ମହାପ୍ରଭୁଙ୍କ ଜମିର ହିସାବ ନାହିଁ: ଅଧାଗିଳା ଅବସ୍ଥାରେ ଟଙ୍କା

ପୁରୀ ଅଫିସ,୯।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ବିଶ୍ୱବାସୀଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ତାଙ୍କ ସାନ୍ନିଧ୍ୟ ପାଇବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଛୁଟି ଆସୁଛନ୍ତି। ଆଉ ମହାପ୍ରଭୁଙ୍କ ସେବା କରିବାର ଯିଏ ସାମାନ୍ୟ ସୁଯୋଗ ପାଇଛି ସେ ନିଜକୁ କୃତାର୍ଥ ମନେ କରୁଛନ୍ତି। ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଠାକୁରଙ୍କ ସମ୍ପତ୍ତିକୁ ବି ହାତେଇବାକୁ ପଛାଉ ନାହାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ଏବଂ ଟଙ୍କାକୁ ଦେଖିଲେ ଏହାର ପ୍ରାସଙ୍ଗିକତା ରହିଛି। ଠାକୁରଙ୍କର ପ୍ରାୟ ୨୫ହଜାର ଏକର ଜମିର ହିସାବ ନ ଥିବାବେଳେ ଏବେ ମହାପ୍ରଭୁଙ୍କ ଟଙ୍କା ଅଧାଗିଳା ଅବସ୍ଥାରେ ରହିଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରାୟ ୬୦,୪୨୬ ଏକର ଜମି ରହିଛି। ଏହି ଜମି ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଓ ଛତିଶଗଡ଼ ରାଜ୍ୟରେ ଅଛି। କିନ୍ତୁ ଅନେକ ସ୍ଥାନରେ ଲୋକେ ଏହି ଜମିକୁ ମାଡ଼ି ବସିଛନ୍ତି। ଫଳରେ ଠାକୁରଙ୍କ ମୋଟ ସମ୍ପତ୍ତିର ରେକର୍ଡ ଅଫ୍‌ ରାଇଟ୍ସ (ଆର୍‌ଓଆର୍‌) ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ। ଗତ ମାସ ୨୫ତାରିଖରେ ବିଧାନସଭାରେ ଆଇନମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ମହାପ୍ରଭୁଙ୍କର ୬୦୪୨୬.୯୪୩ ଏକର ଜମି ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୪୮୦୩. ୦୧୩ ଏକର ଜମିର ଆର୍‌ଓଆର୍‌ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି। ତେବେ ମନ୍ତ୍ରୀଙ୍କ ଏହି ତଥ୍ୟ ପ୍ରଦାନ ପରେ ପ୍ରାୟ ୨୫ ହଜାର ଏକର ଜମିର ହିସାବ ସରକାରଙ୍କ ପାଖରେ ନ ଥିବା ସ୍ପଷ୍ଟ ହୋଇଛି। ଅପରପକ୍ଷେ ମହାପ୍ରଭୁଙ୍କ ଜମିକୁ ବେଆଇନ ଭାବେ ଜବରଦଖଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯାଇଛି। ଏହି ଜବରଦଖଲକୁ ଉଚ୍ଛେଦ କରାଯିବା ନିମନ୍ତେ ୮୬୪ଟି ମାମଲା ସମ୍ପୃକ୍ତ ତହସିଲଦାରଙ୍କ ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ଦାଏର କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ୨୫ ହଜାର ଏକର ଜମିର ସ୍ଥିତି କ’ଣ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ନ ଥିବାବେଳେ ଏବେ ମହାପ୍ରଭୁଙ୍କ ଟଙ୍କା ବି ସଂକଟରେ। ୟେସ୍‌ ବ୍ୟାଙ୍କରେ ଥିବା ୫୪୫ କୋଟି ଟଙ୍କା ଫେରିବ ନା ବୁଡ଼ିଯିବ ତାହା ଆଶା ଆଶଙ୍କାରେ ଥିବାବେଳେ ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଛି।
ବ୍ୟକ୍ତିଗତ ଫାଇଦା ହାସଲ କରି କେତେଜଣ ଅଧିକାରୀ ଏଭଳି ଚଞ୍ଚକତା କରିଛନ୍ତି। ମହାପ୍ରଭୁଙ୍କ ଟଙ୍କାକୁ ସଂକଟକୁ ଠେଲି ନିଜେ ସନ୍ତୁଷ୍ଟି ହୋଇଛନ୍ତି। ବିଦେଶ ଗସ୍ତ ସହ ମଉଜ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଜାତୀୟକରଣ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା କରାଯାଉଥିଲା। କିନ୍ତୁ ଗତବର୍ଷ ଜାତୀୟକରଣ ବ୍ୟାଙ୍କରୁ ଟଙ୍କା ଉଠାଯାଇ ୟେସ୍‌ ବ୍ୟାଙ୍କରେ ୫୯୨ କୋଟି (୫୪୫ କୋଟି ସ୍ଥାୟୀ ଜମା ଓ ୪୭ କୋଟି ଫ୍ଲେକ୍ସି ଜମା) ଟଙ୍କା ରଖାଯାଇଥିଲା। ଏ କଥା ଜଣାପଡ଼ିିବା ପରେ ପରିଚାଳନା କମିଟିରେ ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲା। ବିଭିନ୍ନ ସଙ୍ଗଠନ ବିକ୍ଷୋଭ କରିବା ସହ ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଚଞ୍ଚକତାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଥିବା ଜଣାପଡ଼ିବା ପରେ ତିରୁପତି ମନ୍ଦିର ଟଙ୍କାକୁ ଯଦି ସେଠାକାର ପ୍ରଶାସନ ଉଠାଇ ନେଲେ ତେବେ ଓଡ଼ିଶା ସରକାର କାହିଁକି ଚୁପ୍‌ ରହିଲେ ବୋଲି ପ୍ରଶ୍ନ କରିଛନ୍ତି। ତେବେ ମହାପ୍ରଭୁଙ୍କ ଟଙ୍କା ଫେରିପାଇବା ପାଇଁ ଆର୍‌ବିଆଇକୁ ଚିଠି ଲେଖାଯାଇଥିବା ଶାସକ ଦଳ ପକ୍ଷରୁ କୁହାଯାଉଥିଲେ ବି ୟେସ୍‌ ବ୍ୟାଙ୍କର ବର୍ତ୍ତମାନ ସ୍ଥିତିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଏମିତି ଅଧାଗିଳା ଅବସ୍ଥାରେ ଥିବାରୁ ଏହା ଫେରିବ ନା ବୁଡ଼ିଯିବ ତା’ ଉପରେ ଏବେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

ଗାଙ୍ଗପୁର ଥାନା କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri