ମଦ ଦୋକାନ ବନ୍ଦ ଲାଗି ଅଣ୍ଟା ଭିଡିଲେ ମହିଳା

ଆସିକା,୧୭।୫(ଡି.ଏନ୍‌.ଏ.)- ଆସିକା ବ୍ଲକ ହରିଡାପଦର ଗ୍ରାମର ଅସବର୍ଣ୍ଣ ବସ୍ତିରେ ଏକ ଚୋରା ମଦ ଦୋକାନକୁ କେନ୍ଦ୍ର କରି ଶୁକ୍ରବାର ସମ୍ପୃକ୍ତ ବସ୍ତିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମଧ୍ୟାହ୍ନରେ ଶତାଧିକ ମହିଳା ବସ୍ତି ସଂଲଗ୍ନ ନୂଆବନ୍ଧ ତୋଟାରେ ଏକ ବୈଠକ ଡାକି ଚୋରାମଦ ଦୋକାନ ହଟାଇବା ଲାଗି ନିଷ୍ପତ୍ତି ନେଇଥିଲେ। ଏହି ମଦ ଦୋକାନ ଦ୍ୱାରା ପାରିବାରିକ ଅଶାନ୍ତି ସୃଷ୍ଟି ହେଉଥିବା ଅଭିଯୋଗ କରିଥିଲେ। ଏପରିକି ମହିଳାମାନେ ଏହି ଦାବିକୁ ନେଇ ସଂଘବଦ୍ଧ ଭାବେ ଗଞ୍ଜାମ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ଲାଗି ମଧ୍ୟ ନିଷ୍ପତ୍ତି ନେଇଥିଲେ। ତେବେ ମଦ ଦୋକାନ କରିଥିବା ସେହି ବସ୍ତିର ଜଣେ ଯୁବକ ବୈଠକ ସ୍ଥଳରେ ପହଞ୍ଚତ୍ ଏହି ମଦ ଦୋକାନ କରିଥିବାରୁ ଦୁଃଖ ପ୍ରକାଶ କରିବା ସହ ଭବିଷ୍ୟତରେ ଏହି କାର୍ଯ୍ୟରୁ ନିବୃତ୍ତ ରହି ମଦ ଦୋକାନ ବନ୍ଦ କରିବା ଲାଗି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସୂଚନା ଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ବସ୍ତିର ମହିଳାମାନେ ଏହି ମଦ ଦୋକାନକୁ ଜୋର ଜବରଦସ୍ତ ବନ୍ଦ କରିଥିଲେ। ତେବେ ବୁଧବାରଠାରୁ ପୁଣି ସେଠାରେ ମଦ ଦୋକାନ ଖୋଲିବାରୁ ଗୁରୁବାର ବସ୍ତିର ମହିଳାମାନେ ଜୋର ଜବରଦସ୍ତ ମଦ ଦୋକାନରେ ପଶି ବିକ୍ରି ଲାଗି ରହିଥିବା ମଦ ପାଉଚ ପ୍ୟାକେଟ ସବୁ ଜବତ କରି କୋଠଘରେ ରଖିଥିଲେ। ଶୁକ୍ରବାର ବୈଠକ ପରେ ଜବତ କରାଯାଇଥିବା ମଦ ପ୍ୟାକେଟ ସବୁ ପୋଡି ଦିଆଯାଇଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

ସ୍କୁଲ ଛାତ୍ରଙ୍କ ମଧ୍ୟରେ ହିଂସା: ଅଣଛାତ୍ରଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ମାଡ଼, ଲହୁଲୁହାଣ

ବ୍ରହ୍ମପୁର, ୩।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ଭଲ ପାଠ ପଢ଼ି ଭବିଷ୍ୟତ ଗଢ଼ିବାକୁ ସ୍ୱପ୍ନ ଦେଖିବା ବଦଳରେ ଏବେ ସ୍କୁଲରେ ହିଂସା ଭଳି ଘଟଣା ଦେଖିବାକୁ ମିଳୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?