡିଏଟ୍‌ ୨ଟି, ଟ୍ରେଣ୍ଡ ମାଟ୍ରିକ୍‌ ୨ଟି, ପିଇଟି ୧ଟି ପଦବୀ ଖାଲି ପଡିଛି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବାରୁ ସେକ୍ସନ କରାଯାଇ ପିଲାଙ୍କୁ ପଢ଼ାଯାଇପାରୁ ନାହିଁ। ନବମ ଶ୍ରେଣୀର ୧୫୦ ଛାତ୍ରୀଛାତ୍ରଙ୍କୁ ୪ଟି ସେକ୍ସନ କରା ନ ଯାଇ ଗୋଟିଏ ହଲ୍‌ରେ ବସାଯାଉଛି। ସେହିପରି ଦଶମ ଶ୍ରେଣୀରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୫୩। ଏମାନଙ୍କୁ ୪ଟି ବଦଳରେ ୨ଟି ସେକ୍ସନ କରାଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ କହିଛନ୍ତି, ହାଇସ୍କୁଲର ସମସ୍ୟା ସମ୍ପର୍କରେ ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବହୁବାର ଜଣାଇଛୁ। ମାତ୍ର ଏଯାବତ୍‌ କୌଣସି ସୁଫଳ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର: PWD ରାସ୍ତାରେ ଝୁଲୁଛି ମୃତ୍ୟୁର ଖଣ୍ଡା! ଶୁଖିଲା ଗଛ ସାଜିଛି ମରଣଯନ୍ତା

ଥୁଆମୂଳ ରାମପୁର, ୧୦ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜୀବନରେଖା କୁହାଯାଉଥିବା ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ PWD ରାସ୍ତା ଏବେ…

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ମୋହନା,୧୦ା୫( ମନ୍ମଥ ମିଶ୍ର ): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ହୋଇଥିବା ବେଳେ ସେ ଜଣେ…

ଗଞ୍ଜାମ ଚନ୍ଦନ ଯାତ୍ରା, ହରିହର ଭେଟ ଦେଖିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୦ା୫(ଅନାଥ ତରାଇ):  ଗଞ୍ଜାମ ସହରର ପାରମ୍ପରିକ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ…

ଦୁଲୁକିବ ସୁବଳୟା ଖେଳ ପଡିଆ ମଞ୍ଚ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଗଞ୍ଜାମ,୧୦।୫ (ବିଦ୍ୟାଧର ସାହୁ ): ପ୍ରଥମ ଥର ପାଇଁ ଗଞ୍ଜାମ ବ୍ଲକ ସ୍ତରୀୟ ସାମାଜିକ ଅପେରା ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା ୨୮ ରୁ…

ରୋଗରୁ ହୋଇଛି ଦନ୍ତାହାତୀର ମୃତ୍ୟୁ: ଅପପ୍ରଚାରକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ଗାୟଗଣ୍ଡା ନିକଟରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀଟି ରୋଗରୁ ମୃତ୍ୟୁ ହୋଇଥିବା ମୃତଦେହ ବ୍ୟବଚ୍ଛେଦରୁ…

‘ପେନ୍‌ସନ୍‌ଭୋଗୀଙ୍କ ପାଇଁ କାର୍ଯ୍ୟକାରୀ ହେବନାହିଁ କୌଣସି ନୂଆ ନିୟମ’

ଦିଗପହଣ୍ଡି,୧୦|୫(ଅଶେଷ ନାଥ ମିଶ୍ର):  ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଶ୍ରୀ ପାତାଳେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ସଂଘର ବରିଷ୍ଠ…

ଇଣ୍ଡୋର ଷ୍ଟାଡିୟମରେ ଲାଇଟ୍‌ ଅଚଳ, ଅନ୍ଧାରରେ ଖେଳୁଛନ୍ତି ଖେଳାଳି

କେସିଙ୍ଗା,୧୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ପିଏମ୍‌ ଶ୍ରୀ ବିଦ୍ୟାପୀଠର ପଛ ଭାଗରେ ତତ୍କାଳୀନ ବିଜେଡି ସରକାର ଶାସନ ସମୟ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଥିଲା।…

୧୨ ଘଣ୍ଟାରେ ଗଲା ୩ ହରିଣଙ୍କ ଜୀବନ, ମାଂସ କାଟିବାକୁ ଶିକାରୀ ହେଉଥିଲେ ସଜବାଜ, ଆଉ ତା’ ପରେ…

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଶନିବାର ୧୨ ଘଣ୍ଟା ମଧ୍ୟରେ ୩ଟି ହରିଣ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ମୁଜାଗଡ଼ ରେଞ୍ଜରେ ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri